ଝିଅର ପାଠପଢା ପାଇଁ ଜମା ରଖିଥିବା ପଇସାରେ 600 ଅସହାୟ ପରିବାରଙ୍କୁ ବାଣ୍ଟିଲେ ଜରୁରୀ ସାମଗ୍ରୀ

କରୋନାର ଏହି ସଙ୍କଟ ସମୟରେ ପ୍ରାୟ ସମସ୍ତ ଲୋକମାନେ ନିଜର କ୍ଷମତା ହିସାବରେ ଜରୁରୀ ଲୋକମାନଙ୍କ ପାଇଁ ସାହାର୍ଯ୍ୟ କରୁଛନ୍ତି । ଏହି ସମୟରେ ତାମିଲନାଡୁର ଜଣେ ବ୍ୟକ୍ତି ଏକ ଅଦ୍ଭୁତ ପ୍ରେରଣା ସୃଷ୍ଟି କରିଛନ୍ତି । ତାମିଲନାଡୁ ର ମଦୁରାଇ ଅଞ୍ଚଳରେ ଏକ ସେଲୁନ୍ ଚଳାଉଥିବା ବ୍ୟକ୍ତି ମୋହନ ନିଜ ଝିଅ ପାଇଁ ସଞ୍ଚିତ କରି ରଖିଥିବା 5 ଲକ୍ଷ ଟଙ୍କାକୁ ଜନସାଧାରଣଙ୍କ ପାଇଁ ଖର୍ଚ୍ଚ କରିଦେଲେ ।

ମୋହନ 600 ପରିବାରଙ୍କ ମଧ୍ୟରେ ଜରୁରୀ ସମାଗ୍ରୀ ବାଣ୍ଟିଲେ

ମୋହନ ମଦୁରାଇ ର ମେଲାମଦାଇ ଏରିଆରେ ରୁହନ୍ତି ଏବଂ ସେ ଗୋଟିଏ ସପ୍ତାହ ପୂର୍ବରୁ ତାଙ୍କର ସଞ୍ଚୟ ଖାତା ରୁ 5 ଲକ୍ଷ ଟଙ୍କା ଉଠାଇ ଥିଲେ ଏବଂ ତାଙ୍କ ଅଞ୍ଚଳର ଲୋକମାନଙ୍କ ପାଇଁ ଜରୁରୀ ସମାଗ୍ରୀ ବାଣ୍ଟିବା ପାଇଁ ପ୍ରସ୍ତୁତି ଆରମ୍ଭ କଲେ । ଏହାପରେ ସେ ସ୍ଥାନୀୟ ପ୍ରଶାସନର ସହଯୋଗରେ 615 ପରିବାର ପାଇଁ ଖାଦ୍ୟ ସମାଗ୍ରୀ ଓ ଘରର ଦରକାରୀ ଜିନିଷ ଯୋଗାଇ ଦେଲେ । ମୋହନ ମଦୁରାଇର ନେଲ୍ଲଇ ଥୋପୁ ଇଲାକାରେ ରୁହନ୍ତି ଯେଉଁଠି କରୋନାର କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି ।

ମୋହନଙ୍କ କହିବା ଅନୁସାରେ ଏହି ଅଞ୍ଚଳରେ ଲକ ଡାଉନ୍ କାରଣରୁ ଲୋକମାନଙ୍କୁ ବହୁତ ଅସୁବିଧାର ସାମନା କରିବାକୁ ପଡୁଛି । ତାଙ୍କୁ ଯେତେବେଳେ ଏକଥା ଜଣାପଡ଼ିଲା ସେ ଏଥିଲାଗି ତାଙ୍କର ସଞ୍ଚୟ କରିଥିବା ଟଙ୍କ କୁ ଏପରି କାର୍ଯ୍ୟରେ ଲଗାଇବାକୁ ଚିନ୍ତା କରିଥିଲେ ।

ମୋହନଙ୍କ କହିବା ଅନୁସାରେ ତାଙ୍କ ଝିଅ ନେତ୍ରା ଏକାଦଶ ଶ୍ରେଣୀରେ ପଢୁଛି ଏବଂ ସେ ଆଇଏଏସ୍ ହେବାକୁ ଚାହୁଁଛି । ମୋହନଙ୍କ କହିବା ଅନୁସାରେ ଏବେ ବି 400 ପରିବାର ଏମିତି ଅଛନ୍ତି ଯେ ଯାହାକୁ ସେ ସାହାର୍ଯ୍ୟ କରିବାକୁ ଚାହୁଁଛନ୍ତି । ଏଥିପାଇଁ ସେ ତାଙ୍କ ପରିବାର ଲୋକଙ୍କ ସହିତ ଆଲୋଚନା କରୁଛନ୍ତି ।

ମୋହନ କହିଲେ କି ଯଦି ଦରକାର ପଡ଼େ ତେବେ ମୁଁ ମୋ ସ୍ତ୍ରୀ ର ସୁନା ଅଳଙ୍କାର ସବୁ ବିକ୍ରୀ କରି ଏହି ଲୋକମାନଙ୍କୁ ସାହାର୍ଯ୍ୟ କରିବି । ସେ କହିଲେ କି ଲକ ଡାଉନ୍ ଯୋଗୁ ସେଲୁନ୍ ବନ୍ଦ ହେବା କାରଣରୁ ତାଙ୍କର ରୋଜଗାରର ବାଟ ବନ୍ଦ ହୋଇ ଯାଇଛି । କିନ୍ତୁ ତାଙ୍କର୍ ଭରସା ଅଛି ଯେ ସେ ପୁଣି ଏହି ଟଙ୍କାକୁ କମାଇବାରେ ସକ୍ଷମ ହେବେ ।