ଆଜିର ରାଶିଫଳ, 23 ଜୁଲାଇ 2020, ଗୁରୁବାର, ମା ଲକ୍ଷ୍ମୀଙ୍କ କୃପା ରହିବ ଏହି ୬ଟି ରାଶି ଉପରେ, ଆର୍ଥିକ କ୍ଷେତ୍ରରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୩ ଜୁଲାଇ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ଆପଣ ନିଜ ଜୀବନରେ କିଛି ପରିବର୍ତ୍ତନ ଦେଖିବେ । ଆଜି କାରୋବାରରେ ବୁଦ୍ଧି ହୋଇପାରେ । ଜୀବନସାଥିଙ୍କ ସହିତ ବାହାରକୁ ବୁଲିବାକୁ ଯାଇ ପାରନ୍ତି । ଏହା ଦ୍ଵାରା ଆପଣଙ୍କ ସମ୍ପର୍କରେ ମଧୁରତା ଆସିବ । ପ୍ରିୟଜନଙ୍କ ସହ କଥାବାର୍ତ୍ତା କରି ସମୟ ବ୍ୟତିତ କରିବେ । ସମ୍ପତ୍ତିରେ ଉନ୍ନତି ହେବ । ଘରେ ସୁଖ ଶାନ୍ତି ବୈଭବର ଆଗମନ ହେବ । ଘରର ସଦସ୍ୟ ନିଜ ନିଜ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ । ସମସ୍ତଙ୍କ ମଧ୍ୟରେ ସାମଞ୍ଜସ୍ୟପୂର୍ଣ ବ୍ୟବହାର ଦେଖିବାକୁ ମିଳିବ ।

ବୃଷ

ଆଜି ଆପଣଙ୍କ ଚିନ୍ତା କରିଥିବା ସବୁ କାମ ପୁରା ହୋଇଯିବ । ନୂଆ ବିଜନେସରେ ଟଙ୍କା ଲଗାଇବା ପୂର୍ବରୁ ଅଳ୍ପ ଚିନ୍ତା କରନ୍ତୁ । ଆପଣଙ୍କ ପାଇଁ ବହୁତ ଜିନିଷ ;ଆଭଦାୟକ ଅଛି । ଏହି ରାହସିର ବିବାହିତ ଲୋକମାନଙ୍କ ପାଇଁ ଆଜିର ଦିନ ଭଲ ଅଟେ । ଏହି ସମୟରେ ଆପଣ କୌଣସି ନୂଆ ଦାୟିତ୍ଵ ନିଜ ଉପରେ ନେବେ । ଏହି ସମୟରେ ଆପଣ ନୂଆ ଗାଡି ବି କ୍ରୟ କରି ପାରନ୍ତି । ନିଜର ପରିବାରର ଦାୟିତ୍ଵକୁ ବୁଝିବାକୁ ଚେଷ୍ଟା କରନ୍ତୁ ଓ ପରିବାରର ସମସ୍ତ ଇଚ୍ଛାକୁ ପୁରା କରିବାକୁ ବି ଚେଷ୍ଟା କରନ୍ତୁ ।

ମିଥୁନ

କର୍ମ କ୍ଷେତ୍ରରେ ଯେତିକି ପାଇବା କଥା ସେତିକି ହିଁ ପାଇବେ । ବାଣିଜ୍ୟ, ବ୍ୟବସାୟ, ଓ କଳା କ୍ଷେତ୍ରରେ ସଫଳତା ହାସଲ କରିବେ । ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହୀ ହେବେ । କାମର ପ୍ରଶଂସା ମିଳିବ । ନିଜ ଚେଷ୍ଟାରେ ବାକି ଥିବା ଟଙ୍କା ପାଇବେ । ବନ୍ଧୁମାନେ ସାହାଯ୍ୟ ସହଯୋଗ କରିବେ । ସ୍ଵାସ୍ଥ୍ୟରେ ଉନ୍ନତି ହେବ । ମନ ଭଲ ରହିବ । ଭିକାରୀଙ୍କୁ ଖାଦ୍ୟ ଦେବେ । ମାନସିକ ଦୁଶ୍ଚିନ୍ତା ଦୂର ହେବ । ଋଣ ମୁକ୍ତି ପାଇଁ ଚେଷ୍ଟା କରିବେ । ଶତ୍ରୁ ବଧା ଦୂରେଇ ଯିବ । ଆୟ ବୃଦ୍ଧି ହେବ । କର୍ମ କ୍ଷେତ୍ରରେ ଲୋକ ସମ୍ପର୍କ ବୃଦ୍ଧି ହେବ ।

କର୍କଟ

ଅସହାୟାମାନଙ୍କୁ ସାହାଯ୍ୟ କରିବେ । ପାରିବାରିକ ସ୍ଥିତି ସନ୍ତୋଷ ଜନକ ହେବ । ରାଜନୀତି କ୍ଷେତ୍ରରେ ସଫଳତା ମିଳିବ । ଭଲ ଭାବରେ ଚିନ୍ତା କରି କାମରେ ଆଗେଇ ଚାଲନ୍ତୁ । କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ । ଭାଇ ବନ୍ଧୁମାନେ କର୍ମ କ୍ଷେତ୍ରରେ ସାହାଯ୍ୟ ସହଯୋଗ କରିବେ । ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ । ପରିବହନରେ ବିଶେଷ ଲାଭବାନ ହେବେ ।

ସିଂହ

ଅଫିସରେ ଲାଗି ରହିଥିବା ସମସ୍ୟା ଦୂର ବେବ । କୋର୍ଟ କଚେରୀ ମାମଲାର ଶୁଣାଣି ଆପଣଙ୍କ ସପକ୍ଷରେ ଯିବ । ମଉଜ ମଜଲିସ କରିବା ପାଇଁ ସମୟ ପାଇବେ । ଭୁଲ ବୁଝାମଣା ଯୋଗୁ ପରିବାରରେ ଦ୍ଵନ୍ଦ ଦେଖା ଦେବ ।  ଅସହାୟା ବ୍ୟକ୍ତିମାନଙ୍କ ସାହାଯ୍ୟ କରିବେ । ମନରେ ଭୟ ଆଶଙ୍କା ରହିବ । ଶାରୀରିକ ଅସୁସ୍ଥତା ରହିବ । ମନ ବିଷାଦ ଗ୍ରସ୍ତ ହେବ । ଶରୀରପୀଡା ଅତି କଷ୍ଟକର ହେବ । ପାରିବାରିକ କ୍ଷେତ୍ରରେ କିଛି ହରାଇ ମନ କଷ୍ଟ ହେବ । କେତେକ କର୍ମରେ ସଫଳତା ପ୍ରାପ୍ତି ହେବ । ଈର୍ଷା ପରାୟଣ ବ୍ୟକ୍ତିମାନେ କଟୁ ବଚନ ଶୁଣେଇବେ ।

କନ୍ୟା

ପର କଥାରେ ପଡି ପରିବାର ଲୋକଙ୍କୁ ଭୁଲ ବୁଝନ୍ତୁ ନହିଁ । ହାତକୁ ନେଇଥିବା କାର୍ଯ୍ୟଟି ପାଇଁ କଠିନ ପରିଶ୍ରମ କରିବାକୁ ପଡିବ । ଶୁଭ କାମ କରି ପ୍ରଶଂସିତ ହେବେ । ପୁରାତନ ରୋଗର ଉପସମ ହବେ । ବନ୍ଧୁ ସମାଗମ ହେବ । ପଡୋଶୀ ଓ ବନ୍ଧୁ ମିତ୍ରଙ୍କ ବ୍ୟବହାରରେ ମନ ବିଚଳିତ ହୋଇପାରେ । ପାରିବାରିକ ସ୍ନେହ ସହାନୁଭୁତି ପ୍ରାପ୍ତି ହେବ । ଶତୃମାନେ ପରାଜୟ ହେବେ । କୌଶଳ ପ୍ରୟୋଗ କରି ସମସ୍ତ ପ୍ରକାର ଅଭିଳାଷ ପୂରଣ କରିବାକୁ ଚେଷ୍ଟା କରିବେ ।

ତୁଳା

କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରନ୍ତୁ । ନଚେତ କ୍ଷତିରେ ପଡିବେ । ଶତୃମାନେ ଆପଣଙ୍କ ଠାରୁ ଦୂରେଇ ଯିବେ । ଅପେକ୍ଷା କରିଥିବା କାମର ଶୁଭ ସୂଚନା ମିଳିବ । ମାନସିକ ଶାନ୍ତି ମିଳିବ । ସମ୍ପର୍କୀୟ କିମ୍ବା ଜଣେ ବନ୍ଧୁ ସାହାଯ୍ୟ ସହଯୋଗ କରିବେ । ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ । ପରିବାରରେ ଆର୍ଥିକ ସମସ୍ୟା ସମାଧାନ ହୋଇଯିବ । ବ୍ୟବସାୟ ପାଇଁ ଦୂରଯାତ୍ରା କରି ମନ ଖୁସି ରହିବ । ପିଲାମାନଙ୍କ ପଢା ସମସ୍ୟାକୁ ନେଇ ମନ ଭାରାକ୍ରାନ୍ତ ରହିବ । କର୍ମ କ୍ଷେତ୍ରରେ ସ୍ଥାନାନ୍ତର ଓ ମତାନ୍ତର ଭୟ ଦୂରେଇ ଯିବ ।

ବିଚ୍ଛା

କେତେକ କ୍ଷେତ୍ରରେ ସୁବିଧା ଓ ସମ୍ମାନ ପାଇବେ । ଦୀର୍ଘ ସମୟରୁ ପ୍ରତୀକ୍ଷା କରିଥିବା ଖବର ପାଇ ଖୁସି ହେବେ । ପୈତୃକ ସମ୍ପତ୍ତିକୁ ନେଇ ବାଦ-ବିବାଦ ଲାଗି ରହିବ । ଆଜି ସମସ୍ୟାର ସମାଧାନ କରି ପାରିବେ । ମହିଳାମାନଙ୍କ ପାରିବାରିକ ବିବାଦ ବୃଦ୍ଧି ହେବ । ରାଜନୀତିରେ ଲାଭ ଉଠାଇବେ । ବ୍ୟବସାୟରେ ପ୍ରଚୁର ଲାଭ ହେବ । ବିଦ୍ୟାରେ ଉନ୍ନତି କରିବେ । ଲୋକ ସମ୍ପର୍କ ଦ୍ଵାରା ଲାଭ ପାଇବେ । କିଛି ନୂତନ କର୍ମ ଆରମ୍ଭ କରି ନିକଟ ସମ୍ପର୍କୀୟଙ୍କ ଠାରୁ ପ୍ରଶଂସିତ ହେବେ । ବନ୍ଧୁବାନ୍ଧବ ମାନେ ଆର୍ଥିକ କ୍ଷେତ୍ରରେ ସାହାଯ୍ୟ ସହଯୋଗ କରିବେ ।

ଧନୁ

ପାରିବାରିକ ପରିସ୍ଥିତି ଯୋଗୁ କର୍ମ କ୍ଷେତ୍ରରେ ଚିନ୍ତା କରିଥିବା କାମ ଗୁଡିକ ଠିକ ଭାବେ ସଂପୂର୍ଣ୍ଣ ହେବ । ନିଶାଦ୍ରବ୍ୟ ସେବନ କରନ୍ତୁ ନାହିଁ । ଛୋଟ ଛୋଟ କାମକୁ ବୁଝି ବିଚାରି ନ କଲେ ଦ୍ଵନ୍ଦରେ ପଡି ପାରନ୍ତି । କୌଣସି ଆବଶ୍ୟକୀୟ ଜିନିଷ କିଣିବା ପାଇଁ ଧାର କରଜ କରିବାକୁ ବାଧ୍ୟ ହେବେ । ପରିବାର ହିତ ପାଇଁ ଅଧିକ ଖର୍ଚ୍ଚାନ୍ତ ହେବେ । ସନ୍ତାନଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ରହିବେ । ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ ।

ମକର

କର୍ମ କ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ । ମହିଳାମାନଙ୍କ ନିଜ ଚେଷ୍ଟାରେ କାର୍ଯ୍ୟରେ ସଫଳତା ମିଳିବ । ଆଶାତୀତ ଲାଭ ପାଇବେ । ଆଲୋଚନା କ୍ଷେତ୍ରରେ ଠିକ ନିଷ୍ପତି ନେବେ । ଅର୍ଥ ସଂଗ୍ରହ କରି ସଫଳତା ପାଇବେ । ବ୍ୟବସାୟ କ୍ଷେତ୍ରରେ ପ୍ରତିଦ୍ୱନ୍ଦିତା ସୃଷ୍ଟି ହେବ । ଅନ୍ୟର ଉପକାର କରି ନିଜେ କ୍ଷତିରେ ପଡିବେ । ବନ୍ଧୁଙ୍କ ଡାକରା ପାଇ ଯାତ୍ରା କରିବାକୁ ବାଧ୍ୟ ହେବେ । ପାରିବାରିକ ପରିସ୍ଥିତି ଠିକ ରହିବ ନାହିଁ ।

କୁମ୍ଭ

ମାନସିକ ଚିନ୍ତା ବୃଦ୍ଧି ପାଇବ । ନୂତନ ଯୋଜନା ପ୍ରସ୍ତୁତ କରି ବ୍ୟବସାୟର ପ୍ରସାର କରି ଆଶାତୀତ ଆୟ ବୃଦ୍ଧି ପାଇବ । ନୂତନ କର୍ମ ପ୍ରାପ୍ତିର ସୁଯୋଗ ପାଇବେ । କର୍ମ କ୍ଷେତ୍ରରେ ନୂତନ ଦାୟିତ୍ୱ ନେଇ କାମ ଆରମ୍ଭ କରିବେ । ପରିବାରରେ ସୁସ୍ଥ ବାତାବରଣ ରହିବ । ଘରର ସଦସ୍ୟମାନେ ପରସ୍ପରକୁ ସାହାଯ୍ୟ ସହଯୋଗ କରି, ଗଠନମୂଳକ କାର୍ଯ୍ୟ ହାତକୁ ନେବେ । ଦୂର ଯାତ୍ରାର ସୁଯୋଗ ପାଇବେ । ଆପଣ ନିଜର ପ୍ରିୟତମଙ୍କୁ ସମ୍ମାନ ଦେବେ ।

ମୀନ

ଜାଗା, ଜମି, ଗୃହପୋକରଣ କ୍ରୟ କରିବେ । ଆୟ ଉପାର୍ଜନର ବୃଦ୍ଧି ହେବ । ସାମାଜିକ ପତିଆରା ଅମଳିନ ରହିବ । ଆପଣଙ୍କୁ ପାରିବାରିକ ଜୀବନରେ ମିଶି ରହିବାକୁ ହେବ । ଚାକିରି ବ୍ୟବସାୟ କାରଣରୁ ଆପଣଙ୍କୁ ଘରୁ ଦୂରରେ ଯିବାକୁ ପଡିପାରେ । ଏହି ସମୟରେ କ୍ୟାରିୟରରେ ଉନ୍ନତି ସମ୍ଭବ ଅଟେ । ଚାକିରି, ବ୍ୟାପାର ପାଇଁ ପରିସ୍ଥିତି ଅନୁକୂଳ ଅଟେ । ଏହି ସମୟରେ ଆପଣ ନିଜର କ୍ୟାରିୟରର ପ୍ରଗତି ଦେଖି ପାରିବେ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।