ନିଜ ପରିବାର ପାଇଁ ଏତେ କୋଟି ଟଙ୍କାର ସମ୍ପତ୍ତି ଛାଡି ଯାଇଛନ୍ତି ଋଷି କପୁର

ବଲିଉଡର ଦିଗ୍ଗଜ ଅଭିନେତା ଋଷି କପୁରଙ୍କୁ 67 ବର୍ଷ ବଯସର ଥିଲେ । ସେ ଲ୍ୟୁକେମିଆ ସହିତ ସଂଘର୍ଷ କରୁଥିଲେ । ଗୁରୁବାର ସକାଳେ ମୁମ୍ବାଇର ଏକ ଡାକ୍ତରଖାନାରେ ତାଙ୍କର ନିଧନ ହେଇଯାଇଛି । ବୁଧବାର ତାଙ୍କୁ ସାର୍ ଏଚ୍ ଏଚ୍ ରିଲାଏନ୍ସ ଫାଉଣ୍ଡେସନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଅବସ୍ଥା ଖରାପ ହେବା ପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା, କିନ୍ତୁ ସେ ସକାଳେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ପରେ ପରିବାର ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଯେ ଋଷି କପୁରଙ୍କ ସକାଳ 8.45 ରେ ଡାକ୍ତରଖାନାରେ ନିଧନ ହେଇଯାଇଛି । ତାଙ୍କ ସହ ପତ୍ନୀ ନୀତୁ ଏବଂ ପୁଅ ରଣବୀର ମଧ୍ୟ ଥିଲେ ।

Image courtesy: Google

ଖବର ଅନୁଯାୟୀ, ଋଷି କପୁରଙ୍କ ନିଧନ ପରେ ତାଙ୍କ ପରିବାର ପାଇଁ କୋଟି କୋଟି ସମ୍ପତ୍ତି ଛାଡିଛନ୍ତି । ସିଏ ନଲେଜ ଡଟ କମ ଅନୁଯାୟୀ ଋଷି କପୁର 256 କୋଟି ଟଙ୍କାର ସମ୍ପତ୍ତି ମାଲିକ ଥିଲେ । ଚଳଚ୍ଚିତ୍ର ବ୍ୟତୀତ ଋଷି କପୁରଙ୍କ ରୋଜଗାରର ବ୍ରାଣ୍ଡ ପ୍ରମୋସନ ଦ୍ଵାରା ମଧ୍ୟ ହେଉଥିଲା । ଋଷି କପୁରଙ୍କ ବାର୍ଷିକ ଆୟ ପ୍ରାୟ 20 କୋଟି ଥିଲା । ଏହା ମଧ୍ୟ ଜାଣିବା ଜରୁରୀ ଯେ ଋଷି କପୁର ତାଙ୍କ ରୋଜଗାରର ଏକ ବଡ଼ ଅଂଶକୁ ଦାନ କରି ଦେଉଥିଲେ । ଏହା ବ୍ୟତୀତ ସର୍ବାଧିକ ଆୟକର ଦେଉଥିବା ବଲିଉଡ ଅଭିନେତାମାନଙ୍କ ମଧ୍ୟରେ ତାଙ୍କ ନାମ ଅନ୍ତର୍ଭୁକ୍ତ ।

Image courtesy: Google

ଆହୁରି ମଧ୍ୟ ଋଷି କପୁର ମୁମ୍ବାଇର ଏକ ବିଳାସପୂର୍ଣ୍ଣ ବଙ୍ଗଳାରେ ରହୁଥିଲେ, ଯାହାକୁ ‘କୃଷ୍ଣ ରାଜ’ ନାମରେ ଜଣା ଯାଇଥାଏ । ଋଷି କପୁର କାରକୁ ବହୁତ ଭଲ ପାଉଥିଲେ ଏବଂ ତାଙ୍କ କାର ସଂଗ୍ରହ ବହୁତ ବଡ । ସେ ରୟାଲ ଏସୟୁଭି କାରଗୁଡ଼ିକୁ ଅଧିକ ଭଲ ପାଉଥିଲେ । ଋଷି କପୁରଙ୍କ କାର ସଂଗ୍ରହରେ ପୋର୍ସେ, ବେଣ୍ଟଲି, ବିଏମଡବ୍ଲୁ ଏବଂ ଅଡି କାର ଅନ୍ତର୍ଭୁକ୍ତ, ଯାହାର ମୂଲ୍ୟ ପ୍ରାୟ 9 କୋଟି ଟଙ୍କା ହେବ ।

Image courtesy: Google

ଅଭିନେତା ଋଷି କପୁର ଜଣେ ଚିର ସ୍ମରଣୀୟ ଏବଂ ଅଦ୍ଵିତୀୟ ଅଭିନେତା ଥିଲେ । ଜୀବନର କଠିନ ପରିସ୍ଥିତିରେ ବି ସେ ସବୁବଳେ ହସୁଥିଲେ । ସେ ଚଳଚ୍ଚିତ୍ର ଜଗତର ଜଣେ ଏମିତି ହିରୋ ଥିଲେ, ଯାହାର ଅଭାବ କେବେ ପୂରଣ ହୋଇପାରିବ ନାହିଁ । ଋଷି କପୁର ତାଙ୍କ ଚଳଚ୍ଚିତ୍ର ମାଧ୍ୟମରେ ସର୍ବଦା ଲୋକଙ୍କ ହୃଦୟରେ ରହିଥିବେ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।