ହିନ୍ଦୁ ମାନ୍ୟତା ଅନୁସାରେ ସ୍ଵପ୍ନରେ ସାପ ଦେଖିବାର ଅର୍ଥ କଣ ହେଇଥାଏ, ଶୁଭ ନା ଅଶୁଭ ଜାଣନ୍ତୁ

ହିନ୍ଦୁ ଧର୍ମରେ ସାପକୁ ପୂଜନୀୟ କୁହାଯାଇଥାଏ । ସାପର କାହାଣୀ ଆମର ଧର୍ମ ଗ୍ରନ୍ଥରେ ମଧ୍ୟ ମିଳିଥାଏ । ରାମାୟଣ, ମହାଭାରତ ଓ ପୁରାଣରେ ମଧ୍ୟ ସାପର ଉଲ୍ଲେଖ ସବୁ ଜାଗାରେ ମିଳିଥାଏ । କେଉଁଠି ସାପ ଦେବତାଙ୍କ ପ୍ରତୀକ ଅଟେ ତ କେଉଁଠି ମୃତ୍ୟୁ ର ସଙ୍କେତ ଅଟେ । କାରଣ ସାପ ଆମର ଜୀବନ ସହିତ ଯୋଡି ହୋଇଥାଏ । ଏଥିପାଇଁ ମଣିଷକୁ କେବେ ନା କେବେ ସ୍ଵପ୍ନରେ ସାପ ଦେଖା ଦେବା ସ୍ଵାଭାବିକ ଅଟେ ।

କିନ୍ତୁ ଯଦି ରାତିରେ ସାପର ସ୍ଵପ୍ନ ଆସିଥାଏ ତେବେ ଆମେ ଡରି ଯାଇଥାଉ ଓ ଆମେ ଜାଣିବାକୁ ଚାହିଁଥାଉ କି କଣ ଏହା କୌଣସି ଅମଙ୍ଗଳ ର ସୂଚକ ତ ନୁହେଁ । ସ୍ଵପ୍ନରେ ସାପ ଦେଖିବାର ଅଲଗା ଅଲଗା ଅର୍ଥ ଥାଏ । କିଛି ଥର ଏହା ଅତ୍ୟନ୍ତ ଶୁଭ ହୋଇଥାଏ ତ କେତେ ଥର ଅଶୁଭ ହୋଇଥାଏ । ଆସନ୍ତୁ ଜାଣିବା ସ୍ଵପ୍ନରେ ସାପ ଦେଖିବାର ଅର୍ଥ କଣ ହୋଇଥାଏ ।

୧. ସ୍ଵପ୍ନରେ ସାପକୁ ଧରିବାର ଅର୍ଥକୁ ଶୁଭ କୁହାଯାଏ । ଏମିତି ସ୍ଵପ୍ନ ଦେଖିଲେ ଆପଣଙ୍କୁ ବହୁତ ଧନ ସମ୍ପତ୍ତି ମିଳିଥାଏ ଓ ଜୀବନରେ ସମସ୍ଯା କମ ହୋଇ ଯାଇଥାଏ ।

୨. ଯଦି ଆପଣ ସ୍ଵପ୍ନରେ ସାପକୁ ମାରିଦିଅନ୍ତି ତେବେ ଏହାର ଅର୍ଥ ଅଟେ କି ଭବିଷ୍ୟତରେ ଆପଣଙ୍କର ମୃତ୍ୟୁଟଳି ଯିବ । ଏହାର ଆଉ ଏକ ଅର୍ଥ ବି ଅଛି କି ଆପଣ ନିଜ ଶତୃକୁ ମାରିଦେବେ ବା ତା’ ଉପରେ ଜିତ ହାସଲ କରିବେ ।

୩. ସ୍ଵପ୍ନରେ ସାପ ଓ ନେଉଳର ଲଢେଇ ଦେଖିବା ଅର୍ଥ ନିକଟ ଭବିଷ୍ୟତରେ ଆପଣଙ୍କୁ କୌଣସି ସରକାରୀ ବିଭାଗରୁ ନୋଟିସ ଆସିପାରେ । ଆପଣଙ୍କୁ କୌଣସି ଥାନା, କଚେରୀ ବା କୋର୍ଟ ରେ କେସ ଲଢିବାକୁ ପଡିପାରେ ।

୪. ସ୍ଵପ୍ନରେ ସାପର ଦାନ୍ତକୁ ଦେଖିବାର ଅର୍ଥ ଅଟେ କି ଆପଣଙ୍କର କୌଣସି ବିଶ୍ଵାସ ପାତ୍ର ଆପଣଙ୍କୁ ଧୋକା ଦେଇପାରେ ।

୫. ଯଦି ଆପଣଙ୍କ ସ୍ଵପ୍ନରେ ସାପ ଆପଣଙ୍କୁ କାମୁଡିଥାଏ ତେବେ ଏହା ଭବିଷ୍ୟତରେ ଆସୁଥିବା ସଙ୍କଟର ସୂଚନା ଦେଇଥାଏ । ତେଣୁ ଆପଣଙ୍କୁ ସତର୍କ ହେଇଯିବା ଆବଶ୍ୟକ ।

୬. ଯଦି ସ୍ଵପ୍ନରେ ସାପ ଆପଣଙ୍କ ଉପରକୁ ଆକ୍ରମଣ କରିଥାଏ ଏହାର ଅର୍ଥ ଅଟେ କି ଆସନ୍ତା ସମୟ ଆପଣଙ୍କ ପାଇଁ ବହୁତ କଠିନ ରହିବାର ଅଛି ।

୭. ଯଦି ଆପଣ ସ୍ଵପ୍ନରେ କୌଣସି ସାପକୁ ଗାତକୁ ଯାଉଥିବାର ଦେଖନ୍ତି ତେବେ ଏହାର ଅର୍ଥ ଅଟେ କି ଆପଣଙ୍କୁ ନିକଟ ଭବିଷ୍ୟତରେ ଧନର ପ୍ରାପ୍ତି ହେବ ।

୮. ଯଦି ଆପଣ ସ୍ଵପ୍ନରେ ନିଜକୁ ସାପ ସହିତ ଲଢୁଥିବାର ଦେଖନ୍ତି ତେବେ ଏହାର ଅର୍ଥ ଅଟେ କି ଆପଣ ଜୀବନରେ ଖରାପ ପରିସ୍ଥିତି ସହିତ ସଫଳତା ପୂର୍ବକ ଲଢିବେ ଓ ସେହି ପରିସ୍ଥିତିକୁ ବଦଳାଇବାରେ ଆପଣ ସକ୍ଷମ ଅଟନ୍ତି । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।