ଜାମ୍ମୁ କାଶ୍ମୀର ଅପରେସନରେ କର୍ଣ୍ଣଲ, ମେଜରଙ୍କ ସମେତ ୫ ଯବାନ ସହିଦ, ୨ ଆତଙ୍କବାଦୀ ନିହତ

ଉତ୍ତର କାଶ୍ମୀରର ହନ୍ଦୱାଡାରେ ଆତଙ୍କବାଦୀଙ୍କ ସହ ହୋଇଥିବା ଏନକାଉଣ୍ଟରରେ ଜଣେ କର୍ଣ୍ଣଲ ଓ ଜଣେ ମେଜରଙ୍କ ସମେତ ୫ ଜଣ ସୁରକ୍ଷା କର୍ମୀ ସହିଦ ହେଇଯାଇଛନ୍ତି । ଅଧିକାରୀମାନେ ରବିବାର ଦିନ କହିଛନ୍ତି କି ହନ୍ଦୱାଡାର ଚଞ୍ଜି ମୋହଲା ଅଞ୍ଚଳରେ ହୋଇଥିବା ଏକ ଏନକାଉଣ୍ଟରରେ ଦୁଇ ଜଣ ଆତଙ୍କବାଦୀ ମଧ୍ୟ ମରିଛନ୍ତି । ଏହି ଅଞ୍ଚଳ ଉତ୍ତର କାଶ୍ମୀରର କୁପୱାଡା ଜିଲ୍ଲାର ଏକ ଅଂଶ ଅଟେ |

ସେ କହିଛନ୍ତି କି ସେନାର ଅଧିକାରୀମାନେ ଆତଙ୍କବାଦୀଙ୍କ ଦ୍ଵାରା ବନ୍ଧକ ଥିବା ସାଧାରଣ ନାଗରିକଙ୍କୁ ବଞ୍ଚାଇବା ପାଇଁ ଦଳର ନେତୃତ୍ୱ କରୁଥିଲେ । ଏହି ଏନକାଉଣ୍ଟରରେ ୨ ଜଣ ଆତଙ୍କବାଦୀଙ୍କର ମଧ୍ୟ ମୃତ୍ୟୁହେଇଛି । ବର୍ତ୍ତମାନ ଫାୟରିଙ୍ଗ ବନ୍ଦ ହେଇ ଯାଇଛି ଓ ସୁରକ୍ଷା ବାହିନୀ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ସମଗ୍ର ଅଞ୍ଚଳକୁ ସିଲ୍ କରାଯାଇଛି | ଯାନବାହନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଯାଇଛି ।

ଶନିବାର ସନ୍ଧ୍ୟା ଠାରୁ ଏହି ଏନକାଉଣ୍ଟର ଚାଲିଥିଲା । ବିଳମ୍ବିତ ରାତିରେ ଏନକାଉଣ୍ଟରରେ ଦୁଇଜଣ ସେନାର ୨ ଅଫିସରଙ୍କ ସମେତ ପାଞ୍ଚଜଣ ଯବାନ ନିଖୋଜ ହୋଇଯାଇଥିଲେ । ଟୀମ ସହ ସେମାନଙ୍କର ସମ୍ପର୍କ ବନ୍ଦ ହୋଇଯାଇଥିଲା । ଆପଣଙ୍କୁ କହି ଦେଉଛୁ କି କୁପୱାଡାରେ 20 ଘଣ୍ଟା ସର୍ଚ୍ଚ ଅପରେସନ ପରେ ଶନିବାର ଅପରାହ୍ନରେ ଆତଙ୍କବାଦୀ ଓ ସୁରକ୍ଷା ବାହିନୀଙ୍କ ମଧ୍ୟରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା । ଏହା ପୂର୍ବରୁ ଆତଙ୍କବାଦୀମାନେ ପ୍ରାୟ ୨ ଥର ଜଙ୍ଗଲ ଆଡକୁ ପଳାୟନ କରିଥିଲେ ।

ପୋଲିସ ଅନୁସାରେ, ହନ୍ଦୱାଡାର ଚଞ୍ଜି ମୋହଲାରେ ଶନିବାର ଅପରାହ୍ନରେ ଏହି ଏନକାଉଣ୍ଟର ଆରମ୍ଭ ହୋଇଥିଲା । ଆତଙ୍କବାଦୀ ଘଟଣାସ୍ଥଳରୁ ଫେରାର ହୋଇ ନ ଯାଆନ୍ତୁ ସେଥିପାଇଁ ସୁରକ୍ଷା ବାହିନୀ ଏହି ଅଞ୍ଚଳକୁ ଘେରି ରହିଥିଲେ । ବସବାସ ଅଞ୍ଚଳ ହୋଇଥିବାରୁ ସୁରକ୍ଷା ବାହିନୀ ସତର୍କତାର ସହ କାମ କରୁଥିଲେ । ଏହି ଏନକାଉଣ୍ଟର ଆରମ୍ଭ ହେବା ପରେ ହନ୍ଦୱାଡାରେ ଇଣ୍ଟରନେଟ୍ ସେବା ଅସ୍ଥାୟୀ ରୂପରେ ବନ୍ଦ ଅଛି ।

ସେନାର ଧିକାରୀ କହିଲେ କି ଗୁପ୍ତଚରଙ୍କ ରିପୋର୍ଟ ଅନୁସାରେ ହନ୍ଦୱାଡା ଜିଲ୍ଲାର ଚଞ୍ଜି ଅଞ୍ଚଳର ଏକ ଘରେ ଆତଙ୍କବାଦୀମାନେ ଲୋକଙ୍କୁ ବନ୍ଧକ ରଖିଥିଲେ । ଏହା ପରେ ସେନା ଓ ଜେକେ ପୋଲିସ ଦ୍ଵାରା ଏକ ଅଭିଯାନ ଆରମ୍ଭ କରାଯାଇଥିଲା । ସେନାର ୫ ଓ ଜେକେ ପୋଲିସ ର ଜଣେ ଯବାନ ଫସି ରହିଥିବା ଲୋକଙ୍କୁ ବାହାର କରିବା ପାଇଁ ଘରେ ପ୍ରବେଶ କରିଥିଲେ । ସେମାନେ ସଫଳତାର ସହ ଲୋକଙ୍କୁ ସ୍ଥାନାନ୍ତର କରିଥିଲେ । କିନ୍ତୁ ଏହି ସମୟରେ ଆତଙ୍କବାଦୀମାନେ ଟୀମ କୁ ଟାର୍ଗେଟ କରିଥିଲେ ।

ଏହି ଏନକାଉଣ୍ଟରରେ ୨ ଜଣ ଆତଙ୍କବାଦୀଙ୍କର ମୃତ୍ୟୁହେବା ସହିତ ଟୀମ ର ୨ ଜଣ ସେନା ଅଧିକାରୀ, ୨ ଜଣ ସେନା ଯବାନ ଏବଂ ଜଣେ ଜେ.କେ ପୋଲିସ ସବ୍-ଇନ୍ସପେକ୍ଟର ସହିଦ ହେଇ ଯାଇଥିଲ । ଜାମ୍ମୁ କାଶ୍ମୀରର ଡିଜିପି ଦିଲବାଗ ସିଂ କହିଛନ୍ତି କି ଏହି ଅପରେସନରେ CO 21-RR କର୍ଣ୍ଣଲ ଆଶୁତୋଷ ଶର୍ମା, ମେଜର ଅନୁଜ ସୁଦ, ପୋଲିସ ସବ୍ ଇନ୍ସପେକ୍ଟର ଶକିଲ କାଜୀ, ଲାନ୍ସ ନାୟକ ଓ ଜଣେ ରାଇଫଲମ୍ୟାନଙ୍କ ସମେତ ପାଞ୍ଚଜଣ ଯବାନ ସହିଦ ହେଇ ଯାଇଛନ୍ତି ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି କି ମୁଁ ସହିଦ ହୋଇଥିବା ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ଆତଙ୍କବାଦୀଙ୍କ ବିରୋଧରେ ଲଢେଇରେ ସେ ଅନୁକରଣୀୟ ସାହସ ପ୍ରଦର୍ଶନ କରିଥିଲେ ଏବଂ ଦେଶ ସେବା କରି ସର୍ବୋଚ୍ଚ ବଳିଦାନ ଦେଇଛନ୍ତି । ତାଙ୍କର ସାହସିକତା ଏବଂ ବଳିଦାନକୁ ଆମେ କେବେ ବି ଭୁଲି ପାରିବୁ ନାହିଁ । ଏହି ସାହସୀ ସହିଦମାନଙ୍କ ପରିବାର ସହିତ ଭାରତ ସବୁବେଳେ ରହିବ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।