କୋରୋନା ଭାଇରସ ପାଇଁ ସୃଷ୍ଟି ହୋଇଥିବା ପରିସ୍ଥିତି ଉପରେ ନଜର ରଖିବା ପାଇଁ କେନ୍ଦ୍ର ସକରାର ଗଠନ କଲେ ବିଶେଷ ଟାସ୍କ ଫୋର୍ସ

ଚୀନରେ ସୃଷ୍ଟି ହୋଇଥିବା କୋରୋନା ଭାଇରସ ଏକ ଚିନ୍ତାର ବିଷୟ ପାଲଟିଛି । ଏହି ଭାଇରସର କୌଣସି ପ୍ରତିକାର ବର୍ତ୍ତମାନ ପର୍ଯ୍ୟନ୍ତ ଆସିନାହିଁ । ଏହି ଭାଇରସ ପାଇଁ ବହୁତ ଲୋକ ନିଜ ପ୍ରାଣ ହରାଇ ସାରିଲେଣି । ଏହି ଭାଇରସ ପାଇଁ ସୃଷ୍ଟି ହୋଇଥିବା ପରିସ୍ଥିତି ଉପରେ ନଜର ରଖିବା ପାଇଁ କେନ୍ଦ୍ର ସରକାର ଏକ ବିଶେଷ ଟାସ୍କ ଫୋର୍ସର ଗଠନ କରିଛନ୍ତି ।

କେନ୍ଦ୍ର ମନ୍ତ୍ରୀ ଜି. କିଶନ ରେଡି ସୋମବାର ଦିନ ଏହି ସୂଚନା ଦେଇ କହିଛନ୍ତି କି, ଏହି ଟାସ୍କ ଫୋର୍ସରେ ସ୍ୱାସ୍ଥ୍ୟ, ଗୃହ, ନାଗରିକ ବିମାନ, ମହିଳା ଓ ବାଲ୍ୟ ବିକାଶ ମନ୍ତ୍ରାଳୟର ପ୍ରତିନିଧିମାନେ ସାମିଲ ହେବେ । କେରଳରେ କୋରୋନା ଭାଇରସର ତୃତୀୟ ମାମଲା ସାମ୍ନାକୁ ଆସିବା ପରେ ଏହି ନିଷ୍ପତ୍ତି ନେବାକୁ ପଡିଥିଲା ।

ଖବର ଅନୁସାରେ ଜଣା ପଡିଛି କି, ସେହି ଲୋକ କିଛି ଦିନ ପୂର୍ବରୁ ଚୀନରୁ ଫେରିଥିଲା । କୋରୋନା ଭାଇରସ ସଙ୍କ୍ରମଣକୁ ରୋକିବା ପାଇଁ ଟାସ୍କ ଫୋର୍ସ ନିଜର କାର୍ଯ୍ୟ କରିବ । ସେ କହିଛନ୍ତି କି, ଯେଉଁ ଭାରତୀୟ ଚୀନରୁ ଫେରିବା ପାଇଁ ଚାହୁଁଛନ୍ତି ସେମାନଙ୍କୁ କୌଣସି ବି ପରିସ୍ଥିତିରେ ଅଣାଯିବ । ଚୀନରେ ଫସିରହିଥିବା ଭାରତୀୟମାନେ ଇଣ୍ଡିଆନ ଏମ୍ବାସୀ ସହ ସମ୍ପର୍କ କରିପାରିବେ । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଚୀନରେ ଭ୍ରମଣ ନକରିବା ପାଇଁ ଲୋକମାନଙ୍କୁ ପରାମର୍ଶ ଦେଇଛି । ସରକାର ଘୋଷଣା କରିଛି କି ପଡୋଶୀ ଦେଶରୁ ଫେରିଥିବା ଲୋକମାନଙ୍କର ଚିକିତ୍ସା ଅଲଗା କରାଯିବ ।

ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ କୋରୋନା ଭାଇରସର ଲକ୍ଷଣ ଦେଖାଯିବାରୁ ପାଞ୍ଚଟି ଲୋକଙ୍କୁ କେଣ୍ଟ ର ବେସ ହସ୍ପିଟାଲରେ ଭର୍ତି କରାଯାଇଛି । ରୋଗୀଙ୍କ ଶରୀରରେ କାଶ ଓ ଜ୍ଵର ଆଦିର ଲକ୍ଷଣ ପାଇଁ ସେମାନଙ୍କୁ ବେସ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ଏମାନଙ୍କ ବ୍ଲଡ଼ ସାମ୍ପଲ ର ଯାଞ୍ଚ ପାଇଁ ବ୍ଲଡ଼କୁ ଏମ୍ସ ପଠା ଯାଇଥିଲା, ଯେଉଁଥିରେ ଜଣଙ୍କର ବ୍ଲଡ଼ ରିପୋର୍ଟ ନେଗେଟିଭ ହୋଇଥିବା ବେଳେ ଅନ୍ୟମାନଙ୍କର ବ୍ଲଡ଼ ରିପୋର୍ଟର ଅପେକ୍ଷା ରହିଛି ।