ହଲିଉଡର ଏହି ଶୋକୁ ହରାଇ ରାମାୟଣ ବନିଲା ଦୁନିଆର ସବୁଠୁ ଅଧିକ ଦେଖାଯାଇଥିବା ଶୋ

ଲକଡାଉନ ସମୟରେ ପ୍ରାୟ ସବୁ ଟିଭି ସିରିୟଲ ର ଟିଆରପି କମ ଅଛି । ଏହି ସମୟରେ ସବୁ ସିରିୟଲ ର ଶୁଟିଙ୍ଗ ବନ୍ଦ ଅଛି । ଏମିତିରେ ଚ୍ଯାନେଲ ମାନଙ୍କରେ ପୁରୁଣା ଶୋ କୁ ଦେଖା ଯାଉଛି । କିନ୍ତୁ ଏହି ଲକଡାଉନ ସମୟ ଦୂରଦର୍ଶନ ପାଇଁ ସୁବର୍ଣ୍ଣ ସମୟ ପ୍ରମାଣିତ ହେଇଛି । ଏହି ସମୟରେ ଦୂରଦର୍ଶନ ର ରେଟିଙ୍ଗ ବାକି ସବୁ ଚ୍ଯାନେଲ ଠାରୁ ଅଧିକ ଅଛି । ଏହାର ମୁଖ୍ୟ କାରଣ ଅଟେ କି ଦୂରଦର୍ଶନ ଗତ ଜମାନାର ଫେମସ ସିରିୟଲ ର ରିପିଟ ଟେଲିକାଷ୍ଟ ଆରମ୍ଭ କରି ଦେଇଛି । ରାମାୟଣ, ମହାଭାରତ, ଶକ୍ତିମାନ ଭଳି ସିରିୟଲ ପୁଣି ଥରେ ଦର୍ଶକମାନଙ୍କର ମନୋରଞ୍ଜନ କରୁଛି ।

୮୦ ଦଶକରେ ଥିଲା ପପୁଲାର

ଏହି ସବୁ ମଧ୍ୟରେ ରାମାନନ୍ଦ ସାଗରଙ୍କ ରାମାୟଣ ଏକ ଏମିତି ସିରିୟଲ ଅଟେ ଯାହା ସବୁଠୁ ଅଧିକ ପପୁଲାର ଅଟେ । ଅରୁଣ ଗୋଭିଲ, ଦୀପିକା ଚିଖଲିୟା, ଦାରା ସିଂହ ଭଳି ଅଭିନେତାଙ୍କ ଅଭିନୀତ ଏହି ସିରିୟଲ ୮୦ ଦଶକରେ ବହୁତ ଫେମସ ଥିଲା । ସେତେବେଳେ ଲୋକ ଏହି ସିରିୟଲ ପାଇଁ ଏତେ ଦିବାନା ଥିଲେ କି ରାମାୟଣ ପ୍ରସାରଣ ହେବା ସମୟରେ ସଡକ ଶୁନଶାନ ହେଇ ଯାଉଥିଲା । ରାମାୟଣ ର ପ୍ରଥମ ପ୍ରସାରଣ ଦୂରଦର୍ଶନ ରେ ୨୫ ଜାନୁୟାରୀ ୧୯୮୭ ରେ ଆରମ୍ଭ ହେଇଥିଲା ଓ ୩୧ ଜୁଲାଇ ୧୯୮୮ ରେ ସମାପ୍ତ ହେଇଥିଲା ।

ବର୍ତ୍ତମାନ BARC ଇଣ୍ଡିଆ, ଇଣ୍ଡିଆନ ବ୍ୟୁଅରଶିପ କୁ ନେଇ ଏକ ନୂଆ ଡାଟା ରିଲିଜ କରିଛନ୍ତି । ଏହା ଅନୁସାରେ ରାମାୟଣ ବର୍ତ୍ତମାନ ଦୁନିଆରେ ସବୁଠୁ ଅଧିକ ଦେଖାଯାଉଥିବା ଟିଭି ଶୋ ହେଇ ଯାଇଛି । ଏହା ପୂର୍ବରୁ ଏହି ଟାଇଟେଲ ହଲିଉଡ ର ଫେମସ ଶୋ ‘ଗେମ ଅଫ ଥ୍ରୋଂସ’ (Game of Thrones) ପାଖରେ ଥଲା । ଗେମ ଅଫ ଥ୍ରୋଂସ ର ଫାଇନାଲ ସିଜନ ର ଅନ୍ତିମ ଏପିସୋଡକୁ ଏକ ଦିନରେ ୧୯.୩ ମିଲିୟନ (ହାରାହାରି ୧ କୋଟି ୯୩ ଲକ୍ଷ) ଲୋକ ଦେଖିଥିଲେ ।

ଯେତେବେଳେ କି ୧୬ ଏପ୍ରିଲ କୁ ରାମାୟଣର ଯେଉଁ ଏପିସୋଡ ପ୍ରସାରିତ ହେଇଥିଲା, ତାହାକୁ ୭୭ ମିଲିୟନ ହାରାହାରି ୭ କୋଟି ୭୦ ଲକ୍ଷ ଲୋକ ଦେଖିଥିଲେ ଓ ଏହି ପ୍ରକାରରେ ରାମାୟଣ ବ୍ୟୁଅରଶିପ ମାମଲାରେ ହଲିଉଡର କୋଟିଏର ବଜେଟ ବାଲା ଫେମସ ଶୋ ‘ଗେମ ଅଫ ଥ୍ରୋଂସ’କୁ ପଛରେ ଛାଡି ଦେଇଛି ।

୩ ମେ ରେ ରାମାୟଣ ର ଶେଷ ଏପିସୋଡ

ଲକଡାଉନ କାରଣରୁ ଲୋକମାନେ ଦୂରଦର୍ଶନରେ ରାମାୟଣ ଶୋ ପ୍ରସାରିତ କରିବା ପାଇଁ ଦାବି କରିଥିଲେ । ଏହା ପରେ ଏହାର ପ୍ରସାରଣ କରା ଯାଇଥିଲା । ଏବେ ଏହି ସିରିୟଲ ଅନ୍ତିମ ଚରଣରେ ପହଞ୍ଚିଛି । ୩ ମେ ରେ ଏହାର ଶେଷ ଏପିସୋଡ ପ୍ରସାରିତ ହେଇଛି । ଏହା ପରେ ଏହା ଜାଗାରେ ‘କୃଷ୍ଣା’ ସିରିୟଲ ଆସିବ । କହିଦେଉଛୁ କି କୃଷ୍ଣା ଶୋ ବି ୧୯୯୬ ରେ ବହୁତ ଫେମସ ହେଇଥିଲା । ଏମିତିରେ ଲୋକ ରାମାୟଣ ପରେ ଏହାକୁ ଦେଖିବା ପାଇଁ ବି ବହୁତ ଉତ୍ସାହିତ ଅଛନ୍ତି । ଏବେ ଦେଖିବାର ଅଛି କି ରାମାୟଣ ପରି କୃଷ୍ଣା ର ଟିଆରପି କେତେ ହେଉଛି । ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜକୁ ଲାଇକ କରନ୍ତୁ ।