ଭାରତରେ ୩ ମେ କୁ ଲକଡାଉନ ଶେଷ ହେଉଛି । କିନ୍ତୁ ଅନେକ ରାଜ୍ୟ ଲକଡାଉନ ବଢାଇବାର ଅପିଲ କରିଛନ୍ତି । ଯେତେବେଳେକି କେନ୍ଦ୍ର ସରକାର ଏହା ଉପରେ କୌଣସି ନିଷ୍ପତ୍ତି ନେଇ ନାହାଁନ୍ତି । କିନ୍ତୁ ମୋଦୀ ସରାକାର ରାଜ୍ଯମାନଙ୍କର ନିଷ୍ପତ୍ତି ଉପରେ ବିଚାର କରୁଛନ୍ତି । ଆପଣଙ୍କୁ କହିଦେଉଛୁ କି ଦିଲ୍ଲୀ ସହିତ ୬ ଟି ବଡ ରାଜ୍ୟ ଲକଡାଉନକୁ ୩ ମେ ଠାରୁ ଆଗକୁ ବଢାଇବାର ଇଚ୍ଛା ଜାହିର କରିଛନ୍ତି । ଦିଲ୍ଲୀ ସରକାର କହିଛନ୍ତି କି ଲକଡାଉନକୁ ୧୬ ମେ ପର୍ଯ୍ୟନ୍ତ ବଢାଯାଉ ।
ସେଇଠି ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ପଶ୍ଚିମ ବଙ୍ଗ, ପଞ୍ଜାବ ଓ ଓଡିଶା ନିଜ ନିଜ ରାଜ୍ୟର ହଟସ୍ଫଟରେ ଲାଗିଥିବା ପ୍ରତିବନ୍ଧକୁ ୩ ମେ ପରେ ବି ଜାରି ରଖିବାର ସଙ୍କେତ ଦେଇଛନ୍ତି । ସେଇଠି ତେଲେଙ୍ଗାନା ଲକଡାଉନକୁ ପୂର୍ବରୁ ହିଁ ୭ ମେ ପର୍ଯ୍ୟନ୍ତ ବଢାଇ ଦେଇଛି । ସୂଚନା ଅନୁସାରେ, ସରକାର ଏଥର ଲକଡାଉନର ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ବି ଛାଡି ପାରନ୍ତି ।
କୁହା ଯାଉଛି କି ଯେଉଁ ରାଜ୍ୟରେ କରୋନା ମାମଲା କମ ଅଟେ ସେଠାରେ ପ୍ରତିବନ୍ଧକୁ କୋହଳ କରାଯାଇପାରେ । ଏମିତି ବହୁତ ରାଜ୍ୟ ଅଛନ୍ତି ଯେଉଁଠି କରୋନା ମାମଲା ଏବେ ବି ଦୁଇ ଅଙ୍କରେ ସୀମିତ ଅଛି ଓ ଅଧିକାଂଶ କେସ କିଛି ଜିଲ୍ଲାରେ ହିଁ ସୀମିତ ଅଛି । ଏମିତି ରାଜ୍ୟକୁ କଣ୍ଟେନମେଣ୍ଟ ଜୋନ ବ୍ଯତୀତ ଅନ୍ୟ ଜୋନ ଗୁଡିକରେ ଲୋକମାନଙ୍କୁ ଘରୁ ବାହାରିବା ଓ କାମକୁ ଯିବାର ଅନୁମତି ଦିଆଯାଇପାରେ । ଯେତେବେଳେକି ସୋସିଆଲ ଦିଷ୍ଟାନ୍ସିଙ୍ଗ ଓ ମାସ୍କ ଲଗାଇବା ଆଦି ଅନିବାର୍ଯ୍ୟ ଅଟେ ।
ରାଜନୈତିକ, ସାମାଜିକ ଓ ଧାର୍ମିକ ଆୟୋଜନ ଉପରେ କଟକଣା ପୂର୍ବ ପରି ଜାରି ରହିବ । କ୍ୟାବିନେଟ ସଚିବ ରାଜୀବ ଗାବା ଶନିବାର ଦିନ ସବୁ ରାଜ୍ୟର ମୁଖ୍ୟ ସଚିବ, ଡ଼ିଜିପି ସମେତ ବରିଷ୍ଠ ଅଧିକାରୀମାନଙ୍କ ସହିତ ଭିଡିଓ କନ୍ଫରେନ୍ସିଙ୍ଗ ଜରିଆରେ କଥା ହେଇଛନ୍ତି । ସେ ଗୃହ ମନ୍ତ୍ରାଳୟର ନିର୍ଦେଶ ଅନୁସାରେ ଆର୍ଥିକ ଗତିବିଧି, ପ୍ରବାସୀ ଦିନମଜୁରିଆ ଓ ବିଦେଶରେ ଫସି ରହିଥିବା ଭାରତୀୟଙ୍କୁ ନେଇ ଚର୍ଚ୍ଚା କରିଛନ୍ତି । ଏବେ ସୋମବାର ଦିନ ପିଏମ ମୋଦୀ ରାଜ୍ୟ ସରକାରଙ୍କ ସହିତ କଥା ହେବା ପରେ ଶେଷ ନିଷ୍ପତ୍ତି ନେବେ । ଦେଶର ସମସ୍ତ ଖବର ସହିତ ଅପଡେଟ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।