ଭାରତର ଟେଷ୍ଟ ଟିମର ଘୋଷଣା, ରୋହିତ ଶର୍ମା ହେଲେ ବାହାର ତ ଏହି ଖେଳାଳିଙ୍କୁ ମିଳିଲା ଚାନ୍ସ

ମଙ୍ଗଳବାର ସକାଳେ ଭାରତୀୟ କ୍ରିକେଟ କନ୍ଟ୍ରୋଲ ବୋର୍ଡ ମାନେ BCCI ନ୍ୟୁଜିଲ୍ୟାଣ୍ଡ ବିରୁଦ୍ଧରେ ହେବାକୁ ଥିବା ୨ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ୧୬ ସଦସୀୟ ଭାରତୀୟ ଟିମର ଘୋଷଣା କରିଛନ୍ତି । ଟିମରେ ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କୁ ୱାନଡେ ଓ ଟେଷ୍ଟ ସିରିଜରୁ ବାହାର କରି ଦିଆ ଯାଇଛି । ୱାନଡେ ରେ ତାଙ୍କ ଜାଗାରେ ମୟଙ୍କ ଅଗ୍ରୱାଲଙ୍କୁ ବଛା ଯାଇଛି, ଯେତେବେଳେ କି ଟେଷ୍ଟ ସିରିଜରେ ପୃଥ୍ୱୀ ଶଙ୍କୁ ସାମିଲ କରାଯାଇଛି ।

ରୋହିତ ଶର୍ମା ହେଲେ ବାହାର

ବିସିସିଆଇ ମେଲ ଜାରି କରି କହିଛନ୍ତି କି ଭାରତୀୟ ଟିମର ଓପନର ରୋହିତ ଶର୍ମାଙ୍କ ବାମ ଗୋଡରେ ବହୁତ ଆଗଘଟ ଲାଗିଛି । ଏମିତିରେ ସେ ୩ ଟି ମ୍ୟାଚ ବିଶିଷ୍ଟ ୱାନଡେ ଓ ୨ ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଖେଳିବେ ନାହିଁ । ରୋହିତ ଶର୍ମା ନ୍ୟୁଜିଲ୍ୟାଣ୍ଡରୁ ଭାରତକୁ ଫେରି ଆସିବେ ଓ ତାଙ୍କର ଚିକିତ୍ସା ବାଙ୍ଗାଲୁରୁ ସ୍ଥିତ ନ୍ୟାସନାଲ କ୍ରିକେଟ ଏକାଡେମୀ (NCA)ରେ ହେବ । ୱାନଡେ ଟିମରେ ତାଙ୍କ ସ୍ଥାନରେ ଟେଷ୍ଟର ଯୋଡିଦାର ମୟଙ୍କ ଅଗ୍ରୱାଲଙ୍କୁ ଚାନ୍ସ ମିଳିଛି ।

ନବଦୀପ ସୈନୀଙ୍କୁ ପ୍ରଥମ ଥର ଚାନ୍ସ

ଶର୍ଟ ଫର୍ମାଟରେ ନିଜର ଜବରଦସ୍ତ ବୋଲିଙ୍ଗ ଦ୍ଵାରା ୱିକେଟ ନେଇଥିବା ନବଦୀପ ସୈନୀଙ୍କୁ ପ୍ରଥମ ଥର ଟେଷ୍ଟ ଟିମରେ ଜାଗା ଦିଆ ଯାଇଛି । ନବଦୀପ ସୈନୀ ଘରେଲୁ ଟେଷ୍ଟର ଫାର୍ଷ୍ଟ କ୍ଲାସ କ୍ରିକେଟରେ ଭଲ ପ୍ରଦର୍ଶନ କରିଛନ୍ତି । ଯେଉଁ କାରଣରୁ ତାଙ୍କୁ ଟେଷ୍ଟ ଟିମରେ ସାମିଲ କରାଯାଇଛି । ନବଦୀପ ସୈନୀ ଗତ ବର୍ଷ ଟି ୨୦ ଇଣ୍ଟରନ୍ୟାସନାଲ କ୍ରିକେଟ ଓ ପୁଣି ୱାନଡେ ଇଣ୍ଟରନ୍ୟାସନାଲ କ୍ରିକେଟରେ ଡେବ୍ୟୁ କରିଥିଲେ ।

ବୁମରାହ ଫେରିଲେ

ୱାର୍ଲ୍ଡ କପ ୨୦୧୯ ପରେ ୱେସ୍ଟଉଣ୍ଡିଜ ଟୁରରେ ଶେଷ ଟେଷ୍ଟ ମ୍ୟାଚ ଖେଳିଥିବା ଜସପ୍ରୀତ ବୁମରାହ ବି ଭାରତର ଟେଷ୍ଟ ମ୍ୟାଚକୁ ଫେରି ଆସିଛନ୍ତି । ଜସପ୍ରୀତ ବୁମରାହ ନିଜର ଶେଷ ଟେଷ୍ଟ ମ୍ୟାଚରେ ହାଟ୍ରିକ ନେଇଥିଲେ । ବୁମରାହଙ୍କୁ ୱେସ୍ଟଉଣ୍ଡିଜ ଟୁର ପରେ ମାଇନର ବ୍ୟାକ ସ୍ଟ୍ରେସ ଫ୍ରାକ୍ଚର ହୋଇଥିଲା । ଯେଉଁ କାରଣରୁ ସେ ଲମ୍ବା ସମୟ ପର୍ଯ୍ୟନ୍ତ କ୍ରିକେଟ ଖେଳି ପାରି ନ ଥିଲେ ଓ ତାଙ୍କର ଚିକିତ୍ସା ଏନସିଏରେ ହେଉଥିଲା । କିନ୍ତୁ ବର୍ତ୍ତମାନ ସେ ଫେରି ଆସିଛନ୍ତି ।

ଭାରତର ଟେଷ୍ଟ ଟିମ କିଛି ଏହି ପ୍ରକାରର ଅଟେ

ବିରାଟ କୋହଲୀ (Captain), ମୟଙ୍କ ଅଗ୍ରୱାଲ, ପୃଥ୍ୱୀ ଶ, ଶୁଭମନ ଗିଲ, ଚେତେଶ୍ୱର ପୁଜାରା, ଅଜିଂକ୍ୟ ରହାଣେ(vicecaptain), ହନୁମା ବିହାରୀ, ରିଦ୍ଧିମାନ ସାହା (ୱିକେଟକୀପର), ରିଷଭ ପଂତ(ୱିକେଟକୀପର), ଆର ଅଶ୍ୱିନ, ରବୀନ୍ଦ୍ର ଜଡେଜା, ଜସପ୍ରୀତ ବୁମରାହ, ମୋହମ୍ମଦ ଶମୀ, ଉମେଶ ୟାଦବ, ନବଦୀପ ସୈନୀ ଓ ଈଶାଂତ ଶର୍ମା ।