UP ର ଏହି ଗାଁ ରେ ରହିଛି କୁକୁର ଦେବୀ ମନ୍ଦିର, ଲୋକମାନେ କରିଥାନ୍ତି ପୂଜା, ଜାଣନ୍ତୁ ଏହି ମନ୍ଦିରର ପୁରା କାହାଣୀ

ଭାରତର ପ୍ରାଚୀନ କାଳରୁ ହିଁ ଲୋକମାନେ ଗଛଲତା ଏବଂ ପଶୁପକ୍ଷୀଙ୍କୁ ପୂଜା କରୁଛନ୍ତି । ଗାଈ କୁ ହିନ୍ଦୁ ଧର୍ମରେ ସବୁଠୁ ପବିତ୍ର ପଶୁ ବୋଲି କୁହାଯାଏ ଏବଂ ଲୋକମାନେ ଗାଇକୁ ମାତା ବୋଲି କହି ପୂଜା କରନ୍ତି । ହିନ୍ଦୁ ଧର୍ମରେ କେବଳ ଗାଈ ନୁହେଁ ଅନ୍ୟ ଜୀବଜନ୍ତୁ ମଧ୍ୟ ପୂଜା କରାଯାଏ । ହାତିକୁ ଗଣେଶଙ୍କର ପ୍ରତୀକ ଏବଂ ହନୁମାନକୁ ବଜରଙ୍ଗବଲିଙ୍କ ପ୍ରତୀକ ବୋଲି କୁହାଯାଏ ।

କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଭାରତର ଗୋଟିଏ ଏମିତି ଜାଗା ଅଛି ଯେଉଁଠି କୁକୁରର ମନ୍ଦିର ଅଛି ଏବଂ ଲୋକମାନେ ତାହାର ପୂଜା କରନ୍ତି ।

ରେବନ ଗାଁ ରେ ଗୋଟିଏ କୁକୁରର ମନ୍ଦିର :

କହିଦେଉଛୁ ଯେ ଏହା ଉତ୍ତରପ୍ରଦେଶ ର ବୁନ୍ଦଳଖଣ୍ଡ କ୍ଷେତ୍ରରେ ଝାଁସୀ ଜନପଦ ରେ ସ୍ଥିତ ରେବନ ଏବଂ କାକବାରା ମଝିରେ ଥିବା ରାସ୍ତା କଡରେ ଏକ କୁକୁରର ମନ୍ଦିର ଅଛି । ଏହି ମନ୍ଦିରରେ କଳା କୁକୁରର ମୂର୍ତି ସ୍ଥାପିତ କରଯାଇଛି । ମୂର୍ତିର ବାହାରେ ଏକ ଲୁହାର ଜାଲି ଲଗାଯାଇଛି ଯାହାଦ୍ୱାରା କୌଣସି ପ୍ରକାରର କ୍ଷତି ମୂର୍ତି କୁ ପହଞ୍ଚିବ ନାହିଁ । ରେବନ ଏବଂ କାକବାରା ଦୁଇଟି ଗ୍ରାମରେ ଲୋକମାନେ ଏଥିରେ ବହୁତ ଆସ୍ଥା ଏବଂ କୁକୁର ମହାରଣୀର ପୂଜାକରନ୍ତି ।

ଏହି କାରଣରୁ ହୋଇ ଯାଇଥିଲା କୁକୁରର ମୁର୍ତ୍ୟୁ :

କୁକୁରର ମନ୍ଦିର ତିଆରି କରିବା ପଛରେ ଏକ କାହାଣୀ ଲୁଚି ଅଛି । ସ୍ଥାନୀୟ ଲୋକମାନେ କୁହନ୍ତି କି ଯେତେବେଳେ କୁକୁରର ମୁର୍ତ୍ୟୁ ହେଲା ସେହି ସମୟରେ ଦୁଇଟି ଯାକ ଗ୍ରାମରେ ସାମୁହିକ ଭୋଜି ର ପରମ୍ପରା ଥିଲା । ଯେତେବେଳେ ବି କୌଣସି ଗ୍ରାମରେ କିଛି କାର୍ଯ୍ୟକ୍ରମ ହୁଏ ସେ ସେଠି ଖାଇବା ପାଇଁ ଚାଲିଯାଏ । ଥରେ କୁକୁରକୁ ରେବନ ଗ୍ରାମରେ ରମତୁଳା ବାଜିବାର ଶବ୍ଦ ଶୁଣାଗଲା ।

ତାକୁ ବହୁତ ଜୋରରେ ଭୋକ ଲାଗିଥିଲା ସେଥିପାଇଁ ସେ ସେଠିକୁ କହିବା ପାଇଁ ଚାଲିଗଲା କିନ୍ତୁ ସେଠାରେ ଖାଦ୍ୟ ଶେଷ ହୋଇ ଯାଇଥିଲା । କିଛି ସମୟ ପରେ ପୁଣି ତାକୁ କକବାରା ଗ୍ରାମରେ ରମତୁଳା ବଜାଇବାର ଶୁଣି ସେ ସେଠାକୁ ଦୌଡିଲା ଖାଇବା ପାଇଁ । କିନ୍ତୁ ତାକୁ ସେଠି ଖାଇବା ମିଳିଲାନାହିଁ । ଦୁଇଟି ଗ୍ରାମରେ ଦଉଡି ଦଉଡି ସେ ବହୁତ ଥକି ଯାଇଥିଲା ଏବଂ ଭୋକ କାରଣରୁ ତାହର ଜୀବନ ଚାଲିଗଲା ।

କୁକୁରର ମରିବା ପରେ ଗ୍ରାମର ଲୋକମାନେ ତିଆରି କରିଲେ ମନ୍ଦିର :

ଏହି ଘଟଣାରେ ଲୋକମାନେ ବହୁତ ଦୁଖ ପ୍ରକାଶ କରିଥିଲେ । ଏହାପରେ ଲୋକମାନେ ମରିଥିବା ସ୍ଥାନରେ ଏକ ଛୋଟ ମନ୍ଦିର ତିଆରି କରି ଦେଇଥିଲେ । ଦୁଇଟି ଯାକ ଗ୍ରାମର ଲୋକମାନେ ସେହି ଜାଗାରେ ସବୁଦିନ ପାଣି ଏବଂ ଫୁଲ ଚଢାନ୍ତି ।