ଆଜିର ରାଶିଫଳ, 12 ମେ 2020, ମଙ୍ଗଳବାର, ହନୁମାନ କରିବେ ଏହି ୪ଟି ରାଶିର ମଙ୍ଗଳ, ଧନ ପ୍ରାପ୍ତିର ରାସ୍ତା ସୁଗମ ହେବ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୨ ମେ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆପଣ ମାନସିକ ଓ ଶାରୀରିକ ରୁପରେ କ୍ଳାନ୍ତ ଅନୁଭବ କରିବେ । ଅଳ୍ପ ଆରାମ ଓ ପୌଷ୍ଟିକ ଭରା ଆହାର ଆପଣଙ୍କୁ ଊର୍ଜାରେ ଭରପୁର କରିଦେବ । ଅଧିକ କାମ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇ ପାରେ । କାର୍ଯ୍ୟ କ୍ଷେତ୍ରରେ ବାତାବରଣ ଅନୁକୂଳ ରହିବ । ପିଲାମାନଙ୍କ ହିତ ନିମନ୍ତେ କିଛି ନିଷ୍ପତି ନେବେ । ଘରେଲୁ ଆବଶ୍ୟକତା ଉପରେ ବ୍ୟୟ ହେବ । ଧନ ପ୍ରାପ୍ତିର ରାସ୍ତା ସୁଗମ ହେବ । କାହା ସହିତ ବିବାଦ ହୋଇପାରେ ।

ବୃଷ

ଆଜି ଆପଣଙ୍କ ବ୍ୟୟ ଅଧିକ ହେବ । ଆଖି ସମ୍ବନ୍ଧିତ ସମସ୍ୟା ହୋଇପାରେ । ବିଦ୍ୟାର୍ଥୀ ବର୍ଗ ଓ ଶିକ୍ଷା କ୍ଷେତ୍ରରେ କାମ କରୁଥିବା ଲୋକମାନଙ୍କୁ ଆଜି କିଛି ଅତ୍ୟଧିକ କାମ କରିବାକୁ ପଡିପାରେ । ଆଜିର ଦିନରେ ଆପଣ ଏମିତି କିଛି କାମ କରନ୍ତୁ ଯାହା ଦ୍ଵାରା ଆପଣ ନିଜ ଉପରେ ଗର୍ବ ଅନୁଭବ କରିବେ । ଆପଣଙ୍କ ଘର ଦ୍ଵାରା ଜଡିତ ନିବେଶ ଲାଭଦାୟକ ରହିବ । ଧାର୍ମିକ ଗତିବିଧିରେ ବ୍ୟସ୍ତତା ରହିବ ।

ମିଥୁନ

କିଛି କଠିନ ପରିସ୍ଥିତିର ସାମାନ କରିବା ସମୟରେ ଆପଣଙ୍କୁ ସାହସ ଓ ମଜବୁତି ଦେଖାଇବାର ଅଛି । ସକାରାତ୍ମକ ବ୍ୟବହାର ଦ୍ଵାରା ଆପଣ ସମସ୍ତ ବାଧାକୁ ପାର କରି ପାରିବେ । ବ୍ୟାପାରେ କୌଣସି ବଡ ଅର୍ଡର ମିଳିପାରେ । ସ୍ଵାଭିମାନକୁ ଆଘାତ ଲାଗି ପାରେ । କୌଣସି ଦୁଖଦ ସମାଚାର ମିଳିପାରେ । ସ୍ୱାସ୍ଥ୍ୟ କମଜୋର ରହିପାରେ । ଘର ପରିବାର ପାଇଁ ସମୟ ବାହାର କରନ୍ତୁ ।

କର୍କଟ

ଏହିଭଳି ଗତିବିଧିରେ ସାମିଲ ହୁଅନ୍ତୁ ଯିଏ ରୋମାଞ୍ଚକ ଥିବ ଓ ଆପଣଙ୍କୁ ଶାନ୍ତି ପ୍ରଦାନ କରୁଥିବ । ଦୀର୍ଘବିଧି ଲାଭ ପାଇଁ ସ୍ଟକ ଓ ମ୍ୟୁଚୁଅଲ ଫଣ୍ଡରେ ନିବେଶ କରିବା ଲାଭଦାୟକ ରହିବ । କିଛି ପ୍ରୟାସରେ ସଫଳ ରହିବେ । ବହୁତ ସମୟ ହେବ ଅଟକିଥିବା କାମ ପୁରା ହୋଇପାରେ । କୌଣସି ଆସାହାୟ ବ୍ୟକ୍ତିର ସାହାର୍ଯ୍ୟ କରି ପାରନ୍ତି । ସାମାଜିକ ପ୍ରତିଷ୍ଠା ବୁଦ୍ଧି ହେବ । ବ୍ୟବସାୟ ପ୍ରତିସ୍ପର୍ଧୀ ଆପଣଙ୍କ ସାମ୍ନାରେ କଡା ଚୁନୌତୀ ରଖିଦେବ ।

ସିଂହ

ଆଜି ନଜିର ଜୀବନସାଥିଙ୍କ ସହିତ ବହୁତ ରୋମାନ୍ସ କରିବେ । ସରକାରୀ କାର୍ଯ୍ୟରେ ବାଧା ଆସିପାରେ । ଦୈନିକ କାର୍ଯ୍ୟ ସହଜରେ କରିନେବେ । ଗାଡିର ଉପଯୋଗ ସାବଧାନ ହୋଇ କରନ୍ତୁ । ନେବା ଦେବାରେ କାର୍ଯ୍ୟରେ ସାବଧାନ ରୁହନ୍ତୁ । କିଛି କାମ କାରଣରୁ ଆପଣ କ୍ଳାନ୍ତ ହୋଇ ପାରନ୍ତି । ଘରର ସ୍ଥିତି ଖାସ ରହିବ ନାହିଁ । ଶୁଭ ସମାଚାର ମିଳିପାରେ । ଆତ୍ମବିଶ୍ଵାସରେ ବୁଦ୍ଧି ହେବ । ନିଜର ବ୍ୟାପାରିକ ଯୋଜନା ଗୁପ୍ତ ରଖନ୍ତୁ ।

କନ୍ୟା

କୌଣସି ପ୍ରକାର ଲାଭ ମିଳି ପରେ ଯାହା ବିଷୟରେ ଆପଣ ଚିନ୍ତା ବି କରି ନ ଥିବେ । ବେରୋଜଗାରି ଦୂର କରିବା ପ୍ରୟାସରେ କୌଣସି ବରିଷ୍ଠ ବ୍ୟକ୍ତିର ସାହାରେ ସଫଳ ହେବେ । ରଚନାତ୍ମକ କାର୍ଯ୍ୟ ଆପଣଙ୍କୁ ଶାନ୍ତି ପ୍ରଦାନ କରିବ । ଆପଣଙ୍କ ମନରେ ତୀବ୍ର ଟଙ୍କା ଆୟ କରିବାର ଇଚ୍ଛା ଜାଗ୍ରତ ହେବ । କୌଣସି ପାରିବାରିକ ଭେଦ ଖୋଳିପାରେ । ସମାଜରେ ଉଚ୍ଚ ପଦ ଓ ପ୍ରତିଷ୍ଠା ପ୍ରାପ୍ତ ହୋଇପାରେ ।

ତୁଳା

ଆପଣଙ୍କ କୌଣସି ଅଙ୍ଗ ବ୍ୟଥା ହୋଇପାରେ କିମ୍ବା ଆପଣ କିଛି ସମସ୍ୟାର ସାମ୍ନା କରି ପାରନ୍ତି । ଆଜି କିଛି କାମ ଆପଣଙ୍କ ଆଶା ଅନୁସାରେ ହେବ ନାହିଁ । ସନାତନଙ୍କ କ୍ୟାରିୟରକୁ ନେଇ କିମ୍ବା ବିବାହକୁ ନେଇ ଚିନ୍ତା ରହିପାରେ । ଘରର କୌଣସି ଆବଶ୍ୟକ କାର୍ଯ୍ୟରେ ଅଧିକ ଟଙ୍କା ବ୍ୟୟ ହେବ । ଟଙ୍କା ନେବା ଦେବାରେ କରିବାରେ ସଫଳ ରହିବେ । କୌସି ବ୍ୟର୍ଥ ବିବାଦ ହୋଇପାରେ । ଅତି ଶୀଘ୍ର କୌଣସି ନିଷ୍ପତି ନିଅନ୍ତୁ ନାହିଁ ।

ବିଚ୍ଛା

ପାରିବାରିକ ଚିନ୍ତା ରହିବ । ମାନସିକ କ୍ଳାନ୍ତ ଅନୁଭବ କରିବେ । ଦାମୀ ବସ୍ତୁ ସମ୍ଭାଳି ରଖନ୍ତୁ । କୁସଙ୍ଗତି ଠାରୁ ଦୂରେଇ ରୁହନ୍ତୁ । ବାକି ଥିବା ଟଙ୍କାକୁ ପାଇବାରେ ସଫଳ ରହିବେ । ପାରିବାରିକ ରୂପରେ ଅଳ୍ପ ଚିନ୍ତାରେ ରହିବେ । କୌଣସି ଭଲ ଖବର ମିଳିପାରେ । ନିଜର ଖର୍ଚ ଉପରେ କାବୁ ରଖନ୍ତୁ ଓ ଆଜି ହାତ ଖୋଲି ବ୍ୟୟ କରିବା ଠାରୁ ବଞ୍ଚନ୍ତୁ । ଦରକାର ସମୟରେ ଆପଣଙ୍କୁ ନିଜ ବନ୍ଧୁର ସାହାର୍ଯ୍ୟ ମିଳିବ ।

ଧନୁ

କୌଣସି କାର୍ଯ୍ୟ ପ୍ରତି ଆଶଙ୍କା ରହିବ । ଶରୀରରକୁ ବିଶ୍ରାମ ଦିଅନ୍ତୁ । ଆର୍ଥିକ ଉନ୍ନତି ପାଇଁ ନୂତନ ଯୋଜନା କରି ପାରନ୍ତି । ତତ୍କାଳ ଲାଭ ମିଳିବ ନାହିଁ । ମିତ୍ରମାନଙ୍କ ସାହାର୍ଯ୍ୟ ମିଳିବ । ଘରେଲୁ ଜୀବନ ସୁଖମୟ ରହିବ । ଆପଣଙ୍କ ସମ୍ପର୍କରେ କିଛି ସମସ୍ୟା ଆସିପାରେ । ବ୍ୟବସାୟିମାନଙ୍କ ପାଇଁ ଆଜିର ଦିନ ଭଲ ଅଟେ । ନୂତନ ବ୍ୟବସାୟିକ ଯୋଜନା ଉପରେ କାର୍ଯ୍ୟ କରି ପାରିବେ । ବରିଷ୍ଠ ଲୋକମାନଙ୍କ ସହିତ ସମ୍ପର୍କ ରଖିବା ଦ୍ଵାରା ଲାଭ ହେବ ।

ମକର

ଶତ୍ରୁ ନତମସ୍ତକ ହେବେ । ବିବାଦକୁ ବଢାନ୍ତୁ ନାହିଁ । କୌଣସି ବ୍ୟକ୍ତିର ମାର୍ଗ ଦର୍ଶନ ମିଳିପାରେ । କୋର୍ଟ କଚେରୀ ଓ ସରକାରୀ କାର୍ଯ୍ୟଲୟରେ ଅଟକିଥିବା କାମ ପୁରା ହେବ ନାହିଁ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଆପଣଙ୍କ ସାଥ ଦେବ ନାହିଁ । ଏହି କାରଣରୁ ଆଜି ଆପଣଙ୍କୁ କୌଣସି ଜରୁରୀ କାର୍ଯ୍ୟକୁ ଅଧା ଛାଡିବାକୁ ପଡିବ । ରୋଜଗାର ତଥା କ୍ୟାରିୟର ସମ୍ବନ୍ଧିତ ସମସ୍ୟାର ସମଧାନ କରିବେ ।

କୁମ୍ଭ

କାର୍ଯ୍ୟକ୍ଷତ୍ରରେ ଆପଣଙ୍କ ପ୍ରଭାବ ରହିବ । ମିତ୍ରମାନଙ୍କ ସହିତ ମନୋରଞ୍ଜନ ଭାରା ସମୟ ବ୍ୟତୀତ କରିବେ । ଧନାର୍ଜନ ହେବ । ପାରିବାରିକ ସୁଖ ଶାନ୍ତି ରହିବ । ଆମୋଦ ପ୍ରମୋଦ କରନ୍ତୁ ନାହିଁ । ମାନ ସମ୍ମାନ ମିଳିବ । ନୂତନ ବ୍ୟାପାରିକ ଅନୁବନ୍ଧ ହେବ । ଭାଗ୍ୟର ସାଥ ରହିବ । ଇଶ୍ଵରଙ୍କ ପ୍ରତି ଆସ୍ଥା ବଢିବ । ମିତ୍ରଙ୍କ ଉପଦେଶ କାମରେ ଆସିବ । ଘର ପରିବାରରରେ ସମସ୍ତେ ଆନନ୍ଦିତ ରହିବେ ।

ମୀନ

ବିବେକର ସହ କାର୍ଯ୍ୟ କରନ୍ତୁ, ଲାଭ ନିଶ୍ଚିତ ମିଳିବ । ମାତା ପିତାଙ୍କ ସ୍ଵାସ୍ଥ୍ୟର ଚିନ୍ତା କରିବେ । ପ୍ରେମ ସମ୍ବନ୍ଧରେ ମଜବୁତି ଆସିବ । କାରୋବାର ବୁଦ୍ଧି ହେବ । ନିବେଶ ଇତ୍ୟାଦି ଦ୍ଵାରା ଲାଭ ହେବ । ପ୍ରେମୀ ମାନଙ୍କ ମଧ୍ୟରେ ଭୁଲ ବୁଝାମଣା ହୋଇପାରେ । ଅଧିକାରୀ ରାଗି ପାରନ୍ତି । ଦୁଷ୍ଟ ଲୋକମାନଙ୍କ ଠାରୁ ସାବଧାନ ରୁହନ୍ତୁ । ଧନଲାଭର ଅବସର ହାତରେ ଆସିବ । ଯଦି କାହା ସହିତ ସମସ୍ୟା ଅଛି ତେବେ ଶାନ୍ତିର ସହ କଥାବାର୍ତ୍ତା କରନ୍ତୁ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।