ଦାନିବିର ବଲୀଉଡ ଅଭିନେତା ଓ ଗରିବ ଲୋକମାନଙ୍କ ପାଇଁ ଭଗବାନ ସୋନୁ ସୁଦଙ୍କ ପ୍ରଶଂସା ଏତେ ହେଉଛି କି ଲୋକମାନେ ତାଙ୍କୁ ଶୁଭେଚ୍ଛା ଓ ଶୁଭକମାନ ଦେବା ପାଇଁ ଶବ୍ଦ ଖୋଜି ପାଉ ନାହାନ୍ତି । ବଡ ରୁ ବଡ ନେତା ଓ ଅଭିନେତା ତାଙ୍କୁ ଶୁଭେଚ୍ଛା ଦେଉଛନ୍ତି । କହିବାକୁ ଗଲେ ସାହାର୍ଯ୍ୟର ବହୁତ କାହାଣୀ ସେ ଏକା ସହିତ ଲେଖୁଛନ୍ତି । କହିବାକୁ ଗଲେ ବର୍ତ୍ତମାନ ହିଁ ଗରିବ ପ୍ରବାସୀ ଶ୍ରମିକମାନଙ୍କ ବିଷୟରେ ଜାଣିବା ପାଇଁ ମହାରାଷ୍ଟ୍ର ଗବର୍ନର ଭଗତ ସିଂହ କୋଶୟାରୀ ରାଜ୍ୟ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ନ ଡାକି, ସେ ସୋନୁ ସୁଦଙ୍କୁ ନିଜ ଭବନକୁ ଡାକିଛନ୍ତି । ୩୦ ମେ ରେ ଗଭର୍ନର ହାଉସକୁ ସୋନୁ ସୁଦଙ୍କୁ ନିମନ୍ତ୍ରଣ ଦିଆ ଯାଇଥିଲା ଓ ତାଙ୍କ ଠାରୁ ସମ୍ପୂର୍ଣ ସୂଚନା ବି ନିଆ ଯାଇଛି ।
ସୋନୁ ସୁଦ ନିଜ କାମ ବିଷୟରେ କହିଲେ । ସେ ବର୍ତ୍ତମାନ ପର୍ଯ୍ୟନ୍ତ କେତେ ଶ୍ରମିକମାନଙ୍କୁ କେଉଁ କେଉଁ ସ୍ଥାନକୁ ପଠାଇଛନ୍ତି, ଏହା ସମ୍ବନ୍ଧିତ ସମସ୍ତ ସୂଚନା ସେ ରାଜଭବନକୁ ଦେଇଛନ୍ତି । ସେ ପ୍ରବାସୀ ଶ୍ରମିକମାନଙ୍କ ସାମ୍ନାରେ ଆସୁଥିବା ସମସ୍ୟା ବିଷୟରେ ବିସ୍ତାର ରୂପରେ ଗଭର୍ନରକୁ କହିଛନ୍ତି ଓ ଯେଉଁ ପ୍ରବାସୀ ଶ୍ରମିକମାନଙ୍କୁ ତାଙ୍କର ଗୃହ ରାଜ୍ୟ ପହଞ୍ଚାଇଛନ୍ତି, ତାଙ୍କର ଖାଦ୍ୟପେୟ ବିଷୟରେ ବି ସେ ବିସ୍ତାର ରୂପରେ କହିଛନ୍ତି ।
ଗଭର୍ନର ଭଗତ ସିଂହ କୋଶୟାରୀଙ୍କ କହିବା ଅଟେ କି ଆପଣ ମହାନ କାର୍ଯ୍ୟ କରୁଛନ୍ତି ଓ ଏହାର ଯେତିକି ପ୍ରଶଂସା କରାଯିବ ସେତିକି କମ ଅଟେ । ଗଭର୍ନର ସୋନୁ ସୁଦଙ୍କୁ ଆଶ୍ଵସନା ଦେଲେ କି ତାଙ୍କର ଏହି ପ୍ରୟାସରେ ରାଜଭବନର ସମ୍ପୂର୍ଣ ସମର୍ଥନ ମିଳିବ । ସେ ରାଜଭବନକୁ ଯାହା ଚାହିଁବେ ତାହା କହି ପାରିବେ ।
Film star @SonuSood called on at Raj Bhavan, Mumbai today. Shri Sood briefed about his ongoing work to help the migrant people to reach their home states and to provide them food. Applauded his great work and assured him of his fullest support in these endeavours. pic.twitter.com/oUMfIQGTeX
— Bhagat Singh Koshyari (@BSKoshyari) May 30, 2020
ଅନ୍ୟ ପଟେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ବି ସୋନୁ ସୁଦଙ୍କୁ ପ୍ରଶଂସା ଓ ଧନ୍ୟବାଦ ଦେଇଛନ୍ତି । ସେ ଟ୍ୱୀଟରେ ସୋନୁଙ୍କୁ ଲେଖିଲେ – ଆପଣଙ୍କ ମଣିଷତ୍ଵ ଓ ମାନବୀୟ ମୂଲ୍ୟ ବହୁତ ପ୍ରଶଂସନୀୟ ଅଟେ । କୋଚ୍ଚିରେ ଫସି ରହିଥିବା ଓଡିଶାର ୧୬୭ ମହିଳାମାନଙ୍କୁ ଆପଣ ଯେଉଁଭଳି ଭାବରେ ସାହାର୍ଯ୍ୟ କରିଲେ, ସେଥିପାଇଁ ତୁମଙ୍କୁ ଧନ୍ୟବାଦ ।
Thank Bollywood actor @SonuSood for coming forward to help #Odisha girls, stranded in Kerala during nationwide #COVID19 lockdown, to reach home safe. His humanitarian gesture is indeed commendable.
— CMO Odisha (@CMO_Odisha) May 29, 2020
ଏହା ସହିତ ବଲୀଉଡ ଅଭିନେତ୍ରୀ ଶିଲ୍ପା ଶେଟ୍ଟୀ ବି ପ୍ରବାସୀ ଶ୍ରମିକମାନଙ୍କ ସାହାର୍ଯ୍ୟ କରିବା ପାଇଁ ସୋନୁ ସୁଦଙ୍କ ପ୍ରଶଂସା କରିଛନ୍ତି । ସେ ଟ୍ୱିଟରରେ ସୋନୁ ସୁଦଙ୍କ ଫଟୋ ଶେୟାର କରି ତାଙ୍କ ପାଇଁ ଖାସ ନୋଟ ବି ଲେଖିଲେ । ଏହା ସହିତ ହିଁ ନିଜର ଟ୍ୱୀଟରେ ଶିଲ୍ପା ଶେଟ୍ଟୀ ଲେଖିଲେ – ମୋତେ ଆପଣଙ୍କ ଉପରେ ବହୁତ ଗର୍ବ ଅଛି ସୋନୁ ସୁଦ । ଶିଲ୍ପା ଶେଟ୍ଟୀ ଛଡା ୱେବ ସୀରିଜ ସେକ୍ରେଡ ଗେମ୍ସର ଅଭିନେତ୍ରୀ କୁବ୍ରା ସୈତ ବି ସୋନୁ ସୁଦଙ୍କ ପ୍ରଶଂସା କରିଲେ ।
Extremely proud of you, @SonuSood 🙏🏻🤗#leadbyexample #gratitude #hero #help pic.twitter.com/jZZ5MLOk4z
— SHILPA SHETTY KUNDRA (@TheShilpaShetty) May 30, 2020
କୁବ୍ରା ସୈତ ସୋନୁ ସୁଦଙ୍କ ପାଇଁ ଟ୍ୱୀଟ କରିଲେ କି – ଆମର ଅସଲ ହିରୋକୁ ବହୁତ ଭଲ ପାଇବା । ଖରାପ ସମୟରେ ସୋନୁ ସୁଦ ହିଁ ଏମିତି କଳାକାର ଅଟନ୍ତି ଯିଏ ଆପଣଙ୍କୁ ଖୁସି କରି ଦିଅନ୍ତି । ଭଲରେ ରୁହନ୍ତୁ । ଏହା ମୋର ସୋଭାଗ୍ୟ ଅଟେ କି ମୁଁ କହି ପାରିବି କି ମୁଁ ଆପଣଙ୍କୁ ଜାଣିଛି ।
କହିବାକୁ ଗଲେ ସୋସିଆଲ ମିଡିଆରେ ଶିଲ୍ପା ଶେଟ୍ଟୀ ଓ କୁବ୍ରା ସୈତ ଦୁଇ ଜଣଙ୍କ ଟ୍ୱୀଟ ବହୁତ ଭାଇରାଲ ହେଉଛି । କହିଦେଉଛୁ କି ୨୯ ମେ କୁ ସୋନୁ ସୁଦ ଓଡିଶାର ୧୬୭ ମହିଳା ଶ୍ରମିକମାନଙ୍କ ପାଇଁ ଏକ ଚାର୍ଟର୍ଡ ବିମାନ ଭଡାରେ ନେଲେ ଓ ସମସ୍ତଙ୍କୁ କୋଚ୍ଚିରୁ ଭୁବନେଶ୍ୱର ଫ୍ଲାଇଟରେ ପହାଇଲେ । ଏହା ପରେ ସେ ସଡକ ମାର୍ଗ ଦେଇ ସେମାନଙ୍କୁ ଘରକୁ ବି ପଠାଇଲେ । ଏହି ସମସ୍ତ ମହିଳା କୋଚ୍ଚିର ଏକ କପଡ଼ା ଫ୍ୟାକ୍ଟ୍ରୀରେ କାମ କରୁଥିଲେ । ଶ୍ରମିକମାନେ ନିଜର ଚାକିରିରେ ଇସ୍ତୀଫା ଦେଇ ଦେଇଥିଲେ ଓ ନିଜର ଘରକୁ ଯିବାକୁ ଆଶା କରୁଥିଲେ ।
So much love for the new age non mythical real flesh and blood super hero of our times. Through the adversities and lows there is @SonuSood who just makes you nod your head and smile.
Ah! Bless you saab. It’s my honour to even say, “I know you.”— Kubbra Sait (@KubbraSait) May 30, 2020
ଏହି ମହିଳା ଶ୍ରମିକମାନେ କିଟେକ୍ସ କପଡା ରେ କାମ କରୁଥିଲେ ଓ ଓଡିଶାର କେନ୍ଦ୍ରାପଡାର ନିବାସୀ ଥିଲେ । ଏମିତିରେ ସୋନୁ ସୁଦ ଏହି ମହିଳାମାନଙ୍କୁ ଶୁକ୍ରବାର ସକାଳେ କୋଚିରୁ ଚାର୍ଟର୍ଡ ଫ୍ଲାଇଟରେ ନେଇ ଆସିଲେ । ପ୍ଳେନରେ ଏକ ପ୍ଲାଈୱୁଡ କାରଖାନାରେ କାମ କରୁଥିବା ଦଶ ଜଣ ପ୍ରବାସୀ ଶ୍ରମିକମାନଙ୍କୁ ବି ପହଞ୍ଚାଇଛନ୍ତି ।
Thank you so much for your encouraging words sir. I felt it was my duty to get our stranded sisters back to their homes. Will continue to support people struck anywhere in our country. 🙏 https://t.co/XiQn5emOsB
— sonu sood (@SonuSood) May 30, 2020
ବର୍ତ୍ତମାନ ସୋନୁ ସୁଦଙ୍କର ସମସ୍ତେ ପ୍ରଶଂସା କରୁଛନ୍ତି । ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିଂଦର ସିଂହ, ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂହ କୋଶୟାରୀ, କେନ୍ଦ୍ରୀୟ ମନ୍ତ୍ରୀ ସ୍ମୃତି ଇରାନୀ, ପଞ୍ଜାବର ମନ୍ତ୍ରୀ, ବ୍ୟାଡମିଣ୍ଟନ ସ୍ଟାର ପୀବୀ ସିନ୍ଧୁ, କ୍ରିକେଟ ଷ୍ଟାର ସୁରେଶ ରୈନା, ବଲୀଉଡର ସିଂଘମ ଅଜୟ ଦେବଗନ, ବଲୀଉଡର ଅଭିନେତା ଆର ମାଧବନ, ବିବେକ ଓବରୟ, କମେଡିୟନ କପିଲ ଶର୍ମାଙ୍କ ସମେତ ବହୁ ନେତା, ଅଭିନେତା ତାଙ୍କର ବହୁତ ବଡ ପ୍ରଶଂସକ ହୋଇ ଯାଇଛନ୍ତି ।
ଏହା ସହିତ ପ୍ରତଦିନ ସୋନୁ ସୁଦ ମୁମ୍ବାଇରେ ଫସି ଥିବା ଏକ ହଜାର ରୁ ବି ଅଧିକ ଶ୍ରମିକମାନଙ୍କୁ ତାଙ୍କ ଘର ପର୍ଯ୍ୟନ୍ତ ବସରେ ବିହାର, ଉତ୍ତର ପ୍ରଦେଶ, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ ପଠାଉଛନ୍ତି । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।