ବିଶ୍ଵର ୫ଟି ଶକ୍ତିଶାଳୀ ଦେଶରେ ସନାତନ ଧର୍ମର ବିସ୍ତାର ହେଉଅଛି, ଜାଣନ୍ତୁ କଣ ରହିଛି ଏହା ପଛର କାରଣ

ହିନ୍ଦୁ ଧର୍ମ ବିଶ୍ଵର ସବୁଠୁ ପ୍ରାଚୀନତମ ସଭ୍ୟତା ମଧ୍ୟରୁ ଗୋଟିଏ ଅଟେ । ଲିଖିତ ଇତିହାସକୁ ମାନିବେ ତ ଏହା ୧୦ ହଜାର ବର୍ଷ ପୁରୁଣା ଅଟେ । କିନ୍ତୁ ଯଦି ଧାର୍ମିକ ଗ୍ରନ୍ଥକୁ ଆଧାର କରି ମାନିବେ ତ ଏହି ସଭ୍ୟତାର ଉତ୍ପତି ୧ ଲକ୍ଷ ବର୍ଷରୁ ବି ଅଧିକ ଅଟେ । ହିନ୍ଦୁ ଧର୍ମର ବାସ୍ତବିକ ନାମ ସନାତନ ଧର୍ମ ଅଟେ । ଏହାକୁ ମନୁଥିବା ପ୍ରାୟତଃ ଲୋକମାନେ ଭାରତର ଉପ ମହାଦ୍ଵୀପରେ ନିବାସ କରନ୍ତି ।

ଏହାର ସଂସ୍କୃତିକୁ ମାନୁଥିବା ଲୋକମାନେ ପ୍ରାୟତଃ ଭାରତୀୟ ଉପ ମହାଦ୍ଵୀପରେ ହିଁ ବସ ବାସ କରନ୍ତି । ଏହା ସତ୍ତ୍ୱେ ବି ଆଜି ବିଶ୍ଵର ୫ଟି ଶକ୍ତିଶାଳୀ ଦେଶରେ ସନାତନ ଧର୍ମର ଆତ୍ମ – ଶାନ୍ତି ଓ ବିଶ୍ଵ ଶାନ୍ତି ସନ୍ଦେଶ କାରଣରୁ ଏହାର ବିସ୍ତାର ହେଉଛି, ଆସନ୍ତୁ ଜାଣିବା କିଏ ଅଟେ ଏହି ୫ଟି ଦେଶ :-

୧. ରୁସ –

ରୁସ ବିଶ୍ଵର ଏକ ଅଦୃଶ୍ୟ ସୁପର ପାୱର ଅଟେ । ଏହା ଗୁପ୍ତ ରୂପରେ ପୁରା ଦୁନିଆକୁ ଚଲାଉଅଛି । ଏଠି ପ୍ରାୟତଃ ଲୋକ ଏମିତି ଅଛନ୍ତି ଯେଉଁମାନେ କୌଣସି ବି ଧର୍ମକୁ ମାନନ୍ତି ନାହିଁ । କିନ୍ତୁ ବର୍ତ୍ତମାନ ଏଠି ହିନ୍ଦୁ ଧର୍ମରେ ଲୋକମାନଙ୍କ ରୁଚି ବଢୁଛି । ସେମାନେ ବହୁତ ବଡ ଆକାରରେ Krishna Consciousnes ନାମକ ଏକ ସଂସ୍ଥାର ସ୍ଥାପନା ବି କରିଛନ୍ତି, ଯାହା ମାଧ୍ୟମରେ ହିନ୍ଦୁ ଧର୍ମ ଓ ଭଗବାନ ଶ୍ରୀ କୃଷ୍ଣଙ୍କ ଦିଆଯାଇଥିବା ସନ୍ଦେଶକୁ ଚାରିଆଡେ ଲୋକମାନେ ଜାଣି ପାରିବେ । ଏତିକି ନୁହେଁ ଭାରତର ଆଧାରରେ ସେମାନେ ରୁସରେ ବୃନ୍ଦାବନର ସ୍ଥାପନା ବି କରିଛନ୍ତି ।

୨. ବ୍ରିଟେନ –

ଯେଉଁ ଦେଶ ଭାରତ ଉପରେ ଆକ୍ରମଣ କରି ଛଳ ଓ ବଳ ଦ୍ଵାରା ୨୦୦ ବର୍ଷ ପର୍ଯ୍ୟନ୍ତ ଶାସନ କରି ଭାରତକୁ ଲୁଟି ଥିଲା ଶେଷରେ ସେଠି ବି ସନାତନ ଧର୍ମକୁ ମାନିବା ବାଲା ଲୋକମାନଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏହି ବିସ୍ତାର କୌଣସି ପ୍ରକାରର ଆକ୍ରମଣ ଓ ପ୍ରେସର ଜାରଣରୁ ନୁହେଁ । ଏହା ଶାନ୍ତି ଓ ପ୍ରେମ ମାଧ୍ୟମରେ ହେଉଛି ।

୩. ଆମେରିକା –

ଆମେରିକା ନିଜକୁ ଲୋକତାନ୍ତ୍ରିକ ଦେଶ ବୋଲି କହୁଛି କିନ୍ତୁ ଯେତେବେଳେ ବି ଚାନ୍ସ ମିଳିଥାଏ ତେବେ ସେ ଜାହିର କରିଥାଏ କି ସେ ଏକ କ୍ରିଷ୍ଟିୟାନ ଦେଶ ଅଟେ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବ କି ଏଠି ହିନ୍ଦୁ ପ୍ରବାସୀମାନଙ୍କ କାରଣରୁ ହିନ୍ଦୁ ଧର୍ମର ବିସ୍ତାର ହେବାକୁ ଲାଗିଛି । ଏଠିକାର ଲୋକମାନେ ବି ସନାତନ ଧର୍ମର ଆକର୍ଷଣରେ ଆସି ଯାଉଛନ୍ତି ।

୪. ସୂର୍ୟନାମ –

ଏହି ଦେଶ ସୈନିକ ବଳରେ ତ ଅଧିକ ଶକ୍ତିଶାଳୀ ନୁହେଁ କିନ୍ତୁ ଏଠି ସନତାନ ଧର୍ମ ଧୀରେ ଧୀରେ ବିସ୍ତାର କରୁଛି ।

୫. ଗୟାନା –

ଗୟାନା କିମ୍ବା ଗୁୟାନା, ଦକ୍ଷିଣ ଆମେରିକାର ଏକ ଦେଶ ଅଟେ । ଏହାର ଆଧିକାରିକ – “କୌପରେଟିଭ ରିପବଲିକ ଅଫ ଗୟାନା” ଅଟେ । ଏହା ଦକ୍ଷିଣ ଆମେରିକାର ଉତ୍ତର – ମଧ୍ୟ ଭାଗରେ ଅବସ୍ଥିତ । ଏଠି ବି ହିନ୍ଦୁଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି ।