ଆଜିର ରାଶିଫଳ, 26 ଅଗଷ୍ଟ 2020, ବୁଧବାର, ଭଗବାନ ଗଣେଶଙ୍କ କୃପା ରହିବ ଏହି 6ଟି ରାଶି ଉପରେ, ଚାକିରି କ୍ଷେତ୍ରରେ ମିଳିବ ଖୁସି ଖବର

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୬ ଅଗଷ୍ଟ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ଆପଣଙ୍କ ଦିନଟି ବହୁତ ଭଲରେ କଟିବ । ଆପଣଙ୍କୁ ଘରର କିଛି ନୂଆ ଦାୟିତ୍ଵ ମିଳିପାରେ । ଆପଣଙ୍କ ସାଙ୍ଗମାନଙ୍କ ସହିତ  ସମ୍ପର୍କ ବହୁତ ମଜବୁତ ହେବ । ସାଙ୍ଗ ମାନଙ୍କ ସହଯୋଗ ବି ମିଳିବ । ବ୍ୟବସାୟମାନଙ୍କୁ ବହୁତ ଶୁଭ ଫଳ ମିଳିବ । ଆପଣଙ୍କ ରଚନାତ୍ମକ ଭାବନା ଆପଣଙ୍କୁ କାର୍ଯ୍ୟ କ୍ଷେତ୍ରରରେ ପ୍ରଗତି ଆଣିଦେବ । ଅଫିସରେ ସହଯୋଗୀଙ୍କ ସାହାର୍ଯ୍ୟ ମିଳିବ ଅଚାନକ ଖର୍ଚ ବଢିଯିବାରୁ ଆପଣ ଚିନ୍ତାରେ ପଡିଯିବେ ।

ବୃଷ

ଆଜି ଆପଣଙ୍କ ଆତ୍ମବିଶ୍ଵାସ ବଢିବ । ଆପଣଙ୍କ ବଢିଥିବା ଆତ୍ମବିଶ୍ଵାସରେ ଆପଣ ସଫଳତା ହାସିଲ କରିବେ । ଅଫିସରେ କାମ ପ୍ରେସର କମ ରହିବ । ବୁଝି ବିଚାରୀ ନେଇ ଥିବା ନିଷ୍ପତି ଆପଣଙ୍କ ଜୀବନନରେ ସକାରାତ୍ମକ ଭାବନା ନେଇ ଆସିବ । ପୂର୍ବରୁ କରିଥିବା ପରିଶ୍ରମ ବର୍ତ୍ତମାନ ପଦନ୍ନୋତି ରୂପରେ ମିଳିପାରେ । କୌଣସି ପୁରୁଣା ସାଥିଙ୍କ ସହ ଦେଖା ହୋଇପାରେ । ଏହା ଛଡା ଆପଣ କ୍ରୋଧିତ ନ ହୁଅନ୍ତୁ । ଏହି ସହିତ ଆପଣ ଧର୍ଯ୍ୟ ସହିତ ପରିଚୟ ଦିଅନ୍ତୁ ।

ମିଥୁନ

ଏହି ରାଶିର ବ୍ୟକ୍ତିମାନଙ୍କ ଦିନ ଭଲରେ କଟିବ । ସକାରାତ୍ମକ ବିଚାର ସହିତ କାମ ଭଲ ଭାବରେ ପୁରୁଣା ହେଇ ପାରିବ । ଏହି ରାଶି ବ୍ୟକ୍ତିମାନଙ୍କର ବିବାହର ଯୋଗ ଭଲ ରହିଛି । ପରିଶ୍ରମ ଓ ଦୃଢବଳ ଯୋଗୁ ଆପଣଙ୍କ ଲକ୍ଷ ପୂର୍ଣ ହେବ । ଚାକିରି କ୍ଷେତ୍ରରେ ପଦନ୍ନୋତି ମିଳିପାରେ । ଆପଣଙ୍କ କାର୍ଯ୍ୟ ପଦ୍ଧତି ଦେଖି ଉଚ୍ଚ ଅଧିକାରୀ ଆପଣଙ୍କ ପ୍ରତି ପ୍ରସନ୍ନ ରହିବେ । କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିବା ଦ୍ଵାରା ଶୁଭ ଫଳ ମିଳିବ ।

କର୍କଟ

ଏହି ରାଶିର ବ୍ୟକ୍ତିମାନଙ୍କ ଦିନଟି ସାମାନ୍ୟ ରହିବ । ଅଫିସରେ କାମର ବୋଝ ଅଧିକ ରହିବ । କାମ ପୁରା କରିବା ପାଇଁ ସହକର୍ମୀଙ୍କ ସାହାର୍ଯ୍ୟ ମିଳିପାରେ । ଆଜିର ଦିନରେ ଆପଣଙ୍କ ଭାବନାରେ  ସକାରାତ୍ମକ ପରିବର୍ତ୍ତନ ଆସିପାରେ । ପରିବାରରେ ବଡ ଆୟୋଜନ ହେଇପାରେ ଯାହା ଫଳରେ ଆପଣଙ୍କ ଉପରେ ଅତିରିକ୍ତ ଦାୟିତ୍ଵ ପଡିପାରେ । ବ୍ୟବସାୟରେ ଅଧିକ ଧ୍ୟାନ ଦେବେ । ସେୟାର ଓ ସମ୍ପତ୍ତି କ୍ଷେତ୍ରରେ ନିବେଶରେ ଲାଭ ହେବ ।

ସିଂହ

ଆଜି ଆପଣଙ୍କ ଦିନ ଠିକ ଠାକ ରହିବ । ଜୀବନସାଥିଙ୍କ ଉନ୍ନତିରେ ଆପଣଙ୍କ ଆର୍ଥିକ ସ୍ଥିତି ଭଲ ରହିବ । ଦାୟିତ୍ଵ ବଢିବ । ମାନସିକ ଖୁସି ରହିବ । କଳା କୌଶଳ କ୍ଷେତ୍ରରେ ସ୍ଥିତି ମଜବୁତ ରହିବ । ବ୍ୟବସାୟରେ ଉନ୍ନତି ଓ ଚାକିରି କ୍ଷେତ୍ରରେ ଉନ୍ନତି ହେବ । ସହକାରୀ ଓ ଅଧିକାରୀଙ୍କ ସହଯୋଗ ମିଳିବ । ପୁରୁଣା ରୋଗ ଭଲ ହେବା ସହ ନୂଆ ରୋଗ ହେବାର ସମ୍ଭାବନା ଅଛି । ଧାର୍ମିକ କ୍ଷେତ୍ରରେ ଯାତ୍ରା କରିବା ଦ୍ଵାରା ଖର୍ଚ ବଢିବ ।

କନ୍ୟା

ଆଜି ଆପଣଙ୍କ ଦିନ ବହୁତ ଭଲ ରହିବ । କୌଣସି ସମ୍ପର୍କୀୟଙ୍କୁ ସାହାର୍ଯ୍ୟ କରିବେ ତେବେ ଅଫିସରେ ବହୁତ ଭଲରେ ଦିନ କଟିବ ।  ସନ୍ଧ୍ୟାରେ ଜୀବନ ସାଥିଙ୍କ ସହ ବୁଲିବାକୁ ଯାଇପାରିବେ । ପରିଶ୍ରମର ଭଲ ଫଳ ମିଳିବ । ବ୍ୟବସାୟରେ ଓ ଚାକିରି କ୍ଷେତ୍ରରେ ଉନ୍ନତି ମିଳିବ । ଖର୍ଚ ବଢିବାରୁ ଚିନ୍ତା ବଢିବ । ଛାତ୍ରମାନେ ବହୁତ ପରିଶ୍ରମ କରିବେ । ପାରିବାରିକ ସମସ୍ୟା ଦେଖା ଦେଇପାରେ । ଭଗବାନ ଶିବଙ୍କୁ ନଡିଆ ଭୋଗ ଲଗାନ୍ତୁ ସୁଚିନ୍ତାରୁ ମୁକ୍ତି ମିଳିବ ।

ତୁଳା

ଏହି ରାଶି ବ୍ୟକ୍ତିମାନଙ୍କର ଦିନ ମିଳାମିଶା ରହିବ । କୌଣସି ସାଙ୍ଗକୁ ଆପଣ ସାହାଯ୍ୟ ମଧ୍ୟ କରିପାରିବେ । ଧନ ଲାଭ କରିବାର ଏହା ଗୋଟିଏ ବଡ ମଉକା ଅଛି । ପରିବାରର ସହିତ ଧାର୍ମିକ କାର୍ଯ୍ୟରେ ନିଜକୁ ନିୟୋଜିତ କରନ୍ତୁ । ପରିସ୍ଥତି ହିସାବରେ ଆପଣ ନିଜକୁ ଢାଳିବାରେ ଚେଷ୍ଟା କରନ୍ତୁ । ବ୍ୟବସାୟରେ ନୂଆ ନିବେଶର ଅବସର ମିଳିବ । ବ୍ୟପାର ବାଣିଜ୍ୟ ଭଲ ହେବ । ଚାକିରି କ୍ଷେତ୍ରରେ ପଦୌନ୍ନତି ମିଳିପାରେ । କିନ୍ତୁ ଅଫିସରେ କାର୍ଯ୍ୟ ଭାର ମଧ୍ୟ ବଢିପାରେ ।

ବିଚ୍ଛା

ଏହି ରାଶି ବ୍ୟକ୍ତିମାନେ ଅନ୍ୟମାନଙ୍କୁ ବହୁତ ପ୍ରଭାବିତ କରିବେ । ଆପଣ ନିଜର ପୁରୁଣା ଯୋଜନାକୁ ଛାଡି ନୂଆ ଯୋଜନା ଉପରେ କାମ କରିବେ । ବ୍ୟବସାୟ ବୃଦ୍ଧି ଯୋଗୁ ଆପଣ ଖୁସି ରହିବେ । ପରିବାରରେ ଖୁସି ରହିବା ସହିତ ସମ୍ପ୍ରକୀୟମାନଙ୍କ ସହଯୋଗ ମିଳିବ । ବ୍ୟବସାୟରେ ଆର୍ଥିକ ଲାଭ ମିଳିବ । ସ୍ୱାସ୍ଥ୍ୟ ଓ ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ । ପେଟ ରୋଗର ସମସ୍ୟା ଦେଖା ଦେଇପାରେ । ଧନ ଅଧିକ ଖର୍ଚ ହେବ ଫଳରେ ଆପଣ ଚିନ୍ତିତ ରହିବେ ।

ଧନୁ

ଆଜି ଭାଗ୍ୟ ଆପଣଙ୍କ ସାଥ ଦେବ । ଅଫିସରେ ସବୁ କାର୍ଯ୍ୟ ସମୟ ପୂର୍ବରୁ ଶେଷ ହୋଇଯିବ । ଦାମ୍ପତ୍ୟ ଜୀବନ ଖୁସିରେ କଟିବ । ବ୍ୟବସାୟରେ ଉନ୍ନତି ଘଟିବ । ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ । କାର୍ଯ୍ୟ କ୍ଷେତ୍ର ସମ୍ବନ୍ଧୀତ ଆପଣ ବାହାରକୁ ଯାଇପାରନ୍ତି । ଧାର୍ମିକ କାର୍ଯ୍ୟରେ ଆପଣ ମନ ନିବେଶ କରିବେ ସମାଜରେ ପ୍ରତିଷ୍ଠା ବଢିବ । ଜୀବନସାଥୀଙ୍କୁ ସରପ୍ରାଇଜ ଦେବାରେ ସୁଯୋଗ ମିଳିପାରେ । ଚାକିରିରେ କ୍ଷେତ୍ରରେ ଉନ୍ନତିର ସମ୍ଭାବନା ଅଛି ।

ମକର

ଆଜି ଆପଣ ବ୍ୟସ୍ତ ରହିବେ । ପ୍ରେମ ସମ୍ପର୍କରେ ବୃଦ୍ଧି ଘଟିବ । ପରିଶ୍ରମର ଫଳ ମିଳିବ । ଅଟକି ଥିବା କାମ ଆରମ୍ଭ ହେବ । ଦାମ୍ପତ୍ୟ ଜୀବନରେ ଖୁସି ଆସିବ । ଧାର୍ମିକ କାର୍ଯ୍ୟରେ ଟଙ୍କା ନିବେଶ କରିବେ । ପ୍ରେମରେ ପ୍ରଗାଢତା ଆସିବ । ବ୍ୟବସାୟରେ ଅନୁକୂଳ ପରିସ୍ଥିତି ରହିବ । ଧନ ସମ୍ବନ୍ଧୀୟ ସବୁପ୍ରକାର ପ୍ରୟାସ ଭଲ ରହିବ । କଥାବାର୍ତ୍ତାରେ ସଂଯମ ରଖନ୍ତୁ ନଚେତ ଅସୁବିଧାରେ ପଡ଼ିପାରନ୍ତି । ଆଜି ଆପଣ ଆପଣଙ୍କ ଗୁରୁଙ୍କ ଆଶୀର୍ବାଦ ଗ୍ରହଣ କରନ୍ତୁ ସବୁ କାର୍ଯ୍ୟରେ ସଫଳତା ମିଳିବ ।

କୁମ୍ଭ

ଆଜି ଆପଣ ପରିବାର ସହିତ ମନ୍ଦିରକୁ ଯାଇ ପାରନ୍ତି । ଘରେ ଭଗବାନଙ୍କ ଭଜନ ଶୁଣିବା ତଥା ଭଜନର ଆୟୋଜନ କରିଲେ ଘରେ ଶାନ୍ତିର ବାତାବରଣ ରହିବ । ଆପଣ ପିଲାମାନଙ୍କ ଉପଚାର କରିବାର ଶକ୍ତି ଅନୁଭବ କରିବେ । ସେମାନେ ପୃଥିବୀର ସବୁଠୁ ଅଧିକ ଶକ୍ତିଶାଳୀ ଓ ଭାବନାତମକ ବ୍ୟକ୍ତି ଅଟନ୍ତି । ଆଜି କରିଥିବା ନିର୍ମାଣ ସମ୍ବନ୍ଧୀୟ କାର୍ଯ୍ୟରେ ସନ୍ତୋଷଜନକ ରୂପେ ଶେଷ ହେବ । ବ୍ୟବସାୟରେ ଓ ଚାକିରି କ୍ଷେତ୍ରରେ ଉନ୍ନତି ଘଟିବ ।

ମୀନ

ଆଜି ଆପଣଙ୍କ ଦିନ ଭଲ ରହିବ । ଜୀବନସାଥିଙ୍କ ସହ ବାହାରକୁ ଯାଇପାରନ୍ତି ଏଥିରେ ସମ୍ପର୍କରେ ସୁଧାର ଆସିବ । ଆର୍ଥିକ ସ୍ଥିତି ଆଗ ଅପେକ୍ଷା ଭଲ ରହିବ । ଆଜି ଆପଣଙ୍କ ସମ୍ପର୍କୀୟଙ୍କ ସହ ଦିନଟି ଭଲରେ କଟିବ । ସନ୍ତାନଙ୍କୁ ଶୁଭ ଫଳ ମିଳିବ । ଆୟରେ କମ ବେଶୀ ହୋଇପାରେ । ଆୟ ତୁଳନାରେ ଖର୍ଚରେ ବୃଦ୍ଧି ଘଟିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । କାର୍ଯ୍ୟଭାର ଅଧିକ ଫଳରେ ଆପଣ କ୍ଳାନ୍ତ ଅନୁଭବ କରିବେ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।