ଦ୍ରୌପଦୀଙ୍କ ଅନୁସାରେ ସ୍ତ୍ରୀ ମାନଙ୍କୁ ମନେରଖିବା ଦରକାର ଏହି 4ଟି କଥା, ନଚେତ ପଡିବ ମହଙ୍ଗା

କୌଣସି ବି ପରିବାର ସ୍ତ୍ରୀ ବିନା ଅଧୁରା ଅଟେ । କାରଣ ଗୋଟିଏ ଘରକୁ ସ୍ଵର୍ଗ କରିବା ପାଇଁ ସ୍ତ୍ରୀ ଟିଏ ନିଶ୍ଚିତ ଦରକାର । ସ୍ତ୍ରୀ ର ପ୍ରକୃତ  ଜୀବନ ସେତେବେଳେ ଆରମ୍ଭ ହୁଏ ଯେତେବେଳେ ସେ କାହାର ଘରର ବୋହୁ ହୋଇଥାଏ ଏବଂ ତାହା ଉପରେ ଦାୟିତ୍ଵ ଆସିଥାଏ । ପତୀବ୍ରତା ଏବଂ ସ୍ଵାମୀଭକ୍ତି ଏକ ଆଦର୍ଶ ସ୍ତ୍ରୀ ର ପରିଚୟ ହୋଇଥାଏ । ମହାଭାରତ ର କହିବା ଅନୁସାରେ ପାଣ୍ଡବଙ୍କ ସ୍ତ୍ରୀ ଦ୍ରୌପଦୀ ଦୁନିଆର ସବୁଠୁ ଅଧିକ ସ୍ଵାମିଭକ୍ତ ଏବଂ ପତୀବ୍ରତା ନାରୀ ଥିଲେ ଏବଂ ପାଞ୍ଚ ସ୍ଵାମୀଙ୍କର ଆଶୀର୍ବାଦ ପାଇ ସେ ପାଞ୍ଚାଳି ହୋଇଥିଲେ ।

ଶାସ୍ତ୍ର ଅନୁସାରେ ଦ୍ରୌପଦୀ ନିଜର ପତୀବ୍ରତା ଜୀବନରେ ଏକ ମହାନ ନାରୀ ହେବା ସଙ୍ଗେ ସଙ୍ଗେ ଅନ୍ୟ ସ୍ତ୍ରୀଙ୍କ ପାଇଁ ଦାମ୍ପତ୍ୟ ଜୀବନ ସହ ଜଡିତ କିଛି ଶିକ୍ଷା ଦେଇଛନ୍ତି, ଯାହାକୁ ଆପଣାଇଲେ ସବୁ ସ୍ତ୍ରୀ ଆଦର୍ଶ ପତ୍ନୀ ହୋଇପାରିବେ ।

ଦ୍ରୋପତି କୁହନ୍ତି

ଯେଉଁ ସ୍ତ୍ରୀ ନିଜର ମନରେ ସ୍ଵାମିକୁ ଆୟତ କରିବା ପାଇଁ ବିଚାର ରଖନ୍ତି ତାଙ୍କ ବିବାହିତ ଜୀବନ ସୁଖୀ ହୁଏ ନାହିଁ । କାରଣ ତାହା ର ଏହା ଭାବିବା ଦ୍ଵାରା ସମ୍ପର୍କରେ ବିଷ ସୃଷ୍ଠୀ ହୋଇଥାଏ । ସେଥିପାଇଁ ଯଦି ସ୍ତ୍ରୀକୁ ଏକ ସୁଖ ଦାମ୍ପତ୍ୟ ଜୀବନ ଦରକାର ତେବେ ତାହାକୁ କେବେ ବି ସ୍ଵାମୀ ଉପରେ ରାଜ କିମ୍ବା ତାଙ୍କୁ ଆୟତ କରିବା ପାଇଁ ଚେଷ୍ଟା କରିବା ଉଚିତ ନୁହେଁ ।

ଯେଉଁ ସ୍ତ୍ରୀ ମାନେ ନିଜର ଏବଂ ସ୍ଵାମୀ ମଧ୍ୟରେ ଥିବା କିଛି କଥା ଅନ୍ୟ ଲୋକଙ୍କୁ କହିଥାନ୍ତି ତାଙ୍କର ଜୀବନ ସଙ୍କଟରେ ଚାଲିଥାଏ । ଯାହା ଦ୍ଵାରା ସେମାନେ ଆପଣଙ୍କର ଖରାପ ସମୟରେ ଲାଭ ଉଠାଇବାକୁ ଚାହାଁନ୍ତି । ସେଥିପାଇଁ ନିଜର ରହସ୍ୟ ସ୍ଵାମୀ ଛଡା କାହାକୁ ବି ଜଣାଇବା ଉଚିତ ନୁହେଁ ।

ଦ୍ରୌପଦୀ ଏହା କହୁଛନ୍ତି କି ଗୋଟିଏ ସ୍ତ୍ରୀ ପାଇଁ ତାହାର ସ୍ଵାମୀ ତାହା ପାଇଁ ସବୁକିଛି ହୋଇଥାଏ । ସେଥିପାଇଁ ଯେତେ ବି ଖରାପ ପରିସ୍ଥିତି ଆସୁ ସବୁବେଳ ତାହାକୁ ନିଜର ସ୍ଵାମୀଙ୍କୁ ମନେ ପକାଇବା ଉଚିତ ।
ଶେଷ କଥା, ସ୍ତ୍ରୀମାନଙ୍କୁ ସବୁବେଳେ ନିଜର ସ୍ଵାମୀଙ୍କୁ ଦେବତା ରୂପରେ ପୂଜା କରିବା ଉଚିତ । କାରଣ ଏହି ଜୀବନରେ ପ୍ରଥମେ ତାଙ୍କର ସ୍ଵାମୀ ହିଁ  ତାଙ୍କ ଅସୁବିଧା ସମୟରେ ପାଖରେ ଥାଆନ୍ତି । ଏହି ସବୁ କଥା ମାନି ଚଲିଲେ ସ୍ଵାମୀ ସ୍ତ୍ରୀଙ୍କ ସମ୍ପର୍କରେ କେବେବି ଫାଟ ସୃଷ୍ଟି ହେବ ନାହିଁ ।