ଆମେ ଆମ ଜୀବନରେ ବହୁତ କିଛି ଜାଣିବା ପାଇଁ ଇଚ୍ଛା ରଖିଥାଉ । କାରଣ ଏହା ଆଗାମୀ ଭବିଷ୍ୟତରେ ଆମକୁ ବହୁତ ସହାୟତା କରିଥାଏ । ଏହି ବିଷୟକୁ ନେଇ ଆଜି ଆମ୍ଭେମାନେ ଆପଣ ମାନଙ୍କୁ କିଛି ସାଧାରଣ ଜ୍ଞାନର ପ୍ରଶ୍ନ ଓ ଉତ୍ତର ଉଭୟ କହିବୁ । ଏହା ଦ୍ଵାରା ଆପଣ କିଛି ସରକାରୀ ବା ବେସରକାରୀ ଚାକିରି କ୍ଷେତ୍ରରେ ନିଯୁକ୍ତି ପାଇପାରିବେ । ଏହା ସହିତ ଏହି ଜେନେରାଲ ନଲେଜ ଆପଣଙ୍କ ଜୀବନରେ ବହୁତ ସହାୟତା କରିବ । ତେବେ ଆସନ୍ତୁ ଜାଣିବା ଏହି ଜେନେରାଲ ନଲେଜ ବିଷୟରେ ।
୧. ଭାରତର କେଉଁ ରାଜ୍ୟରେ ସବୁଠାରୁ ଅଧିକ ଜଙ୍ଗଲ ରହିଛି ?
ଉତ୍ତର- ମଧ୍ୟପ୍ରଦେଶରେ
୨. ରୋମିଓ ଏବଂ ଜୁଲିଏଟଙ୍କ କାହାଣୀ କିଏ ଲେଖିଥିଲା ?
ଉତ୍ତର-ୱିଲିୟମ ସେକ୍ସପିୟର
୩. ସବୁଠାରୁ ଛୋଟ ମହାଦ୍ଵୀପର ନାମ କଣ ?
ଉତ୍ତର- ଅଷ୍ଟ୍ରେଲିୟା
୪. ସବୁଠାରୁ ଅଧିକ ଉଚ୍ଚତା ବିଶିଷ୍ଠ ପୋଲ କେଉଁ ନଦୀ ଉପରେ ତିଆରି ହୋଇଛି ?
ଉତ୍ତର- ଚିନାବ ନଦୀରେ ସବୁଠାରୁ ଉଚ୍ଚ ପୋଲ ନିର୍ମାଣ ହୋଇଛି ।
୫. ଜୟ ହିନ୍ଦ ର ସ୍ଲୋଗାନ କିଏ ଦେଇଥିଲେ ?
ଉତ୍ତର- ସୁଭାଷ ଚନ୍ଦ୍ର ବୋସ
୬. ଶରୀରର ସବୁଠାରୁ ଅଧିକ ଗରମ ଅଙ୍ଗ କଣ ଅଟେ ?
ଉତ୍ତର- ହୃତପିଣ୍ଡ
୭. କଳିଙ୍ଗ ପୁରସ୍କାର କେଉଁ କ୍ଷେତ୍ରରେ ଦିଆଯାଇଥାଏ ?
ଉତ୍ତର- କଳିଙ୍ଗ ପୁରସ୍କାର ବିଜ୍ଞାନ କ୍ଷେତ୍ରରେ ଦିଆଯାଇଥାଏ ।
୮. ପେନିସିଲୀନର ସନ୍ଧାନ କିଏ କରିଥିଲେ ?
ଉତ୍ତର- ଆଲେକଜ୍ୟାଣ୍ଡର ଫ୍ଲେମିଙ୍ଗ
୯. ଲେମ୍ବୁରେ କେଉଁ ଅମ୍ଳ ଥାଏ ?
ଉତ୍ତର- ଲେମ୍ବୁରେ ସାଇଟ୍ରିକ ଅମ୍ଳ ଥାଏ ।
୧୦. ଟେଲିଫୋନର ଆବିଷ୍କାର କିଏ କରିଥିଲେ ?
ଉତ୍ତର- ଆଲେକଜ୍ୟାଣ୍ଡର ଗ୍ରାହମ ବେଲ
୧୧. ଭାରତର ମ୍ୟାନଚେଷ୍ଟର କେଉଁ ସହରକୁ କୁହାଯାଏ ?
ଉତ୍ତର- ଅହମ୍ମଦାବାଦ
୧୩. ଦୁନିଆର ସବୁଠାରୁ ଲମ୍ବା ନଦୀର ନାମ କଣ ?
ଉତ୍ତର- ନୀଳ ନଦୀ
୧୪. ଏମିତି କେଉଁ ଜିନିଷ ଅଛି ଯାହାକୁ ଆମେ ଖାଇଥାଉ, ପଈ ଥାଉ ଓ ଜଳାଇ ଥାଉ ମଧ୍ୟ ?
ଉତ୍ତର- ନଡିଆ
୧୫. ଦୁନିଆର ସବୁଠାରୁ ପୁରୁଣା ଖେଳର ନାମ କଣ ?
ଉତ୍ତର- ପୋଲୋ