ବର ରେଡ ଜୋନର ତ କନ୍ୟା ଗ୍ରୀନ ଜୋନବାଲି, ବର୍ଡରରେ ପହଞ୍ଚିଲେ ଦୁହେଁ, ଆଉ ଏମିତି ହେଲା ବିବାହ

ବର୍ତ୍ତମାନ କରୋନା ଭାଇରସ ଲକଡାଉନ ଜାରି ଅଛି । ଏମିତିରେ ବିବାହ କରିବାକୁ ଚାହୁଁଥିବା ଅନେକ ବର ବଧୂଙ୍କୁ ସମସ୍ଯା ହେଉଛି । ଦେଶରେ ବିଭିନ୍ନ ସ୍ଥାନରୁ ବିବାହର ଏମିତି କିଛି ଖବର ସାମ୍ନା କୁ ଆସୁଛି ଯାହା ଚର୍ଚ୍ଚାରେ ରହୁଛି । ଏମିତି ହିଁ ଏକ ମାମଲା ସାମ୍ନା କୁ ଆସିଛି ଯେଉଁଠି ବର ବଧୁ ବର୍ଡର ରେ ହିଁ ବିବାହ କରିଛନ୍ତି । ୨୮ ବର୍ଷର ଅରବିନ୍ଦ କୁମାର ୨୫ ବର୍ଷର ଛାୟା ରାନୀ ସହିତ ବିବାହ କରିବାକୁ ଚାହୁଁଥିଲେ, କିନ୍ତୁ ସମସ୍ଯା ଥିଲା କି ଅରବିନ୍ଦ UP ର ସେହି ଅଞ୍ଚଳରେ ରୁହନ୍ତି ଯିଏ କରୋନା ର ରେଡ ଜୋନ ଅଟେ । ସେଇଠି ଛାୟା ଉତ୍ତରାଖଣ୍ଡର ଗ୍ରୀନ ଜୋନ ର ଅଟେ ।

ଏମିତିରେ ବିବାହ କେମିତି ହେବ ଏଥିପାଇଁ ଘରଲୋକ ଏକ ନୂଆ ଉପାୟ ବାହାର କଲେ । ଶନିବାର ଦିନ ବିଜନୌର ସହରରେ ରହୁଥିବା ବର ଅରବିନ୍ଦ ଜିଲ୍ଲା ପ୍ରଶାସନ ଠାରୁ ଯାତ୍ରା ପାସ ପ୍ରାପ୍ତ କଲେ ଓ ଉଧମ ସିଂହ ନଗରର ଜଶପୁର ରେ ନିଜ କନ୍ୟା ଘରକୁ ବାହାରି ପଡିଲେ । ଯାହା ତାଙ୍କ ଘର ଠାରୁ ୧୫୦ କିମି ଦୂର ଉତ୍ତରାଖଣ୍ଡରେ ଅଟେ । ଯେତେବେଳେ ସେ ବିଜନୌର ସୀମାରେ ପହଞ୍ଚିଲେ ସେଠାରେ ପୋଲିସ ତାଙ୍କୁ ଅଟକାଇ ଦେଲେ । ପୋଲିସ ତାଙ୍କୁ କହିଲେ କି ସେ ଏଠାରୁ ଆଉ ଆଗକୁ ବଢି ପାରିବେ ନାହିଁ କାରଣ ସୀମାକୁ ସିଲ କରି ଦିଆଯାଇଛି ।

ସୀମା ସିଲ ହେବା କାରଣରୁ ଭିତରକୁ ଯାଇପାରିଲେ ନାହିଁ

ସୀମା ସିଲ ବ୍ଯତୀତ ରେଡ ଜୋନରେ ରହୁଥିବା ଲୋକଙ୍କୁ ଗ୍ରୀନ ଜୋନକୁ ପ୍ରବେଶ କରିବାର ଅନୁମତି ନାହିଁ । ଅରବିନ୍ଦ ତୁରନ୍ତ କନ୍ଯାର ପରିବାରକୁ ଫୋନ କଲେ ଓ ସବୁ କଥା କହିଲେ । ଏହା ମଧ୍ୟରେ ଦୁଇ ପକ୍ଷ ଏକ ନୂଆ ଯୋଜନା ବନାଇଲେ ଓ କନ୍ୟା ନିଜ ପୂଜାରୀ ସହିତ ଧରମପୁରା ପୋଲିସ ପିକେଟ ପାଖରେ ପହଞ୍ଚିଲେ, ଯାହା କି ଉତ୍ତରାଖଣ୍ଡର ସୀମାରେ ଅଛି । ଅରବିନ୍ଦ ବି ନିଜ ପୂଜାରୀ ସହିତ ସେଠାର ପହଞ୍ଚିଲେ ଓ ସେମାନେ ସେହି ବର୍ଡର ରେ ହିଁ ବିବାହ କଲେ ।

ପୋଲିସ ବର୍ଡରରେ ବିବାହର ଦେଲେ ଅନୁମତି

ଅରବିନ୍ଦ କହିଲେ, “ଆମେ ସମସ୍ତେ ଆଶା ହରାଇ ସାରିଥିଲୁ, ଯେତେବେଳେ ପୋଲିସ ତାଙ୍କୁ ଉତ୍ତରାଖଣ୍ଡ ରେ ପ୍ରବେଶର ଅନୁମତି ଦେଲେ ନାହିଁ । କିନ୍ତୁ ବହୁତ ଅନୁରୋଧ କଲା ପରେ ସେମାନେ ବିବାହକୁ ବର୍ଡରରେ ହିଁ କରିବାକୁ ଅନୁମତି ଦେଲେ । ସେମାନେ ଧରମପୁରା ଚେକ ପୋସ୍ଟ ରେ ବିବାହ କରିବାକୁ ବି ଆମକୁ ସାହାର୍ଯ୍ୟ କଲେ ।
ଧରମପୁର ର ଚେକ ପୋସ୍ଟ ପ୍ରଭାରି ଜିଡ଼ି ଭଟ୍ଟ କହିଲେ କି “ଆମେ ତାଙ୍କୁ ପ୍ରବେଶ କରିବାକୁ ଅନୁମତି ଦେଇ ପାରିବୁନି ।

କାରଣ ଅରବିନ୍ଦ ମନିୟାବାଲା ସେହି ଗାଁ ର ପାଖ ଲୋକ ଅଟନ୍ତି ଯେଉଁଠି ଗତ ମାସରେ ଦୁଇ ଜଣ କରୋନା ପଜିଟିଭ ବାହାରି ଥିଲେ । ପରେ ଦୁଇ ପରିବାରଙ୍କୁ ସୀମାରେ ପହଞ୍ଚିବାର ଅନୁମତି ଦିଆଗଲା । ସେମାନେ ଏହି ଚେକ ପୋସ୍ଟ ରେ ପହଞ୍ଚିଲେ ଓ ଆମେ ତାଙ୍କୁ ସାହାର୍ଯ୍ୟ କଲୁ । ବର କନ୍ୟା ଏହି ଠାରେ ହିଁ ବିବାହ କରିନେଲେ ।

ଏହି ବିବାହରେ ପୋଲିସ କର୍ମୀ ବି ଭାଗ ନେଲେ ଓ ନବବିବାହିତ ଯୋଡିକୁ ଆଶୀର୍ବାଦ ଦେଲେ । ବିବାହ ସମୟରେ ସମସ୍ତେ ସାମାଜିକ ଦୂରତାର ପାଳନ କରିଥିଲେ । ବିଜନୌର ଜିଲ୍ଲା ରେଡ ଜୋନରେ ଆସିଥାଏ କାରଣ ୩୧ ଜଣ ଏଠାରେ କରୋନା ପଜିଟିଭ ବାହାରି ସାରିଛନ୍ତି । କହି ଦେଉଛୁ କି ଏଠାରେ ସୀମାରେ ଅବସ୍ଥିତ କମ ସେ କମ ୧୮୫ ଗାଆଁ ଅଛି ଓ ଏଠାରେ ଅନ୍ତରାଷ୍ଟ୍ରୀୟ ବିବାହ ସାଧାରଣ କଥା ଅଟେ କିନ୍ତୁ ପୋଲିସ ଚୌକି ରେ ଏହା ବିବାହର ପ୍ରଥମ ମାମଲା ଅଟେ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।