ଯୌତୁକରେ ବର ମାଗିଲା ମହଙ୍ଗା କାର, ଏହା ପରେ କନ୍ୟା ଯାହା କରିଲା, କାନ୍ଦିବାକୁ ଲାଗିଲା ବର, ଆଶ୍ଚର୍ଯ୍ୟ ହୋଇଗଲେ ସମସ୍ତେ

ମଣିଷ ଜୀବନରେ ବୈବାହିକ ଜୀବନର ବହୁତ ଗୁରୁତ୍ଵ ରହିଥାଏ । ପ୍ରାଚୀନ କାଳରୁ ବର୍ତ୍ତମାନ ପର୍ଯ୍ୟନ୍ତ ଯୌତୁକ ପ୍ରଥା ଚାଲି ଆସିଛି । ହେଲେ କିଛି ସ୍ଥାନରେ ଏହି ଯୌତୁକ ପ୍ରଥାର କୌଣସି ମାନ୍ୟତା ନାହିଁ । ଏହି ଯୌତୁକକୁ ନେଇ ଆଜି ଆମେ ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ କହିବୁ ଯାହା ବିଷୟରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ଆଜି ଆମେ ଆପଣମାନଙ୍କୁ କହିବାକୁ ଯାଉଛୁ ପ୍ରିୟା ଓ ସୂରଜଙ୍କ ବିବାହ ବିଷୟରେ ତେବେ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।

ପ୍ରିୟା ଓ ସୂରଜଙ୍କ ବିବାହ ପୂର୍ବରୁ ପରିବାର ଲୋକ ବିବାହ ବିଷୟରେ ସବୁ କଥା ହୋଇଯାଇଥିଲେ । ବର୍ତ୍ତମାନର ଯୁଗରେ କେତେକ ସ୍ଥାନରେ ଯୌତୁକ ପ୍ରଥା ଚାଲିଛି । ସୂରଜକୁ ଯୌତୁକରେ ଯାହା ଦରକାର ପ୍ରିୟାର ପରିବାର ତାକୁ ସବୁ ଦେଇଥିଲେ । ଯୌତୁକରେ ସୂରଜ ଏକ ଗାଡି ଦାବି କରିଥିଲା । ବିବାହ ସମ୍ପନ୍ନ ହୋଇଯାଇଥିଲା । ବିବାହର ଦ୍ଵିତୀୟ ଦିନରେ ହିଁ ସୂରଜର ଗାଡି ଆସିଯାଇଥିଲା ।

ଏହା ପରେ ସେ ଖୁସି ଖୁସି ପ୍ରିୟାକୁ ଗାଡିରେ ବସାଇ ଏକ ଲଙ୍ଗ ଡ୍ରାଇଭରେ ଯାଇଥିଲା । ସେହି ସମୟରେ ସୂରଜ ଗାଡିକୁ ହାଇ ଭଲ୍ୟୁମରେ ମ୍ୟୁଜିକ ଲଗାଇ ଦ୍ରୁତ ଗତିରେ ଚଲାଉଥିଲା । ଯାହାଦ୍ୱାରା ପ୍ରିୟା ଗାଡିକୁ ଧୀରେ ନେବା ପାଇଁ ଓ ଭଲ୍ୟୁମ ସ୍ଲୋ କରିବା ପାଇଁ କହିଥିଲା ।

ହେଲେ ସୂରଜ କହିଥିଲା, ‘ମୁଁ ମୋ ସାଙ୍ଗ ମାନଙ୍କ ଗାଡି ଚଲାଉଥିଲି, ହେଲେ ଏବେ ମୋ ଗାଡିକୁ ଚଲାଇ ମୁଁ ବହୁତ ଖୁସି ଅଛି’ । ଏହି ସବୁ କଥା ମଧ୍ୟରେ ସୂରଜର ଗାଡି ସାମ୍ନାକୁ ଏକ ଭିକାରି ଆସିଯାଇଥିଲା । ସେହି ସମୟରେ ସୂରଜର ଧ୍ୟାନ ଭିକାରି ଉପରେ ପଡିଯିବାରୁ ଭିକାରି ଜଣକ ଆକ୍ସିଡେଣ୍ଟ ରୁ ବଞ୍ଚିଯାଇଥିଲା । ଏହାପରେ ସୂରଜ ଗାଡି ରଖି ଭିକାରିକୁ ବହୁତ ଗାଳି ଦେଇଥିଲା । ସେହି ସମୟରେ ପ୍ରିୟା ଭିକାରି ପାଖକୁ ଯାଇଥିଲା । ଭିକାରିଟିକୁ ଉଠାଇ ବସାଇ ଥିଲା । ସେ ଜାଣିବାକୁ ପାଇଥିଲା କି ଭିକାରୀଟି ହ୍ୟାଣ୍ଡିକ୍ୟାପ ଅଟେ ।

ସେହି ସମୟରେ ପ୍ରିୟା ଭିକାରିକୁ କହିଥିଲା, “ବର୍ତ୍ତମାନ ଆମର ନୂଆ ନୂଆ ବିବାହ ହୋଇଛି, କ୍ଷମା କରିବେ ଆମେ ଟିକେ ଅନ୍ୟମନସ୍କ ହୋଇ ଯାଇଥିଲୁ । ଏହା ପରେ ପ୍ରିୟା ଭିକାରିକୁ ମିଠା ଖୁଆଇଲା ଓ ୧୦୦ ଟଙ୍କା ଦେଲା । ସେହି ସମୟରେ ସୂରଜ ପ୍ରିୟାକୁ କହିଲା କି, “ତୁମ ପରିକା ଲୋକ ଭିକାରି ମାନଙ୍କୁ ମୁଣ୍ଡରେ ଚଢାଇ ରଖୁଛନ୍ତି” । ଏହାର ପ୍ରତି ଉତ୍ତର ଦେଇ ପ୍ରିୟା ସୂରଜକୁ କହିଲା କି ଏହି ଭିକାରିମାନେ ହ୍ୟାଣ୍ଡିକ୍ୟାପ ହେବା ସତ୍ତ୍ୱେ ବି କଷ୍ଟ କରି ଘର ଘର ବୁଲି ଭିକ ମାଗିଥାନ୍ତି ।

କିନ୍ତୁ ତୁମେ ମୋ ବାପାଙ୍କ ଠାରୁ ଯୌତୁକରେ ଏତେ ଜିନିଷ ଆଣିବା ପରେ ମଧ୍ୟ ପୁଣି ଏକ ଗାଡି ମାଗି ଆଣିଛ । ମୋର ବାପା ମୋତେ ପାଠ ପଢାଇ ମଣିଷ କରି ତୁମ ଘରକୁ ପଠାଇଲେ ଯାହା ଦ୍ଵାରା ମୁଁ ତୁମର ବଂଶକୁ ଆଗକୁ ବଢାଇ ପାରିବି । ମୋ ବାପାଙ୍କୁ ଯିଏ ସବୁଠୁ ଅଧିକ ପ୍ରିୟ ମାନେ ମୋତେ ତୁମ ଘରକୁ ପଠାଇଲେ ଏହା ସତ୍ତ୍ୱେ ତୁମେ ଯୌତୁକରେ ଗାଡି ମାଗିଲ ।

କମ ସେ କମ ଏହି ଭିକାରୀମାନେ କିଛି କଷ୍ଟ କରି ତ ଭିକ ମାଗୁଛନ୍ତି ।  ତେବେ ଏବେ ତୁମେ କୁହ ଭିକାରି କିଏ ? ଏହା ଶୁଣି ସୂରଜ ଚୁପ ହୋଇଯାଇଥିଲା, ତା’ ପାଖରେ ଏହାର କୌଣସି ଉତ୍ତର ନଥିଲା ଓ ସେ କାନ୍ଦିବାକୁ ଲାଗିଥିଲା ।