ରିୟାଲିଟି ଶୋରେ ହାରିବା ପରେ ବି ଏମାନେ ହେଇଗଲେ ଷ୍ଟାର, ନମ୍ବର ୪ କୁ ତ ବେଇଜତ କରି ବାହାର କରି ଦିଆ ଯାଇଥିଲା

ବର୍ତ୍ତମାନ ସମୟରେ ନିଜର ଟ୍ୟାଲେଂଟ ଅନ୍ୟ ଲୋକମାନଙ୍କ ପାଖରେ ପହଞ୍ଚାଇବା ବହୁତ ସହଜ ଅଟେ । ଟିଭି ଏବଂ ସୋସିୟାଲ ମିଡିୟା ସାହାର୍ଯ୍ୟରେ ଆପଣ ସହଜରେ ନିଜର ପ୍ରତିଭାର ପ୍ରଦର୍ଶନ ଦୁନିଆର ସାମନାରେ କରି ପାରିବେ । ପୂର୍ବ ସମୟ ଯାଇଛି ଯେତେବେଳେ ନିଜର ଟ୍ୟାଲେଂଟ ଦୁନିଆ ସାମନାରେ ଦେଖାଇବା ପାଇଁ ଲୋକମାନଙ୍କ ପାଖରେ କୌଣସି ମାଧ୍ୟମ ନଥିଲା । ରିୟାଲିଟି ଶୋ ହିଁ ଏମମାତ୍ର ମାଧ୍ୟମ ଥିଲା ଯେଉଁଥିରେ ପ୍ରାୟତଃ କଂଟେସ୍ଟେଂଟଙ୍କୁ ବଲୀଉଡରେ ପ୍ରବେଶ କରିବା ପାଇଁ ରାସ୍ତା ଖୋଲି ଦେଇଥାଏ ଏବଂ ଯଦି ଆପଣ ଶୋ ଜିତି ଯାଉଛନ୍ତି ତେବେ ଆପଣଙ୍କୁ କାମ ମିଳିଯାଇଥାଏ ।

କିନ୍ତୁ କେତେଜଣ ଅଛନ୍ତି କି ଶୋ ହାରିବା ପରେ ମଧ୍ୟ ବଲୀଉଡରେ ରାଜ କରୁଛନ୍ତି ? ଯଦି ଏମିତି କିଏ କରିଦେଇଥିବ ତେବେ ତାହା ଆପଣଙ୍କ ପାଇଁ ଆଶ୍ଚର୍ଯ୍ୟର କଥା ହେବ । ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କ ପାଇଁ ଏମିତି ସେଲିବ୍ରିଟୀଜଙ୍କୁ ନେଇ ଆସିଛୁ ଯେଉଁମାନେ ରିୟାଲିଟି ଶୋ ହାରିବା ପରେ ମଧ୍ୟ ଲୋକପ୍ରିୟତା ହାସଲ କରିଛନ୍ତି । ଶୋରୁ ଆଉଟ ହେବା ପରେ ଏହି ଷ୍ଟାରମାନେ ବର୍ତ୍ତମାନ ବଲୀଉଡର ଜୀବନ ହୋଇ ଯାଇଛନ୍ତି ।

ଅରିଜିତ ସିଂହ

ଅରିଜିତ ସିଂହଙ୍କ ଗୀତ ଯୁବକ ପିଢିଙ୍କ ମଧ୍ୟରେ ବହୁତ ପ୍ରସିଦ୍ଧ ଅଛି । ଅରିଜିତ ପ୍ରଥମେ “ଫେମ ଗୁରୁକୁଲ” ନାମକ ଏକ ରିୟାଲିଟି ଶୋରେ ନଜର ଆସିଥିଲେ । କିନ୍ତୁ ଏହି ଶୋରେ ସେ ଦୂତୀୟ ନମ୍ବରରେ ଆସିଥିଲେ ଏହା ସତ୍ବେ ସେ ବର୍ତ୍ତମାନ ବଲୀଉଡର ସବୁଠୁ ଲୋକପ୍ରିୟ ଗାୟକ ଅଟନ୍ତି ।

ମୋନାଲି ଠାକୁର

ମୋନାଳୀ ଠାକୁର ବର୍ତ୍ତମାନ ବଲୀଉଡ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଗାୟକ ଅଟନ୍ତି । ପ୍ରଥମେ ସେ “ଇଣ୍ଡିଆନ ଆଇଡଲ 2”ରେ କଂଟେସ୍ଟେଂ ରୂପରେ ନଜର ଆସିଥିଲେ ଏବଂ କିଛି ଏପିସୋଡ୍ସ ପରେ ସେ ଆଉଟ ହୋଇ ଯାଇଥିଲେ । କିନ୍ତୁ ସେ ବର୍ତ୍ତମାନ ବଲୀଉଡର ଜଣେ ଜଣାଶୁଣା ଗାୟିକା ଅଟନ୍ତି । ମୋନାଲି ବଲୀଉଡ ଫିଲ୍ମରେ ମଧ୍ୟ କାମ କରିଛନ୍ତି ।

ନେହା କକ୍କଡ

ନେହା ବି ମୋନାଳୀଙ୍କ ସହିତ “ଇଣ୍ଡିଆନ ଆଇଡଲ ୨”ରେ ନଜର ଆସିଥିଲେ । ଏଠି ଜଜମାନେ ତାଙ୍କୁ ସେମିତି କିଛି ଖାସ ପସନ୍ଦ କରି ନଥିଲେ ଏବଂ କିଛି ଏପିସୋଡ୍ସ ପରେ ତାଙ୍କୁ ଶୋରୁ ବାହାର କରି ଦିଆ ଯାଇଥିଲା । କିନ୍ତୁ ବର୍ତ୍ତମାନ ନେହା କକ୍କଡଙ୍କୁ ପୁରା ଦୁନିଆ ଚିହ୍ନି ଯାଇଛନ୍ତି । ସେ ଗାଇଥିବା ସବୁ ଗୀତ ସୁପରହିଟ ଅଟେ ।

ଅଂତରା ମିତ୍ରା

ଅଂତରା ମିତ୍ରା ବି “ଇଣ୍ଡିଆନ ଆଇଡଲ”ର କଂଟେସ୍ଟେଂ ଥିଲେ । କିନ୍ତୁ ସେ ବି ଶୋ ଜିତି ପାରି ନଥିଲେ ଏହା ସତ୍ବେ ସେ ବର୍ତ୍ତମାନ ବଲୀଉଡ ଜଣାଶୁଣା ସିଙ୍ଗର ଅଟନ୍ତି । ସେ ବଲୀଉଡରେ ବହୁତ ସୁପରହିଟ ଗୀତ ଗାଇ ସାରିଛନ୍ତି ।