Unlock 4: ସେପ୍ଟେମ୍ବର ୧ ରୁ ଲାଗୁ ହେବ, କଣ ରହିବ ନୂଆ ଗାଇଡଲାଇନ? ଖୋଲିବା କି ସ୍କୁଲ, କଲେଜ, ସିନେମାହଲ ଓ ବାର ? ଦେଖନ୍ତୁ

୧ ସେପ୍ଟେମ୍ବରରୁ ଆରମ୍ଭ ହେଉଥିବା ଲକଡାଉନର ଚତୁର୍ଥ ଚରଣରେ ‘ଅନଲକ ୪’ରେ ସରକାରଙ୍କ ଦ୍ଵାରା ମେଟ୍ରୋ ଓ ଟ୍ରେନର ସେବା ଗୁଡିକ ଆରମ୍ଭ କରିବା ପାଇଁ ଅନୁମତି ଦିଆ ଯିବାର ସମ୍ଭାବନା ଅଛି । କିନ୍ତୁ ଯଦି ଅଧିକାରୀମାନେ ଦେଇଥିବା ସୂଚନା ବିଷୟରେ କହିବା ତେବେ ତାଙ୍କର କହିବା ଅନୁସାରେ ସ୍କୁଲ ଓ କଲେଜ ଆସନ୍ତା କିଛି ମାସ ପର୍ଯ୍ୟନ୍ତ ଖୋଲିବ ନାହିଁ । ବାର ସଞ୍ଚାଳକଙ୍କୁ ବି ନିଜର କାଉଣ୍ଟରରୁ ମଦ ବିକ୍ରି କରିବାର ଅନୁମତି ଦିଆଯାଇ ପାରେ ।

କିନ୍ତୁ ଗ୍ରାହକମାନେ ଏହାକୁ କ୍ରୟ କରି ନିଜ ଘରକୁ ନେଇଯିବେ । ଆପଣଙ୍କୁ କହିଦେଉଛୁ କି ବର୍ତ୍ତମାନ ପର୍ଯ୍ୟନ୍ତ ବାର ଖୋଲିବାର ଅନୁମତି ଦିଆ ଯାଇ ନାହିଁ ।

ଆରମ୍ଭ ହୋଇପାରେ ମେଟ୍ରୋ ଓ ଟ୍ରେନ ସେବା

ଜଣେ ଅଧିକାରୀ କହିଲେ କି କାରୋନା ଭାଇରସ ଲକଡାଉନରେ ଅନଳକର ଚତୁର୍ଥ ଚରଣ ଯେତେବେଳେ ଆରମ୍ଭ ହେବ ତେବେ ୧ ସେପ୍ଟେମ୍ବରରୁ ମେଟ୍ରୋ ରେଳ ସେବା ପରିଚାଳନାର ଅନୁମତି ଦିଆଯାଇ ପାରେ । କିନ୍ତୁ ରାଜ୍ୟରେ ତ୍ଵରିତ ପରିବହନ ନେଟୱାର୍କର ପରିଚାଳନାର ଅନୁମତି ବିଷୟରେ ସମ୍ବନ୍ଧିତ ରାଜ୍ୟ ସରକାର ନିଜ ନିଜ ଅଞ୍ଚଳର ସ୍ଥିତିକୁ ଦେଖି ନିଷ୍ପତି ନେଇ ପାରିବେ । ଆପଣଙ୍କୁ କହିଦେଉଛୁ କି କରୋନା ଭାଇରସକୁ ବ୍ୟାପିବାକୁ ରୋକିବା ପାଇଁ ମାର୍ଚ ମାସରେ ମେଟ୍ରୋ ସେବା ଗୁଡିକ ନିଲମ୍ବିତ କରି ଦିଆ ଯାଇ ଥିଲା ।

ଏହି ମହାମାରି କାରଣରୁ ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ୩୧ ଲକ୍ଷରୁ ବି ଅଧିକ ଲୋକମାନେ ସଂକ୍ରମିତ ହୋଇ ସାରିଛନ୍ତି । ଅଧିକାରୀ କହିଲେ କି ସଙ୍ଗେ ସଙ୍ଗେ ସ୍କୁଲ ଓ କଲଜେ ଖୋଲା ଯିବ ନାହିଁ । କିନ୍ତୁ ଏହା ଉପରେ ଅଧିକ ବିଚାର ବିମର୍ଶ ଚାଲିଛି କି ବିଶ୍ଵବିଦ୍ୟାଳୟ, ଆଇଆଇଟି ଓ ଆଇଆଇଏମ ଭଳି ଉଚ୍ଚ ଶିକ୍ଷା ସଂସ୍ଥାଗୁଡିକୁ ଖୋଲିବା ପାଇଁ ଅନୁମତି ଦିଆ ଯିବ ନା ନାହିଁ ।

ସିନେମା ଘରକୁ ନେଇ ହୋଇପାରେ ନିଷ୍ପତି

ଅନ୍ୟ ଏକ ଅଧିକାରୀଙ୍କ କହିବା ଅଟେ କି ସିନେମାଘର ଗୁଡିକୁ ୧ ସେପ୍ଟେମ୍ବରରୁ ଖୋଲିବା ପାଇଁ ପାଖପାଖି ଅନୁମତି ଦିଆଯିବ ନାହିଁ । କାରଣ ଫିଲ୍ମମେକର କିମ୍ବା ସିନେମାଘରର ମାଲିକମାନଙ୍କ ପାଇଁ ପରସ୍ପର ଠାରୁ ଦୂରତା ରକ୍ଷା କରିବାର ନିୟମକୁ ପାଳନ କରିବା କଷ୍ଟକର ହେବ । ଅନଳକ ୪ର ଦିଶାନିର୍ଦେଶରେ କେନ୍ଦ୍ର ସରକାର କେବଳ ପ୍ରତିବନ୍ଧିତ ଗତିବିଧିର ବିଷୟରେ କହିବେ । ବାକି ସବୁ ବନ୍ଦ ରହିବ ।

ଅଧିକାରୀଙ୍କ ଅନୁସାରେ ରାଜ୍ୟ ସରକାର ସେହି ସମସ୍ତ ଅତିରିକ୍ତ ଗତିବିଧି ଉପରେ ଅନ୍ତିମ ନିଷ୍ପତି ନେଇ ପାରିବେ ଯାହା ଉପରେ ଅନଲକ ୪ ସମୟରେ ବି ବନ୍ଦ ରହିବ । ଅନଲାକ ୪ର ଦିଶା ନିର୍ଦେଶ ଏହି ସପ୍ତାହର ଶେଷ ପର୍ଯ୍ୟନ୍ତ ଜାରି କରା ଯାଇ ପାରିବ । ଦେଶରେ ନିଷିଦ୍ଧ କ୍ଷେତ୍ରରେ ଲକଡାଉନ ଶକ୍ତ ରହିବ । ବର୍ତ୍ତମାନ ମେଟ୍ରୋ, ରେଳ ସେବା, ସିନେମାଘର, ସ୍ଵିମିଙ୍ଗ ପୁଲ, ମନୋରଞ୍ଜନ ପାର୍କ, ଥିଏଟର, ବାର, ଅଡିଟୋରିୟମ ଅନ୍ୟ ସଭାଗର ଓ ଏହିଭଲି ସବୁ ସଂସ୍ଥା ଗୁଡିକ ପ୍ରତିବନ୍ଧିତ ଗୈତିବିଧି ଅନ୍ତର୍ଗତ ଅଛି ।

ଆସନ୍ତା ମାସରେ ସାମାଜିକ, ରାଜନୈତିକ ଗତିବିଧି, ଖେଳକୁଦ, ମନୋରଞ୍ଜନ, ଏକାଡେମି, ସାଂସ୍କୃତି, ଧାର୍ମିକ କାର୍ଯ୍ୟାନୁଷ୍ଠାନ ଓ ଅନ୍ୟ ସମାଗମ ଉପରେ ବି ପବନ୍ଧି ଜାରି ରହିବ ।

ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆମର ଆଶା କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମେ ଏହି ପେଜରେ ଦୈନିକ ନ୍ୟୁଜ, ମନୋରଞ୍ଜନ, ବିଶେଷ, ଖେଳ, ସ୍ୱାସ୍ଥ୍ୟ, ଜୀବନଶୈଳୀ, ଜ୍ୟୋତିଷ ସମ୍ବଧୀୟ ତଥ୍ୟ ସବୁବଳେ ଆଣିଥାଉ । ଆମ ପେଜକୁ ଲାଇକକରି ଦିଅନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।