୫ ଜୁନକୁ ଲାଗିବ ଚନ୍ଦ୍ର ଗ୍ରହଣ, ରାଶି ଅନୁସାରେ ଜାଣନ୍ତୁ କଣ ରହିବ ଆପଣଙ୍କ ଉପରେ ଏହାର ପ୍ରଭାବ

୫ ଜୁନକୁ ଚନ୍ଦ୍ର ଗ୍ରହଣ ଲାଗିବାକୁ ଯାଉଛି । କହିବାକୁ ଗଲେ ଏହା ଉପଚ୍ଛାୟା ଚନ୍ଦ୍ର ଗ୍ରହଣ ଅଟେ । ଯାହାକି ଭାରତରେ ଦେଖା ଯିବ ନାହିଁ ଓ ଏହା ସହିତ ଏହି ଚନ୍ଦ୍ର ଗ୍ରହଣର ଛୁଆଁ ବି ଲାଗିବ ନାହିଁ । ଏହି ଚନ୍ଦ୍ର ଗ୍ରହଣ ୫ ଜୁନ ରାତି ୧୧ :୧୫ ମିନିଟରେ ଲାଗିବ, ଯାହା ୬ ଜୁନ ସକାଳ ୫ : ୩୪ ମିନିଟରେ ଶେଷ ହେବ । ବର୍ତ୍ତମାନ ସମୟରେ ୬ଟି ଗ୍ରହ ବକ୍ରୀ ଚାଲୁଛନ୍ତି । ରାହୁ – କେତୁ ଛଡା ଏହି ସମୟରେ ଶନି, ବୃହସ୍ପତି, ଶୁକ୍ର ଓ ପ୍ଲୂଟୋ, ଏହି ଚାରୋଟି ଗ୍ରହ ବି ବକ୍ରୀରେ ଚାଲୁଛନ୍ତି । ଏହି ଚନ୍ଦ୍ର ଗ୍ରହଣର ପ୍ରଭାବ ବିଚ୍ଛା ରାଶି ଉପରେ ବିଶେଷ ରୂପରେ ପଡିବାର ଅଛି । ତେବେ ବର୍ତ୍ତମାନ ଚଲାନ୍ତୁ ଜାଣିବା କି ଏହି ଚନ୍ଦ୍ର ଗ୍ରହଣ ଦ୍ଵାରା କେଉଁ ରାଶି ଉପରେ କଣ ପ୍ରଭାବ ପଡିବ ।

ମେଷ ରାଶି

Image courtesy: Google

ପରିବାରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ । ମନରେ ବିଭିନ୍ନ ପ୍ରକାରର ଦୁଶ୍ଚିନ୍ତା ଆସିପାରେ । ଆପଣଙ୍କୁ ନିଜକୁ ବାଦ ବିବାଦ ଠାରୁ ଦୂରେଇ ରଖିବାର ଅଛି । ପରିବାର ଓ ଘରକୁ ନେଇ ସମସ୍ୟା ଆସି ପାରେ । ନିଷ୍ପତି ନେବାରେ କିଛି ଅସୁବିଧା ଆସିପାରେ । ଏହି ସମୟରେ ଆପଣଙ୍କୁ ନିଜକୁ ସମ୍ଭାଳି ରଖିବାର ଅଛି । ଗ୍ରହଣ କାଳରେ କିଛି ମନ୍ତ୍ରର ଜପ କରନ୍ତୁ ଓ ନିଜ ରାଶିର ସ୍ଵାମୀ ମଙ୍ଗଲକୁ ପ୍ରବଳ କରନ୍ତୁ । ଗ୍ରହଣନ କାଳ ଶେଷ ହେବା ପରେ କୌଣସି ଗରିବ ବ୍ୟକ୍ତିକୁ ଗୁଡ ଓ ଚାଉଳ ଦାନ କରନ୍ତୁ ।

ବୃଷ ରାଶି

Image courtesy: Google

ବୃଷ ରାଶି ଉପରେ ଏହି ଗ୍ରହଣର ପ୍ରଭାବ ପଡିବା ଦ୍ଵାରା ଏହା ଆପଣଙ୍କ ସମ୍ପର୍କକୁ ଖରାପ କରି ଦେବ ଓ ଆପଣଙ୍କ କୌଣସି ନୂତନ ସମ୍ବନ୍ଧ ଶେଷ ବି ହୋଇପାରେ । କାହା ସହିତ ବ୍ୟାପାର ଖରାପ ହୋଇପାରେ । ଏହି କାରଣରୁ ଆପଣ ଅଳ୍ପ ଚିନ୍ତିତ ରହିବେ । ନିଜର ଓ ନିଜ ପତ୍ନୀଙ୍କ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ରଖନ୍ତୁ । ସ୍ଵାମୀ ସ୍ତ୍ରୀ ମଧ୍ୟରେ ବିବାଦ ହୋଇପାରେ । ଗ୍ରହଣ କାଳରେ ଶୁକ୍ରଙ୍କ ମନ୍ତ୍ର ଜପ କରନ୍ତୁ । ଗ୍ରହଣ କାଳ ପରେ କୌଣସି ଗରିବ ବ୍ୟକ୍ତିଙ୍କୁ କ୍ଷୀର ଦାନ କରନ୍ତୁ ।

ମିଥୁନ ରାଶି

Image courtesy: Google

ଆପଣଙ୍କୁ ଏହି ସମୟରେ କୌଣସି ମହିଳାର ଆରୋପ ଠାରୁ ବଞ୍ଚି ରହିବାର ଅଛି । କୌଣସି ମହିଳା ସହ ଏମିତି ବିବାଦ ହୋଇପାରେ କି ମାମଲା କୋର୍ଟ ପର୍ଯ୍ୟନ୍ତ ବି ପହଞ୍ଚି ପାରେ । ସେଥିପାଇଁ ଆପଣଙ୍କୁ ବହୁତ ସାବଧାନ ରଖିବାର ଅଛି । ମାନସିକ ଚିନ୍ତା ରହିବ । ଅଳ୍ପ ସ୍ୱାସ୍ଥ୍ୟ ବି ଖରାପ ହୋଇପାରେ । ଏହି ରାଶିର ମହିଳାମାନଙ୍କୁ ବି ନିଜର ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ରଖିବା ଜରୁରୀ ଅଟେ । କରଜର କୌଣସି ମାମଲା ଅସୁବିଧା ଛିଡା କରି ପାରେ । ଧନ ମାମଲାରେ ସମ୍ଭାଳି ରହିବାକୁ ଚେଷ୍ଟା କରନ୍ତୁ । ବୁଧର ମନ୍ତ୍ର ଜପ କରନ୍ତୁ । ଗ୍ରହଣ କାଳ ଶେଷ ହେବା ପରେ କୌଣସି ନିଧନକୁ ମିଠା ଦାନ କରନ୍ତୁ ।

କର୍କଟ ରାଶି

Image courtesy: Google

ଚନ୍ଦ୍ର ଗ୍ରହଣ ଲାଗିବା ପରେ କର୍କଟ ରାଶିର ଲୋକମାନଙ୍କୁ ଏହାର ସିଧା ପ୍ରଭାବ ପଡିବ । କାରଣ ଏହି ରାଶିର ସ୍ଵାମୀ ହିଁ ଚନ୍ଦ୍ରମା ଅଟେ । ଏହି ଗ୍ରହଣ ଆପଣଙ୍କ ପାଇଁ ଅଳ୍ପ ଅସୁବିଧା ଆଣିପାରେ । ସମ୍ପର୍କ, ଶିକ୍ଷା ଓ ସନ୍ତାନ ଏହି ତିନୋଟି ଦିଗରୁ ଆପଣଙ୍କୁ ସାବଧାନ ରହିବାର ଅଛି । ସମ୍ପର୍କରେ ଭୁଲ ବୁଝାମଣାରୁ ଦୂରେଇ ରୁହନ୍ତୁ । ଗର୍ଭବତୀ ମହିଳାମାନେ ନିଜର ଧ୍ୟାନ ରଖନ୍ତୁ । ଆପଣଙ୍କ ପାଇଁ ଇନ୍ଦ୍ର ଗାୟତ୍ରୀ ମନ୍ତ୍ର ବହୁତ ଲାଭକାରୀ ଅଟେ । ଗ୍ରହଣର ୧୫ ଦିନ ଭିତରେ ନିଜ ମାତାଙ୍କୁ ଚାନ୍ଦିର ଗ୍ଳାସ ଦିଅନ୍ତୁ ।

ସିଂହ ରାଶି

Image courtesy: Google

ଏହି ଗ୍ରହଣ କାଳ ସମୟରେ ଆପଣଙ୍କ ମାତାଙ୍କୁ ଚିନ୍ତା ହୋଇପାରେ । ତାଙ୍କର ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ । ଘର ସହ ଜଡିତ କୌଣସି ବି ସମସ୍ୟା ହୋଇପାରେ । ମାତାଙ୍କ ସହିତ ଝଗଡା କରନ୍ତୁ ନାହିଁ । ଛୋଟ ଛୋଟ କଥାକୁ ନେଇ ଚିନ୍ତାରେ ରହି ପାରନ୍ତି । କିନ୍ତୁ ଆପଣଙ୍କୁ ଚିନ୍ତିତ ହେବା ଦରକାର ନାହିଁ । ଗ୍ରହଣ କାଳରେ ସୂର୍ଯ୍ୟ ଓ ଚନ୍ଦ୍ରମାଙ୍କ ମନ୍ତ୍ର ଜପ କରନ୍ତୁ । ଗ୍ରହଣ ପରେ ଗୁଡ ଓ ଚିନୀ ଦୁଇଟି ହିଁ ଦାନ କରନ୍ତୁ ।

କନ୍ୟା ରାଶି

Image courtesy: Google

ଏହି ସମୟରେ ଆତ୍ମବିଶ୍ଵାସ କମ ହୋଇଯିବ । ଆପଣଙ୍କ କୌଣସି ବନ୍ଧୁ ଆପଣଙ୍କ ଠାରୁ ଦୂରେଇ ଯିବ । ଭାଇ ଭଉଣୀଙ୍କ ସହ ବି ସମ୍ବନ୍ଧ ଖରାପ ହୋଇପାରେ । କାହାର ସ୍ୱାସ୍ଥ୍ୟକୁ ନେଇ ଅଧିକ ଚିନ୍ତିତ ରହି ପାରନ୍ତି । ପାର୍ଟନଶିପରେ ଲାଭର ସ୍ଥିତି ଖରାପ ହୋଇପାରେ । ଘରେ ବଡ ଓ ଛୋଟ ଦୁଇ ଜଣଙ୍କ ସ୍ଵାସ୍ଥ୍ୟର ଧ୍ୟାନ ରଖନ୍ତୁ । ଗ୍ରହଣ କାଳରେ ବୁଧ ମନ୍ତ୍ରର ଜପ କରନ୍ତୁ । ଗ୍ରହଣ ଶେଷ ହେବା ପରେ କୌଣସି ଗରିବ ବ୍ୟକ୍ତିଙ୍କୁ ସବୁଜ ପନିପରିବା ଦାନ କରନ୍ତୁ ।

ତୁଳା ରାଶି

Image courtesy: Google

ଏହି ଗ୍ରହଣ କାଳ ସମୟରେ ଆପଣଙ୍କୁ ନିଜର ବାଣୀ ଉପରେ ବହୁତ ଧ୍ୟାନ ରଖିବାକୁ ପଡିବ । ଆପଣଙ୍କ କାର୍ଯ୍ୟ କ୍ଷେତ୍ରରେ ସମସ୍ୟା ଆସିପାରେ । ସେଥିପାଇଁ କହିବା ପୂର୍ବରୁ ଚିନ୍ତା କରନ୍ତୁ । ମୁହଁ, ଦାନ୍ତ ଓ ଆଖି ସହ ଜଡିତ କୌଣସି ସମସ୍ୟା ହୋଇପାରେ । ଚିନ୍ତା ବି ବଢିପାରେ । ଗ୍ରହଣ କାଳରେ ଶୁକ୍ରଙ୍କ ମନ୍ତ୍ରର ଜପ କରନ୍ତୁ । ଗ୍ରହଣ କାଳ ଶେଷ ହେବା ପରେ କୌଣସି ନିଧନ ବ୍ୟକ୍ତିକୁ ବି ଘିଅ ଦାନ କରନ୍ତୁ ।

ବିଚ୍ଛା ରାଶି

Image courtesy: Google

ଚନ୍ଦ୍ର ଗ୍ରହଣ ସିଧା ଆପଣଙ୍କ ରାଶି ଉପରେ ହିଁ ପଡୁଛି । ଏହି କାରଣରୁ ମାନସିକ ଚିନ୍ତା ହୋଇପାରେ । ଏହି ସମୟରେ ଆପଣ ଭଗବାନଙ୍କ ଭକ୍ତିରେ ରୁହନ୍ତୁ । ଆପଣଙ୍କୁ କେହି ସାହାର୍ଯ୍ୟ କରି ପାରନ୍ତି । ଆପଣଙ୍କୁ ଏମିତି ଲାଗିବ କି ପୂଜା ପାଠ ଛଡା ଆପଣଙ୍କ ଜୀବନରେ ଆଉ କିଛି ବି ନାହିଁ । ସ୍ଥିତି ଏତେ ଖରାପ ବି ହେବ ନାହିଁ ଯେତିକି ଆପଣ ଅନୁଭବ କରିବେ । ଯେତେବେଳ ମନ ବିଚଳିତ ହୋଇଯିବ ତେବେ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ । ଗ୍ରହଣ କାଳ ଶେଷ ହେବା ପରେ ଏକ ତମ୍ବା ପାତ୍ରରେ କ୍ଷୀର ଭର୍ତ୍ତି କରି ଶିବଙ୍କ ମନ୍ଦିର ସାମ୍ନାରେ ରଖନ୍ତୁ ।

ଧନୁ ରାଶି

Image courtesy: Google

ଏହି ସମୟରେ ଆପଣଙ୍କୁ ନିଷ୍ପତି ନେବାର କ୍ଷମତା ଖରାପ ହୋଇପାରେ । କୌଣସି ବି ପ୍ରକାରର ନକାରାତ୍ମକ ବିଚାର ମନରେ ଆସିପାରେ । ଆପଣ ନିଜକୁ ଭଗବାନଙ୍କ ନିକଟରେ ସମର୍ପଣ କରନ୍ତୁ । ଆପଣଙ୍କୁ ବୃହସ୍ପତି ମନ୍ତ୍ରର ଜପ କରିବା ଜରୁରୀ ଅଟେ । କୌଣସି ନିର୍ଧନ ବ୍ୟକ୍ତିକୁ ଏକ ପ୍ୟାକେଟ ହଳଦୀ ଦାନ କରନ୍ତୁ ।

ମକର ରାଶି

Image courtesy: Google

ଆପଣଙ୍କ ଧନ ଲାଭ କମ ହେବ । କେଉଁ ସ୍ଥାନରୁ ଟଙ୍କା ଆସିବାର ଅଛି । ତେବ ଅଚାନକ ଅଟକି ଯିବ । ଜୀବନ ସାଥିଙ୍କ ଠାରୁ ନେଇ ସହଯୋଗରେ ଅସୁବିଧା ଆସିପାରେ । ପରିବାରରେ କୌଣସି ବ୍ୟକ୍ତିଙ୍କ କାରଣରୁ ଆପଣ ଦୁଇ ଜଣନଙ୍କ ସମ୍ବନ୍ଧ ଖରାପ ହୋଇପାରେ । ନିଜର ସମ୍ପର୍କ ଉପରେ ବିଶ୍ଵାସ ରଖନ୍ତୁ । ଶନି ମନ୍ତ୍ରର ଜପ କରନ୍ତୁ । ଗ୍ରହଣ ଶେଷ ହେବା ପରେ ଏକ ପ୍ୟାକେଟ କ୍ଷୀର ଓ ସୋରିଷ ତେଲ ଗରିବ ବ୍ୟକ୍ତିଙ୍କୁ ଦାନ କରନ୍ତୁ ।

କୁମ୍ଭ ରାଶି

Image courtesy: Google

ପିତାଙ୍କ ସ୍ୱାସ୍ଥ୍ୟକୁ ନେଇ ସାବଧାନ ରୁହନ୍ତୁ । ଆପଣଙ୍କ ଶତ୍ରୁ ପ୍ରଭାବି ହୋଇ ପାରନ୍ତି । କାର୍ଯ୍ୟ କ୍ଷେତ୍ରରେ କୌଣସି ମହିଳା ଆପଣନାକ ଉପରେ ଆରୋପ ଲଗାଇପାରେ । ଆପଣ ସମସ୍ତ ସସମସ୍ୟାର କାରଣ ହୋଇପାରନ୍ତି । ଆପଣ ନିଜର ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ । ଶନିଙ୍କ ମନ୍ତ୍ର ଜପ କରନ୍ତୁ । ଗ୍ରହଣ କଳା ଶେଷ ହେବା ପରେ ସୋରିଷ ତେଲ କିମ୍ବା ମିଠା ଦାନ କରନ୍ତୁ ।

ମୀନ ରାଶି

Image courtesy: Google

କୌଣସି କଥା ସନ୍ଦେହ ହୋଇ ପାରେ । ଗାଡି ଓ ଯାତ୍ରା ସହ ଜଡିତ ସସମସ୍ୟା ଆସିପାରେ । ପିଲାମାନଙ୍କ ସ୍ୱାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ । ଶିକ୍ଷା କ୍ଷେତ୍ରରେ ବି ଧ୍ୟାନ ଦେବା ଆସବ୍ୟାକ ଅଟେ ଓ ସମ୍ପର୍କ ମଧ୍ୟରେ ଭୁଲ ବୁଝାମଣା ଆସିପାରେ । ଗ୍ରହଣ ସମୟରେ ବୃହସ୍ପତି ମନ୍ତ୍ର ଜପ କରନ୍ତୁ । ଗ୍ରହଣ କାଳ ପରେ ବୁଟ ଡାଲି ଦାନ କରନ୍ତୁ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।