ଧୋନୀଙ୍କ ସହିତ ଜଡିତ ଏହି କଥାକୁ ଜୀବନସାରା ମନେ ରଖିବେ କେଏଲ ରାହୁଲ, 6 ବର୍ଷ ପୁରୁଣା ଏହି ଘଟଣା

ଭାରତୀୟ ୱିକେଟ କିପର ବ୍ୟାଟସମ୍ୟାନ କେଏଲ ରାହୁଲ ବର୍ତ୍ତମାନ୍ ଇଣ୍ଡିଆ ଟିମର ମୁଖ୍ୟ ଖେଳାଳି ହୋଇ ଯାଇଛନ୍ତି । ଏମିତିକି ତାଙ୍କର ସାଧାରଣରୁ ପ୍ରମୁଖ ଖେଳାଳି ହେବାର ରାସ୍ତା ବହୁତ ଲମ୍ବା ଥିଲା । ରାହୁଲଙ୍କୁ କ୍ରିକେଟର ସବୁଠୁ ଲମ୍ବା ଫର୍ମାଟ ରେ ଡେବ୍ୟୁ କରିବାରେ 6 ବର୍ଷ ହେଇଯାଇଥିଲା । 2014 ଏମଏସ ଧୋନୀ ଙ୍କ ଅଧିନାୟକତ୍ୱରେ ସେ ପ୍ରଥମ ଥର ପାଇଁ ଟେଷ୍ଟ ମ୍ୟାଚ ରେ ପାଦ ରଖିଥିଲେ । ତାଙ୍କର ପ୍ରଥମ ମ୍ୟାଚ ରେ ଧୋନୀ ଙ୍କ ଠାରୁ ପାଇଥିବା ଟେଷ୍ଟ ମ୍ୟାଚ ର ଟୋପି କୁ ସେ ସବୁବେଳେ ମନେ ରଖିବେ । ଏହି କଥାକୁ ସେ ଗଣମାଧ୍ୟମରେ ମଧ୍ଯ ପ୍ରକାଶ କରିଛନ୍ତି ।

Google

ଧୋନୀଙ୍କ ଦ୍ୱାରା ଟେଷ୍ଟ ମ୍ୟାଚର ଟୋପି ମିଳିବାର ଉତ୍ସାହ

ରବିବାର ଦିନ ଟ୍ୱିଟରରେ ତାଙ୍କର ଫ୍ୟାନ ରାହୁଲଙ୍କୁ ପଚାରିଲେ ଯେ ଧୋନୀ ଙ୍କ ଦ୍ଵାରା ତାଙ୍କୁ ଟେଷ୍ଟର ଟୋପି ମିଳିଲା ପରେ କେମିତି ଲଗିଲା । ଏହି ଟ୍ୱିଟ଼ ଉପରେ ମତ ଦେଇ କହିଲେ ଯେ ଏହା ମୋ ପାଇଁ ଏକ ଅବିସ୍ମରଣୀୟ ଓ ଭାବନାତ୍ମକ ସମୟ ଥିଲା । ମୁଁ କେବେବି ଭାବି ନଥିଲି ଯେ ମୋତେ ଏହି ଶୃଙ୍ଖଳାରେ ଚୟନ କରାଯିବ ଏବଂ ଏମଏସ ଧୋନୀ ଙ୍କ ଠାରୁ ଟୋପି ନେବା ଏକ ଅଦ୍ଭୁତ ଘଟଣା ଥିଲା ।

Google

କହି ରଖୁଚି ଯେ ଧୋନିଙ୍କ ଅଧିନାୟକରେ ରାହୁଲ ତାଙ୍କର ପ୍ରଥମ ଟେଷ୍ଟ ଅଷ୍ଟ୍ରେଲିଆ ବିରୁଦ୍ଧରେ ମେଲବର୍ଣ୍ଣ ରେ କ୍ରିକେଟ ପଡିଆ ରେ ଖେଳିଥିଲେ । ରାହୁଲ ତାଙ୍କ ପ୍ରଦର୍ଶିତ ରେ ସଫଳ ହୋଇ ନଥିଲେ ଏବଂ ମ୍ୟାଚ ର ଦୁଇ ପାଳି ରେ କେବଳ 4 ରନ(3+1) କରିବାରେ ସମର୍ଥ ହୋଇଥିଲେ । ଏମିତିକି ଭାରତ ବର୍ଡର ଗାଭାସ୍କର ଟ୍ରଫି 2-0 ରେ ହାରିବା ପରେ ଜବରଦସ୍ତ ସଫଳତା ହାସଲ କରିଥିଲା । ଆସନ୍ତା ମ୍ୟାଚରେ ମୁରଲୀ ବିଜୟ ଙ୍କ ସହିତ ପାଳି ଆରମ୍ଭ କରିଥିଲେ ଓ ଦ୍ଵିତୀୟ ମ୍ୟାଚ ରେ 110 ରନ୍ କରିବାରେ ସମର୍ଥ ହୋଇଥିଲେ ଏବଂ ଦ୍ଵିତୀୟ ପାଳିରେ 16 ରନ୍ କରିଥିଲେ । ଆର ଟିମ କେବଳ ମ୍ୟାଚ କୁ ଡ୍ର ରଖିବାରେ ସକ୍ଷମ ହୋଇଥିଲା କିନ୍ତୁ ଭରତ 4 ମ୍ୟାଚ ଶୃଙ୍ଖଳା ରୁ 2-0 ହାରିଥିଲା ।

ଏମିତି ଅଟେ ରାହୁଲଙ୍କ ଆନ୍ତର୍ଜାତୀୟ ରେକର୍ଡ

Google

28 ବର୍ଷୀୟ କେଏଲ ରାହୁଲ ଭରତ ପାଇଁ 36 ଟେଷ୍ଟ ମ୍ୟାଚ ଖେଳିଛନ୍ତି ଓ 2006 ରନ କରିଛନ୍ତି ଏଥିରେ 5 ଟି ଶତକ ଓ 59 ଟି ଅର୍ଦ୍ଧ ଶତକ ସାମିଲ ଅଛି । ଯୋଉଠି 32 ଏକଦିବସୀୟ ମ୍ୟାଚ ରେ ସେ 47.65 ଆଭରେଜ ହିସାବରେ 1239 ରନ୍ କରିଥିଲେ । ଟି-20 ରେ ରାହୁଲ 42 ମ୍ୟାଚ ଖେଳୁଛନ୍ତି ଏବଂ 2 ଶତକ, 11 ଅର୍ଦ୍ଧ ଶତକ କରି 1461 ରନ କରିଛନ୍ତି । ସେ ଅଷ୍ଟ୍ରେଲିଆ ଓ ନ୍ୟୁଜଲ୍ୟାଣ୍ଡ ବିରୁଦ୍ଧରେ ସୀମିତ ଓଭର ର ଶୃଙ୍ଖଳା ରେ ଭଲ କରି ଥିଲେ । ସେ ତାଙ୍କର ଦିନିକିଆ ଓ ଟି-ଟୋଣ୍ଟି ରେ ସଂଜମତା ସହିତ ତାଙ୍କର ପୂର୍ବ ଦଶ ପାଳିରେ ଗୋଟେ ଶତକ ଓ ଚାରୋଟି ଅର୍ଦ୍ଧ ଶତକ କରିଥିଲେ ।

ବୁମରାହା କୁ କହିଲେ ଯେ ମାରାତ୍ମକ ବୋଲର

ଏମିତିକି କେଏଲ ରାହୁଲ ଭରତ ର ମାରାତ୍ମକ ବୋଲର ବିଷୟରେ ମଧ୍ଯ କହିଛନ୍ତି । ରାହୁଲଙ୍କ କହିବା ଅନୁସାରେ ସେ ୱିକେଟ ରକ୍ଷକ ଉପରେ ସୁଧାର ଆଣିବା ପାଇଁ ଚେଷ୍ଟା କରୁଛନ୍ତି । କିନ୍ତୁ ଯଶପ୍ରୀତ୍ ବୁମରାହା ଙ୍କ ବଲ କୁ କିପିଙ୍ଗ କରିବା ଭରି କଷ୍ଟ ହୋଇଥାଏ । ରାହୁଲ ଏମିତି ମଧ୍ଯ କହିଛନ୍ତି ଯେ ଆରସିବି ସହିତ 2016 ର ଆଇପିଏଲ ତାଙ୍କ ପାଇଁ କ୍ୟାରିୟର କୁ ପ୍ରମାଣ କରିବା ର ସିଜିନ ଥିଲା ।

Google

କାହିଁକି ନା ଲୋକମାନେ ମୋ ଠାରୁ ଧଳା ବଲରେ ଖେଳିବାର କ୍ଷମତା କୁ ଦେଖିଲେ । ଆରସିବି ରେ କ୍ରିସ ଗେଲ ଙ୍କ ସହ ଆଲୋଚନା କରିଥିବା ବେଳେ ରାହୁଲ ୱେଷ୍ଟ ଇଣ୍ଡିଜିର ଏହି ଆକ୍ରମଣାତ୍ମକ ବ୍ୟାଟସମ୍ୟାନ ଚତୁର କ୍ରିକେଟ ଖେଳାଳି କହିଥିଲେ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।