ଆମର ଦୈନନ୍ଦିନ ଜୀବନରେ ଆମ୍ଭେମାନେ ଏମିତି କିଛି ଭୁଲ କରିଥାଉ ଯାହାଫଳରେ ଆମକୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ହେଲେ ଆମ୍ଭେମାନେ ଏହା ବିଷୟରେ ନଜାଣି ସମସ୍ୟାର ସମାଧାନ କରିବା ପାଇଁ ବହୁତ ଚିନ୍ତା କରିଥାଉ । ଏହି ପରି ହିନ୍ଦୁ ଧର୍ମରେ ସୂର୍ଯ୍ୟାସ୍ତ ପରେ ବା ସନ୍ଧ୍ୟା ସମୟରେ ଏମିତି କିଛି କାର୍ଯ୍ୟ ରହିଛି ଯାହାକୁ ଭୁଲ ରେ ମଧ୍ୟ କରିବା ଉଚିତ ନୁହେଁ । ଏହା କରିବା ଦ୍ଵାରା ଭଗବାନ ରାଗି ଯାଆନ୍ତି, ଯାହାଫଳରେ ଆମର ବହୁତ କ୍ଷତି ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହି ସବୁ ଅନୁଚିତ କାର୍ଯ୍ୟ ବିଷୟରେ ।
୧. ଝାଡୁ କରିବା
ସନ୍ଧ୍ୟା ସମୟରେ ଭୁଲ ରେ ମଧ୍ୟ ଘରେ ଝାଡୁ କରନ୍ତୁ ନାହିଁ । ଏହା ଦ୍ଵାରା ଘରେ ଥିବା ସମସ୍ତ ସକରାତ୍ମକ ଶକ୍ତି ଦୂର ହୋଇଯାଇଥାଏ ଓ ମା ଲକ୍ଷ୍ମୀଙ୍କ କୃପା ଆପଣଙ୍କୁ ମିଳେ ନାହିଁ । ଯାହାଫଳରେ ଘରେ ଦାରିଦ୍ରତା ଆସିଯାଇଥାଏ । ତେଣୁ ଏହି ସମୟରେ ଝାଡୁ ମାରିବା ଅନୁଚିତ ଅଟେ ।
୨. ତୁଳସୀ ପତ୍ର ତୋଳିବା
ସନ୍ଧ୍ୟା ସମୟରେ ବା ସୂର୍ଯ୍ୟାସ୍ତ ପରେ ଭୁଲ ରେ ମଧ୍ୟ ତୁଳସୀ ପତ୍ର ତୋଳନ୍ତୁ ନାହିଁ । କାରଣ ଏହି ସମୟରେ ତୁଳସୀଙ୍କୁ ଛୁଇଁଲେ ତାଙ୍କର ଅପମାନ ହୋଇଥାଏ । ତେଣୁ ସୂର୍ଯ୍ୟାସ୍ତ ପରେ ଭୁଲ ରେ ମଧ୍ୟ ତୁଳସୀ ପତ୍ର ତୋଳିବା ବା ଛୁଇଁବା ଉଚିତ ନୁହେଁ ।
୩. ଧଳା ଜିନିଷ ଦାନ କରିବା
ସୂର୍ଯ୍ୟାସ୍ତ ହେବା ପରେ ଭୁଲ ରେ ମଧ୍ୟ କ୍ଷୀର ଓ ଦହି ଆଦି ଧଳା ଜିନିଷକୁ ଦାନ କରନ୍ତୁ ନାହିଁ । କାରଣ ଏଥିରେ ଚନ୍ଦ୍ର ବାସ କରନ୍ତି । ଯଦି ଆପଣ ସନ୍ଧ୍ୟା ସମୟରେ ଏହି ସବୁ ଜିନିଷ କାହାକୁ ଦେବେ ତେବେ ଏହା ଅଶୁଭ ହୋଇଥାଏ ।
୪. ଖଟ ଉପରେ ବସି ଖାଦ୍ୟ ଖାଇବା
ସୂର୍ଯ୍ୟାସ୍ତ ପରେ ଭୁଲ ରେ ମଧ୍ୟ ଖଟ ଉପରେ ବସି ଖାଦ୍ୟର ସେବନ କରନ୍ତୁ ନାହିଁ । ଏହା କରିବା ଦ୍ଵାରା ବ୍ୟକ୍ତି ଓ ଘର ଉଭୟ ଉପରେ ନକରାତ୍ମକ ଶକ୍ତିର ପ୍ରଭାବ ପଡିଥାଏ ।
୫. ଅଇଁଠା ବାସନ ରଖିବା
ରାତିରେ ଖାଇବା ପରେ ଭୁଲ ରେ ମଧ୍ୟ ନିଜ ରୋଷେଇ ଘରେ ଅଇଁଠା ବାସନ ରଖନ୍ତୁ ନାହିଁ । ଘରେ ଅଇଁଠା ବାସନ ରହିଲେ ମା ଲକ୍ଷ୍ମୀ ସେହି ଘରକୁ ଛାଡି ଚାଲିଯାନ୍ତି, ଯାହାଫଳରେ ଘରର ଆର୍ଥିକ ସ୍ଥିତି ଦୁର୍ବଳ ହୋଇଯାଏ ।
୬. ଶୋଇବା ଉଚିତ ନୁହେଁ
ଅଧିକାଂଶ ଲୋକ ନିଜ କାର୍ଯ୍ୟରୁ ଫେରି ସନ୍ଧ୍ୟା ସମୟରେ ଶୋଇଯାନ୍ତି, ହେଲେ ଏହା ଦ୍ଵାରା ଘରେ ନକରାତ୍ମକ ପ୍ରଭାବ ପଡିବା ସହ ଘରର ସୁଖ ସମୃଦ୍ଧି ଦୂରେଇ ଯାଇଥାଏ । ତେଣୁ ଭୁଲ ରେ ମଧ୍ୟ ସୂର୍ଯ୍ୟାସ୍ତ ପରେ ଏହି ୬ ଟି କାର୍ଯ୍ୟକୁ କରନ୍ତୁ ନାହିଁ ।
ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ । ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ, ଧନ୍ୟବାଦ ।