ଓଜନ କମାଇବା ପାଇଁ ସକାଳ ସମୟର ୬ ଟି ଅଭ୍ୟାସ, ନିଶ୍ଚୟ ଜାଣନ୍ତୁ

ଆଜିକାଲିର ଦୁନିଆରେ ସବୁ ଲୋକ ଟଙ୍କା କମାଇବା ପାଇଁ ରାତି ଦିନ ଏକ କରି ଦିଅନ୍ତି । ଯାହାଫଳରେ ସେମାନେ ନିଜ ସ୍ୱାସ୍ଥ୍ୟର ଧ୍ୟାନ ରଖିପାରନ୍ତି ନାହିଁ । ଅଧିକାଂଶ ଲୋକଙ୍କ ଓଜନ ବଢିଯାଏ, ଯାହାଫଳରେ ସେମାନେ ଅଧିକ ଚିନ୍ତିତ ହୋଇଥାନ୍ତି । ଏହି ଓଜନକୁ କମ କରିବା ପାଇଁ ଲୋକମାନେ ବିଭିନ୍ନ ଉପାୟ କରିଥାନ୍ତି, ସେମାନେ ଜିମ୍ ଓ ପ୍ରୋଟିନ ପାଉଡର ଆଦିର ସାହାରା ନେଇଥାନ୍ତି । ସେଥିପାଇଁ ଆଜି ଆମେ ଆପଣଙ୍କୁ ଏମିତି ଏକ ଉପାୟ କହିବୁ ଯାହାକୁ ବ୍ୟବହାର କରି ଆପଣ ବହୁତ ଶୀଘ୍ର ନିଜ ଓଜନକୁ କମାଇ ପାରିବେ । ସେଥିପାଇଁ ଆପଣଙ୍କୁ ସକାଳ ସମୟରେ ୬ ଟି ଅଭ୍ୟାସ କରିବାକୁ ହେବ । ତେବେ ଆସନ୍ତୁ ଜାଣିବା ଏହି ଅଭ୍ୟାସ ବିଷୟରେ ।

୧. ସର୍ବ ପ୍ରଥମେ ସକାଳର ଆରମ୍ଭରେ ଯେତେବେଳେ ଆପଣ ନିଦରୁ ଉଠୁଛନ୍ତି, ଉଠିବା ମାତ୍ରେ ଉଷୁମ ପାଣି ପିଅନ୍ତୁ । ଏହା ଦ୍ଵାରା ଶରୀରରେ ଥିବା ଟକସିନ ବାହାରି ଯାଇଥାଏ । ଯାହାଫଳରେ ଆପଣଙ୍କ ଶରୀରରେ ଥିବା ଫ୍ୟାଟ କମିଥାଏ ଓ ଓଜନ ବହୁତ ଶୀଘ୍ର କମିଯାଇଥାଏ ।

୨. ସକାଳ ସମୟରେ ଚା’ ପିଇବା ବଦଳରେ ଆପଣ ଅଳ୍ପ ଉଷୁମ ପାଣିରେ ଲେମ୍ବୁ ସହିତ ମହୁ ମିଶାଇ ପିଅନ୍ତୁ । ଏହି ପାଣି ଆପଣଙ୍କ ଶରୀର ପାଇଁ ବହୁତ ଲାଭଦାୟକ ହେବା ସହ ଏହି ପାଣି ଆପଣଙ୍କ ଶରୀରରେ ଫ୍ୟାଟ ଜମା ହେବାକୁ ଦେଇନଥାଏ । ଏହି ଅଭ୍ୟାସକୁ ସବୁ ଦିନ ଉପଯୋଗ କଲେ ଆପଣଙ୍କ ଓଜନ ବହୁତ ଶୀଘ୍ର କମିବାରେ ଲାଗିଥାଏ ।

୩. ସକାଳ ସମୟର ସୂର୍ଯ୍ୟ କିରଣ ଆମ ଶରୀର ପାଇଁ ବହୁତ ଉପଯୋଗୀ ହୋଇଥାଏ । ଏହି ସକାଳ ସମୟର ସୂର୍ଯ୍ୟ କିରଣରେ ଭିଟାମିନ D ଥାଏ । ଯଦି ଆପଣ ପ୍ରତି ଦିନ ସକାଳେ ଯୋଗ ବା ମେଡିଟେସନ କରିବେ, ତେବେ ଏହା ଦ୍ଵାରା ଆପଣଙ୍କ ଶରୀର ସୁସ୍ଥ ରହିବ ଓ ଆପଣଙ୍କ ଓଜନ କମିବ ।

୪. ସବୁ ଦିନ ସକାଳ ସମୟରେ ୧୫ ରୁ ୩୦ ମିନିଟ ପର୍ଯ୍ୟନ୍ତ ଚାଲନ୍ତୁ ବା ଜଗିଙ୍ଗ କରନ୍ତୁ । ସକାଳ ସମୟର ଅମ୍ଳଜାନ ଆମ ଶରୀର ପାଇଁ ବହୁତ ଉପଯୋଗୀ ହୋଇଥାଏ । ସକାଳର ଏହି ବାୟାମ ଦ୍ଵାରା ମଧ୍ୟ ଆପଣଙ୍କ ଓଜନ ବହୁତ ଶୀଘ୍ର କମିଯିବ । ଏହା ସହିତ ଆପଣଙ୍କ ଶରୀର ସୁସ୍ଥ ରହିବ ।

୫. ସକାଳ ସମୟର ଖାଦ୍ୟ ପୁରା ଦିନ ପାଇଁ ସବୁଠାରୁ ଅଧିକ ଗୁରୁତ୍ଵ ହୋଇଥାଏ । ଯଦି ସକାଳର ବ୍ରେକ ଫାଷ୍ଟ ଭଲ ହୋଇଥିବ, ତେବେ ଆପଣଙ୍କ ପୁରା ଦିନ ବହୁତ ଭଲରେ ଯିବ । ବ୍ରେକ ଫାଷ୍ଟରେ ଆପଣ ଓଟ୍ସ, ଅଣ୍ଡା, ଉପମା ଓ ଇଡିଲି ଆଦି ଖାଇ ପାରନ୍ତି । ଏହା ଶରୀରକୁ ବହୁତ ପ୍ରୋଟିନ ଦେବା ସହିତ ଆପଣଙ୍କ ଓଜନକୁ ବଢାଏ ନାହିଁ ।