ଏହି ଷ୍ଟାରମାନଙ୍କ ଏମିତି ସବୁ ଘରର ଡାକ ନାମ, ଜାଣିଲେ ହସି ହସି ଗଡିବେ

ଆପଣମାନଙ୍କ ମଧ୍ୟରେ ପ୍ରାୟତଃ ଲୋକମାନଙ୍କ ଅସଲ ନାମ ଛଡା ଅନ୍ୟ ନାମ ଅର୍ଥାତ ନିକନେମ ନିଶ୍ଚିତ ଥିବ । ଯେଉଁ ନାମରେ ଆପଣମାନଙ୍କ ମାତା ପିତା, ଘର ଲୋକମାନେ କିମ୍ବା ବନ୍ଧୁମାନେ ଆପଣଙ୍କୁ ଡାକୁଥିବେ । କିନ୍ତୁ ଯଦି ଆମେ ବଲୀଉଡ ଷ୍ଟାରମାନଙ୍କ ବିଷୟରେ କଥା ହେବା ତେବେ ସାଧାରଣ ଲୋକମାନଙ୍କ ଭଳି ବଲୀଉଡର ପ୍ରାୟତଃ ବଡ ବଡ ଷ୍ଟାରମାନଙ୍କ ଅସଲ ନାମ ଛଡା ତାଙ୍କର ନିକନେମ ବି ହୋଇଥାଏ ।

ଯେଉଁ ନାମରେ ତାଙ୍କର ପରିବାର ଲୋକମାନେ ଓ ବନ୍ଧୁମାନେ ତାଙ୍କୁ ଡାକନ୍ତି । ଆପଣମାନେ ଏହି ବଲୀଉଡ ଷ୍ଟାରମାନଙ୍କ ଅସଲ ନାମ ବିଷୟରେ ନିଶ୍ଚିତ ଜାଣିଥିବେ କିନ୍ତୁ ପ୍ରାୟତଃ ଲୋକମାନଙ୍କୁ ବଲୀଉଡର ଏହି ଷ୍ଟାରମାନଙ୍କ ନିକନେମ ବିଷୟରେ ଜଣା ନ ଥିବ । ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ ବଲୀଉଡର ଏମିତି କିଛି ଷ୍ଟାରମାନଙ୍କ ନିକନେମ ବିଷୟରେ କହିବୁ ଯାହା ଶୁଣିବାକୁ ବହୁତ ହିଁ ମଜା ଲାଗିଥାଏ ।

ଅଜୟ ଦେବଗନ

ଅଜୟ ଦେବଗନ ଆଜିକାଲି ସମୟରେ ସବୁଠୁ ପ୍ରସିଦ୍ଧ ଓ ବଡ ଅଭିନେତାମାନଙ୍କ ମଧ୍ୟରେ ସାମିଲ ଅଟନ୍ତି । ସେ ବଲୀଉଡର ସବୁଠୁ ହିଟ ଫିଲ୍ମରେ କାମ ବି କରିସାରିଛନ୍ତି । ଅଜୟ ଦେବଗନଙ୍କୁ ପ୍ରାୟତଃ ସମସ୍ତେ ତାଙ୍କୁ ରାଜୁ କହି ଡାକନ୍ତି । କିନ୍ତୁ ଅଜୟ ଦେଗବନଙ୍କ ପତ୍ନୀ କଜୋଲ ତାଙ୍କୁ କେବଳ ‘ଜେ’ କହି ଡାକିବାକୁ ପସନ୍ଦ କରନ୍ତି ।

ଋତିକ ରୋଶନ

ଋତିକ ରୋଶନ ବଲୀଉଡର ସବୁଠୁ ହ୍ୟାଣ୍ଡସମ ଅଭିନେତାମାନଙ୍କ ମଧ୍ୟରୁ ଜଣେ ଅଟନ୍ତି । ଋତିକ ରୋଶନଙ୍କୁ ପିଲାଦିନୁ ହିଁ ‘ଡୁଗୁ’ କହି ଡକାଯାଏ ।

ଶ୍ରଦ୍ଧା କପୁର

ବଲୀଉଡ ଇଣ୍ଡଷ୍ଟ୍ରିରେ ଶ୍ରଦ୍ଧା କପୁର ବହୁତ ସଫଳ ହୋଇ ସାରିଛନ୍ତି । ତାଙ୍କର କୋଟି କୋଟି ଫ୍ୟାନ ଅଛନ୍ତି । ଏମିତିରେ କହିବାକୁ ଗଲେ ଶ୍ରଦ୍ଧା କପୁର ଓ ଅଭିନେତା ବରୁଣ ଧବନ ଦୁଇ ଜଣ ହିଁ ପରସ୍ପରକୁ ପିଲାଦିନୁ ହିଁ ଜାଣିଛନ୍ତି । ସେଥିପାଇଁ ବରୁଣ ଧବନ ଶ୍ରଦ୍ଧା କପୁରଙ୍କୁ ପିଲାଦିନୁ ହିଁ ‘ଚିରକୁଟ’ କହି ଡାକନ୍ତି ।

ଐଶ୍ୱର୍ୟା ରାୟ ବଚ୍ଚନ

ବଲୀଉଡ ଇଣ୍ଡଷ୍ଟ୍ରିର ସୁନ୍ଦର ଅଭିନେତ୍ରୀ ଓ ପୂର୍ବ ମିସ ୱାର୍ଲ୍ଡ ଐଶ୍ୱର୍ୟା ରାୟ ବଚ୍ଚନଙ୍କୁ ତ ଆପଣ ସମସ୍ତେ ଭଲ ଭାବରେ ଜାଣିଛନ୍ତି । ଐଶ୍ୱର୍ୟା ରାୟ ବଚ୍ଚନ ବଲୀଉଡର ସବୁଠୁ ସୁନ୍ଦର ଓ ପ୍ରତିଭାଶାଳୀ ଅଭିନେତ୍ରୀମାନଙ୍କ ମଧ୍ୟରେ ସାମିଲ ଅଛନ୍ତି । କିନ୍ତୁ ଐଶ୍ୱର୍ୟା ରାୟ ବଚ୍ଚନଙ୍କୁ ତାଙ୍କ ଘରେ ‘ଗୁଲୁ’ କହି ଡାକନ୍ତି ।

ଗୋବିନ୍ଦା

ବଲୀଉଡର ସବୁଠୁ ବଡ ଅଭିନେତା ଗୋବିନ୍ଦାଙ୍କୁ ତାଙ୍କର ବନ୍ଧୁମାନେ ଓ ପରିବାର ଲୋକମାନେ ’ଚିଚି’ କହି ଡାକନ୍ତି ।

ପ୍ରିୟଙ୍କା ଚୋପଡା

ବଲୀଉଡର ପ୍ରସିଦ୍ଧ ଅଭିନେତ୍ରୀ ପ୍ରିୟଙ୍କା ଚୋପଡା ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁତ ହିଁ ସଫତା ହାସଲ କରିଛନ୍ତି । ସେ ସେହି ସଫଳ ଅଭିନେତ୍ରୀମାନଙ୍କ ମଧ୍ୟରେ ଜଣେ ଅଟନ୍ତି ଯିଏ କେବଳ ଦେଶରେ ନୁହେଁ ବିଦେଶରେ ବି ବହୁତ ପ୍ରସିଦ୍ଧ ଅଟନ୍ତି । କିନ୍ତୁ ପ୍ରିୟଙ୍କା ଚୋପଡାଙ୍କ ନିକନେମ ବିଷୟରେ କହିବା ତେବେ ତାଙ୍କୁ ‘ମିଠୁ ଓ ମିମୀ’ ନାମରେ ଡକାଯାଏ ।

ଆଲିୟା ଭଟ୍ଟ

ବଲୀଉଡର ସବୁଠୁ କ୍ୟୁଟ ଓ ସୁନ୍ଦର ଅଭିନେତ୍ରୀ ଆଲିୟା ଭଟ୍ଟଙ୍କୁ ତାଙ୍କର ମା କେବେ କେବେ ପ୍ରେମରେ ‘ଆଲୁ କଚାଲୁ’ କହି ଡାକିଥାନ୍ତି । ଆପଣଙ୍କୁ ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରନ୍ତୁ । ଏମିତି ମନୋରଞ୍ଜନ ଦୁନିଆର ସବୁ କଥା ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।