ଚୀନ ପାଇଁ ବିଭୀଷଣ ସାଜିଲେ ଏହି ମହିଳା, କରୋନା ଉପରେ ନିଜ ଦେଶର ସବୁ ମିଛର ପ୍ରମାଣ ସହିତ କରିଲେ ପର୍ଦାଫାସ

ସାରା ଦୁନିଆରେ କରୋନାର ଭୟାଭାୟ ଦେଖିବାକୁ ମିଳୁଛି । ଦୁନିଆରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୭ ଲକ୍ଷ ୨୫ ହଜାର ପାର କରିଛି ଯେତେବେଳେ କି ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୯୧ ହଜାର ପାର କରିଛି । ଚୀନ ର ବୁହାନ ସହରରୁ ଏହି ଭାଇରସର ଆରମ୍ଭ ହୋଇଥିଲା । ଏ ପର୍ଯ୍ୟନ୍ତ ଏହି ଭାଇରସ ସମସ୍ତ ଦେଶରେ ସଂକ୍ରମଣ ଆରମ୍ଭ କରି ଦେଇଛି । ଚୀନକୁ ଏହି ଭାଇରସ କାରଣରୁ ବହୁତ କିଛି ସମାଲୋଚନାର ସାମ୍ନା କରିବାକୁ ପଡୁଛି । ଦୁନିଆ ଆରୋପ ଲଗାଇଛି କି ଚୀନ ଏବେ ବି ଏହି ଭାଇରସକୁ ନେଇ ମିଛ କଥା କହୁଛି । ଚୀନର କହିବା ଅଟେ କି ଏହି ଭାଇରସ ବାଦୁଡି ଖାଇବା ଦ୍ଵାରା ମଣିଷ ଶରୀରକୁ ଆସିଛି । ଯେଉଁଠୁ ଏହି ସଂକ୍ରମଣ ଜଣଙ୍କ ଠାରୁ ଅନ୍ୟକୁ ହେଉଛି । ଏବେ ଚୀନ ରୁ ଏକ ଡାଏରୀ ସାମନାକୁ ଆସୁଛି, ଯାହାକୁ ଲେଖିଥିବା ମହିଳା ନିଜ ଦେଶର ସବୁ ମିଛର ପର୍ଦାଫାସ କରିଛି ।

ଚୀନର ଲେଖିକା ଫ୍ୟାଙ୍ଗ-ଫ୍ୟାଙ୍ଗ ଏକ ଡାଏରୀ ଲେଖିଛନ୍ତି । ଏହି ଡାଏରୀ କାରଣରୁ ଚୀନ ବହୁତ ଡରି ଯାଇଛି । ସେ ଲେଖିକାକୁ ଜୀବନରୁ ମାରି ଦେବାର ଧମକ ଦେବାକୁ ଲାଗିଛି । ଏହି ଡାଏରୀ ଚୀନ ର ସବୁ ମିଛର ପର୍ଦାଫାସ କରି ଦେଇଛି । ଚୀନ ର ବୁହାନ ସହରରୁ ଆରମ୍ଭ ହୋଇଥିବା ଏହି ମହାମାରୀକୁ ନେଇ ଚୀନ ବହୁତ କିଛି ମିଛ କଥା କହିଛି । ଚୀନ ପ୍ରଥମେ ଏହାର ସୂଚନା ଦୁନିଆକୁ ଦେଲା ନାହିଁ । ଆରାମ ରେ ଇଣ୍ଟରନ୍ୟାସନାଲ ଫ୍ଲାଇଟ ଯିବା ଆସିବା କରୁଥିଲେ । ଯେଉଁ କାରଣରୁ ଏହି ଭାଇରସ ସମସ୍ତ ଦେଶରେ ବ୍ଯାପିଗଲା ।

ଚୀନ ଏହି ଭାଇରସକୁ ଲ୍ୟାବ ରେ ବନାଇଲା ଓ ଭାଇରସ କୁ ଭଲ ଭାବେ ଜାଣି ଏହାକୁ ବ୍ୟାପିବାକୁ ଦେଲା । ଏବେ ଚୀନରେ ରହୁଥିବା ଫ୍ୟାଙ୍ଗ-ଫ୍ୟାଙ୍ଗ ଏକ ଡାଏରୀରେ ୭୨ ଦିନର ଲକଡାଉନର ସବୁ କାହାଣୀ ଲେଖିଛନ୍ତି । ଏଥିରେ ବୁହାନରେ ଭାଇରସ କାରଣରୁ ହୋଇଥିବା ମୃତ୍ୟୁର ପୁରା ଚିଠା ଅଛି । ଏହି ଡାଏରୀ ରେ ସେହି ସବୁ ସତ କଥା ଅଛି, ଯାହାକୁ ଚୀନ ଦୁନିଆକୁ ଲୁଚାଉଛି । ଏଥିରେ ସେ ଭାଇରସ ର ଆରମ୍ଭ ହେବା ଠାରୁ ନେଇ ଏ ପର୍ଯ୍ୟନ୍ତର ସବୁ ଅପଡେଟ ଲେଖିଛନ୍ତି ।

ଫ୍ୟାଙ୍ଗ-ଫ୍ୟାଙ୍ଗ ବୁହାନରେ ଏହି ଲକଡାଉନ କାରଣରୁ ହୋଇଥିବା ପରିସ୍ଥିତି, ଚୀନ ଦ୍ଵାରା ସବୁ ପ୍ରମାଣଙ୍କୁ ଲୁଚାଇବାର ପ୍ରୟାସ, ହସ୍ପିଟାଲରେ ରୋଗୀଙ୍କର ଖରାପ ଅବସ୍ଥା ସବୁ କିଛି ଲେଖିଛନ୍ତି । ଏହା ସହିତ ଡାଏରୀକୁ ଫ୍ୟାଙ୍ଗ-ଫ୍ୟାଙ୍ଗ ଅନ୍ଲାଇନ ବି ପବ୍ଲିସ କରି ଦେଲେ ।

ଏହା ପରେ ଚୀନ ଫ୍ୟାଙ୍ଗ-ଫ୍ୟାଙ୍ଗ ଉପରେ ରାଗିଗଲା । ଚୀନ ନିଜ ଦେଶରୁ କୌଣସି ବି ଖବର ବା ଭିଡିଓକୁ ପୁରା ପୁରି ଫିଲ୍ଟର କରି ଦୁନିଆକୁ ଜଣାଇଥାଏ । କିନ୍ତୁ ଫ୍ୟାଙ୍ଗ-ଫ୍ୟାଙ୍ଗ କାରଣରୁ ସବୁ କିଛିର ପର୍ଦାଫାସ ହୋଇଗଲା । ଫ୍ୟାଙ୍ଗ-ଫ୍ୟାଙ୍ଗ ଡାଏରୀ ଅନୁସାରେ ଏହା ସତ ଅଟେ କି ଚୀନ ଦୁନିଆ ଠାରୁ ମୃତ୍ୟୁର ସଂଖ୍ୟାକୁ ଲୁଚାଇଛି । ସେ ଅନେକ ଫଟୋ ଜରିଆରେ ଏହି କଥାର ପ୍ରମାଣ ଦେଇଛି । ଫ୍ୟାଙ୍ଗ-ଫ୍ୟାଙ୍ଗ ଡାଏରୀ ଅନୁସାରେ ଚୀନ ବହୁତ କିଛି ଲୁଚାଇଛି । ଦୁନିଆକୁ ଦେଖାଇବା ପାଇଁ ହସ୍ପିଟାଲର ନିର୍ମାଣ କରିଛି । କିନ୍ତୁ ସେଠାରେ କୌଣସି ଡାକ୍ତର ନଥିଲେ ରୋଗୀଙ୍କୁ ଦେଖିବା ପାଇଁ । ବହୁତ କଷ୍ଟ ସହି ରୋଗୀମାନେ ଜୀବନ ତ୍ୟାଗ କଲେ ।

Image courtesy: Google

ଏତେ ଶବ ପଡୁଥିଲା କି ଶବ ବାହନ ଗୋଟିଏ ଦିନରେ ଅନେକ ଥର କବ୍ରସ୍ଥାନ ଯାଉଥିଲା । ଏମିତିରେ ଚୀନ ଯେଉଁ ମୃତ୍ୟୁ ସଂଖ୍ୟା ଜାରି କରିଛି ତାହା ବହୁତ କମ ଅଟେ । ଚୀନ ରେ କରୋନାର ପ୍ରଥମ ରୋଗୀ ୧ ଡିସେମ୍ବରରେ ହିଁ ବାହାରିଥିଲା କିନ୍ତୁ ଜାନୁୟାରୀ ପର୍ଯ୍ୟନ୍ତ ଫ୍ଲାଇଟ ଜାରି ଥିଲା । କିନ୍ତୁ ସେ ପର୍ଯ୍ୟନ୍ତ ଚୀନରେ ଅବସ୍ଥା ଖରାପ ହୋଇସାରିଥିଲା ।

ଏହି ଡାଏରୀ ସାମ୍ନାକୁ ଆସିବା ପରେ ଯେଉଁ କଥାର ସନ୍ଦେହ କରାଯାଉଥିଲା ତାହା କନଫର୍ମ ହେଇଗଲା । ଚୀନ ଏ ପର୍ଯ୍ୟନ୍ତ ନିଜର ଭୁଲ ମାନି ନାହିଁ ଓ ଏ ପର୍ଯ୍ୟନ୍ତ ଦୁନିଆ ସହିତ ଯୁକ୍ତି କରୁଛି । ଆମେରିକା ଚେତାବନୀ ଦେଇଛି କି ଯଦି ଏହା ଚୀନର ଷଡଯନ୍ତ୍ର ଅଟେ ତେବେ ତାକୁ ବହୁତ କିଛି ସାମ୍ନା କରିବାକୁ ପଡିବ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।