ବ୍ୟକ୍ତିର ଜୀବନରେ କିଛି ନା କିଛି ଘଟଣା ଘଟୁଥାଏ । ଆମେ ଆଜି ଆପଣଙ୍କୁ ଏହି ଲେଖା ମଧ୍ୟମରେ ଏମିତି କିଛି ଘଟଣା ବିଷୟରେ କହିବୁ ଯାହାର ସଙ୍କେତରେ ଆପଣ ଜାଣି ପାରିବେ କି ଆପଣଙ୍କ ସହିତ ଅଶୁଭ ନା ଶୁଭ ହେବାର ଅଛି ।
ଆସନ୍ତୁ ଜାଣିବା ଏହି ବିଷୟରେ –
ହାତରୁ ଖାଦ୍ୟ ପଡିବା :
ଯଦି ଘରର ଗୃହାଲକ୍ଷ୍ମୀଙ୍କ ହାତରୁ ପ୍ରାୟତଃ ଖାଦ୍ୟ ପଡୁଛି, ତେବେ ଏହା ସଂକେତ ଦିଏ କି ଆସୁଥିବା ଦିନରେ ଆପଣଙ୍କର କିଛି ଖରାପ ହେବାର ଅଛି । ମହିଳାଙ୍କ ହାତରୁ ବାରମ୍ବାର ଖାଦ୍ୟ ପଡିବା ଦାରିଦ୍ରତା ର ସଂକେତ ଅଟେ ।
କ୍ଷୀର ଉତୁରିବା :
ଯଦି ଆପଣ ରୋଷେଇ ଘରେ ଗ୍ୟାସରେ କ୍ଷୀର ବସାଇ ଥିବା ସମୟରେ କୌଣସି କାରଣରୁ ବାରମ୍ବାର କ୍ଷୀର ଉତୁରୁଛି, ତେବେ ଏହି ସଂକେତ ଘର ପାଇଁ ଭଲ ନୁହେଁ ।
ବେଲଣା ପେଡି ଭାଙ୍ଗିବା :
ଯଦି ଆପଣଙ୍କ ଘରେ ଅଚାନକ ବେଲଣା ପେଡି ପଡି ଭାଙ୍ଗି ଯାଉଛି ତେବେ ତାହା ଅଶୁଭ ବୋଲି ମନା ଯାଏ । ଏହା ସଂକେତ ଦିଏ କି ଆସୁଥିବା ସମୟ ଆପଣଙ୍କ ପାଇଁ ଦରିଦ୍ରତା ହୋଇଯାଇ ପାରେ ।
ପକ୍ଷୀର ବସା କିମ୍ବା ମହୁ ଫେଣା :
ଏମିତି କୁହାଯାଏ କି ଯଦି ଘରରେ କୌଣସି ପାରା ବସା ତିଆରି କରିଛି କିମ୍ବା ମହୁମାଛି ନିଜର ଫେଣା ତିଆରି କରିଛନ୍ତି ତେବେ ଏହି ଘଟଣା ଶୁଭ ସଙ୍କେତ ନୁହେଁ ।
ବୁଢିଆଣୀ ଜାଲ :
ଯଦି ଆପଣଙ୍କ ଘରେ ବୁଢିଆଣୀ ର ଜାଲ ଲାଗିଛି ତେବେ ଏହା ଅଶୁଭ ଅଟେ । ଏହା ଏହି କଥାର ସଂକେତ ଦେଇଥାଏ କି ଧନଲାଭ କରିବାର ରାସ୍ତାରେ ବାଧା ଉତ୍ପନ୍ନ କରିଥାଏ ।
ଭଙ୍ଗା ଆଇନା :
ଯଦି ଆମେ ବାସ୍ତୁ ଶାସ୍ତ୍ର କୁ ଦେଖିବା ତେବେ ଘରେ ଭଙ୍ଗା ଆଇନା ରଖିବା ରଖିବା ଉଚିତ ନୁହେଁ ।
ବାଦୁଡି ଆସିବା :
ଯଦି ଆପଣ ଘରେ ଭୁଲେରେ ବି କୌଣସି ବାଦୁଡି ପ୍ରବେଶ କରିଥାଏ ତେବେ ଏହା ଶୁଭ ବୋଲି କୁହାଯାଏ ନାହିଁ, ଏହା ସଂକେତ ଦେଇ ଥାଏ କି ଆପଣଙ୍କ ସହିତ କିଛି ଖରାପ ହେବାର ଅଛି ।
ଘରେ ନିଆ ଲାଗିବା :
ଯଦି କୌଣସି ଖୁସି ସମୟରେ ଅଚାନକ ଘରେ ନିଆ ଲାଗିଯାଉଛି କିମ୍ବା ଆପଣଙ୍କ ଘର କାନ୍ଥରେ ଭଙ୍ଗା ଦାଗ ଆସିଯାଉଛି, ତେବେ ଏହା ଏହି ସଂକେତ ଦିଏ କି ଆପଣଙ୍କର ଆର୍ଥିକ ସ୍ଥିତି ଖରାପ ହେବାର ଅଛି ।