କିମ ଜୋଙ୍ଗଙ୍କର ଭଉଣୀ କିମ ୟୋ ଜୋଙ୍ଗ କାହିଁକି ଅଛନ୍ତି ଏତେ ଚର୍ଚ୍ଚାରେ

ନର୍ଥ କୋରିୟା ବିଷୟରେ କୁହାଯାଏ କି ପ୍ରଥମେ ତ ଆପଣ ସେଠାରେ ସହଜରେ ପହଞ୍ଚି ପାରିବେ ନାହିଁ ଓ ଯଦିଓ ପହଞ୍ଚି ଗଲେ ତେବେ ବହୁତ କିଛି ଦେଖି ପାରିବେ ନାହିଁ । ଯଦି ଦେଖି ବି ନେଲେ ହେଇପାରେ ସେଥିରୁ ବହୁତ କିଛି ଫେକ ଅଟେ । ଏହା ଏକ କମ୍ୟୁନିଷ୍ଟ ଶାସନ ବାଲା ଦେଶ, ଯେଉଁଠି WPK ର ସରକାର ଚାଲେ । ବର୍ତ୍ତମାନ ଏହି ଦେଶରୁ କିଛି ଖବର ସାରା ଦୁନିଆରେ ଚର୍ଚ୍ଚାରେ ଅଛି । WPK ର ଲୀଡର କିମ ଜୋଙ୍ଗଙ୍କ ବିଷୟରେ । କୁହାଯାଉଛି କି ସେ ଗମ୍ଭୀର ରୂପରେ ଅସୁସ୍ଥ ଅଛନ୍ତି ।

ଏହି କଥା ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ୧୫ ଏପ୍ରିଲ ରେ ସେ ନିଜର ଜେଜେ ବାପା ନର୍ଥ କୋରିୟାର ଫାଉଣ୍ଟିଂ ଫାଦର କିମ ଇଲ ସଙ୍ଗ ଙ୍କ ଜନ୍ମ ଦିନରେ ଦେଖା ଗଲେ ନାହିଁ। କୁହାଗଲା କି ତାଙ୍କର ହାର୍ଟ ସର୍ଜରୀ ହେଇଛି । ଆମେରିକା ମିଡିଆ କହିଲା କି ଆମେ ଘଟଣାକ୍ରମ ଉପରେ ନଜର ରଖିଛୁ । କିନ୍ତୁ ଏହାକୁ ନର୍ଥ କୋରିୟା ତରଫରୁ ଖାରଜ କରାଗଲା । KCN କହିଲା କି ୧୧ ଏପ୍ରିଲ କୁ କିମ କରୋନା ଭାଇରସକୁ ନେଇ ଏକ ବୈଠକ କରିଥିଲେ ।

ପଡୋଶୀ ଦେଶ ସାଉଥ କୋରିୟା କହିଲା କି ଏହା ମିଛ । ବର୍ତ୍ତମାନ ସବୁ କିଛି କ୍ଲିୟର ନାହିଁ କିନ୍ତୁ ଏହା ମଧ୍ୟରେ ଗୋଟିଏ ପ୍ରଶ୍ନ ଉଠୁଛି କିମ ଜୋଙ୍ଗଙ୍କ ପରେ କିଏ ଶାସକ ହେବେ । ନର୍ଥ କୋରିୟାରେ କିମ ଜୋଙ୍ଗ ତୃତୀୟ ପିଢୀର ଶାସକ ଅଟନ୍ତି । ନର୍ଥ କୋରିୟାର ପ୍ରଥମ ଶାସକ ଥିଲେ କିମ ଜୋଙ୍ଗ ଙ୍କ ଜେଜେବାପା କିମ ଇଲ ସଙ୍ଗ, ପୁଣି ଆସିଲେ ତାଙ୍କ ପୁଅ କିମ ଜୋଙ୍ଗ ଇଲ ମାନେ କିମ ଜୋଙ୍ଗ ଙ୍କ ପିତା । ଏହା ପରେ କିମ ଜୋଙ୍ଗ ଇଲଙ୍କ ସାନ ପୁଅ କିମ ଜୋଙ୍ଗ ଉନ ଶାସକ ଅଛନ୍ତି ।

୨୦୧୧ ରେ ଯେତେବେଳେ କିମ ଙ୍କ ପିତାଙ୍କର ମୃତ୍ୟୁ ହେଲା ତେବେ ସତ୍ତା କିମ ଙ୍କ ହାତକୁ ଆସିଲା । କିନ୍ତୁ ପରମ୍ପରା ହିସାବରୁ କିମଙ୍କ କୌଣସି ପୁଅକୁ ସତ୍ତା ମିଳିବା ଆବଶ୍ୟକ । କିନ୍ତୁ ଅସୁବିଧା ଏହା ଅଟେ କି କିମଙ୍କ ୩ ପୁଅ ଏବେ ବହୁତ ଛୋଟ ଅଟନ୍ତି । ସବୁଠୁ ବଡ ପୁଅ ୧୦ ବର୍ଷର ଅଟେ । ଏମିତିରେ ବୟସ୍କ ହେବା ପୂର୍ବରୁ ତାଙ୍କୁ ସତ୍ତା ଦେବା ଦ୍ଵାରା ନର୍ଥ କୋରିୟା ରେ ଅସ୍ଥିରତା ଆସିପାରେ । ଆଉ ଏକ ମଝବୁତ ବିକଳ୍ପ ଅଛି କିମ ଙ୍କ ବଡ ଭାଇ । କିନ୍ତୁ ଖବର ଅନୁସାରେ ତାଙ୍କର ରାଜନୀତିରେ ରୁଚି ନାହିଁ । ଏମିତି ଗୋଟିଏ ନାମ ଏବେ ଚର୍ଚ୍ଚାରେ ଅଛି କିମ ୟୋ ଜୋଙ୍ଗ ।

କିମ ୟୋ ଜୋଙ୍ଗ, କିମ ଜୋଙ୍ଗ ଉନଙ୍କ ସାନ ଭଉଣୀ ଅଟନ୍ତି । ସରକାରରେ ସେ ଭଲ ପ୍ରଦର୍ଶନ କରିଥାନ୍ତି । ସେ କିମ ଙ୍କ ସେକ୍ରେଟେରୀ ଓ ଆସିଷ୍ଟାନ୍ତ ବି ଅଟନ୍ତି । କୁହାଯାଏ କି କିମ ଙ୍କ ସମସ୍ତ ନିଷ୍ପତ୍ତି ପଛରେ ୟୋ ଜୋଙ୍ଗଙ୍କ ହାତ ଥାଏ । ୟୋ ଜୋଙ୍ଗ ବହୁତ ଲୋ ପ୍ରୋଫାଇଲ ରହିଥାନ୍ତି । ତାଙ୍କର ସୂଚନା ସବୁବେଳେ ବହୁତ ଗୁପ୍ତ ରଖାଯାଏ । କିନ୍ତୁ ବର୍ତ୍ତମାନ ସେ ବହୁତ ଚର୍ଚ୍ଚାରେ ଅଛନ୍ତି । ୟୋ ଜୋଙ୍ଗଙ୍କ ପାଖରେ ଏକ ଭାଇସ ମିନିଷ୍ଟର ପଦ ବି ଅଛି । ପ୍ରଥମରୁ ହିଁ ଭାଇ ଭଉଣୀଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଛି । ୧୯୯୬ ରୁ ୨୦୦୦ ମଧ୍ୟରେ ଦୁଇ ଜଣଙ୍କ ପାଠ ପଢା ସ୍ଵିଜରଲ୍ୟାଣ୍ଡରେ ହେଇଥିଲା ।

କୁହାଯାଏ କି ୨୦୦୯ ରୁ ସେ ପାର୍ଟିରେ ସକ୍ରିୟ ଅଛନ୍ତି । ସବୁଠୁ ଅଧିକ ତାଙ୍କର ଚର୍ଚ୍ଚା ସେତେବେଳେ ହେଲା ଯେତେବେଳେ ଡିସେମ୍ବର ୨୦୧୧ ରେ ତାଙ୍କର ପିତା କିମ ଜୋଙ୍ଗ ଇଲଙ୍କ ଅନ୍ତିମ ସଂସ୍କାରରେ ପହଞ୍ଚିଲେ । ପିତାଙ୍କ ମୃତ୍ୟୁ ପରେ ତାଙ୍କର ନାମ ପାର୍ଟି ଓ ସରକାରରେ ବହୁତ ଶୀଘ୍ର ବଢିବାକୁ ଲାଗିଲା । ରିପୋର୍ଟ ଆସିଥିଲା କି ୨୦୧୨ ର ଆରମ୍ଭରେ ତାଙ୍କୁ ନ୍ଯାଶନ୍ଯାଲ ଡିଫେନ୍ସ କମିଶନ ରେ କିମ ଜୋଙ୍ଗ ଉନଙ୍କ ମ୍ୟାନେଜର ପୋଜିସନ ଦିଆଗଲା ।

୨୦୧୪ ରେ ଯେତେବେଳେ କିମ ଜୋଙ୍ଗ ଅସୁସ୍ଥ ହେଲେ ଓ ତାଙ୍କର ଚିକିତ୍ସା ଚାଲୁଥିଲା, ସେତେବେଳେ କୁହାଯାଉଥିଲା କି ସେ ସବୁ ଦ୍ଵାୟିତ୍ଵ ସମ୍ଭାଳିଥିଲେ । ନଭେମ୍ବର ୨୦୧୪ ରେ ୟୋ ଜୋଙ୍ଗ ୱାର୍କର୍ସ ପାର୍ଟି ର PAD ର ଭାଇସ ଡାୟରେକ୍ଟର ହେଲେ । ଜୁଲାଇ ୨୦୧୫ ପର୍ଯ୍ୟନ୍ତ ସେ ଡିପାର୍ଟମେଣ୍ଟ ରେ ଭଲ ପ୍ରଦର୍ଶନ କଲେ । ଏମିତି କି ଡାୟରେକ୍ଟର କିମ ନାମକୁ ମାତ୍ର ଡାୟରେକ୍ଟର ହେଇ ରହିଗଲେ । ଭାଇ ର ଭଲ ପର୍ସନାଲିଟି ଓ ଇମେଜ ମେକିଂ ପଛରେ ୟୋ ଜୋଙ୍ଗଙ୍କର ହିଁ ହାତ ଅଛି ।

ସେ ଭାଇଙ୍କର ସବୁଠୁ ଅଧିକ ବିଶ୍ଵାସ ପାତ୍ର ହେଇ ଅଛନ୍ତି । ସୂଚନା ଅନୁସାରେ ଯଦି କିମ ଜୋଙ୍ଗଙ୍କର ଅସମୟରେ ମୃତ୍ୟୁ ହେଉଛି ତାଙ୍କ ଭଉଣୀ ୟୋ ଜୋଙ୍ଗ ହିଁ ସତ୍ତା ସମ୍ଭାଳିବେ । ଯଦି ଏମିତି ହୁଏ ତେବେ ଏହା ନର୍ଥ କୋରିୟା ପଲିଟିକ୍ସ ରେ ବହୁତ ବଡ ପରିବର୍ତ୍ତନ ହେବ । ଏହା ତ ସମୟ ହିଁ କହିବ କି ଆଗକୁ କଣ ହେବ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।