“କଫି ୱିଥ କରନ” ବିବାଦ ଉପରେ କହିଲେ ରାହୁଲ, କୌଣସି କାମରେ ଲାଗୁନଥିଲା ମନ, ଆଉ ତା ପରେ…

ଟିମ ଇଣ୍ଡିଆର ସଲାମୀ ବ୍ୟାଟ୍ସମ୍ୟାନ ଓ ୱିକେଟ କିପର କେଏଲ ରାହୁଲ କିଛି ଦିନ ହେବ ବହୁତ ଚର୍ଚାରେ ଅଛନ୍ତି । ନିଜର ଅଦ୍ଭୁଦ ପଦର୍ଶନରେ ସେ ଲୋକପ୍ରିୟତା ହାସଲ କରିଛନ୍ତି । ତାଙ୍କ ପାଇଁ ବର୍ତ୍ତମାନର ସମୟ ବହୁତ ଭଲ ଅଛି । ହେଲେ ଏମିତି ଏକ ସମୟ ଥିଲା, ଯେଉଁଥିରେ ସେ ଫିଲ୍ଡ ବାହାରେ ହେଇଥିବା ସଙ୍କଟର ସମ୍ମୁଖୀନ ହୋଇଥିଲେ । ତାଙ୍କ କ୍ୟାରିୟରରେ ଗ୍ରହଣ ଲାଗିଯାଇଥିଲା । ଏହାର କାରଣ ହେଉଛି ସେ ଓ ହାର୍ଦ୍ଦିକ ପାଣ୍ଡ୍ୟା କରନ ଜୋହାରଙ୍କ ସୋ “କଫି ୱିଥ କରନ”ରେ ଆସିଥିଲେ ।

ସୋ ରେ ହାର୍ଦ୍ଦିକ ପାଣ୍ଡ୍ୟା ମହିଳାଙ୍କ ବିଷୟରେ କିଛି ଟିପ୍ପଣୀ ଦେଇଥିଲେ । ଯାହାଫଳରେ ଏହି ଦୁଇଟି କ୍ରିକେଟ ପ୍ଲେୟାରଙ୍କ କ୍ୟାରିଅରରେ ବ୍ୟାନ ଲାଗିଯାଇଥିଲା । ରାହୁଲ ଏହି ବିଷୟରେ କିଛି କହିଥିଲେ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।

ମୋ ପରିବାରି ପାଇଁ କଷ୍ଟକର ସମୟ ଥିଲା

କେଏଲ ରାହୁଲ କହିଲେ କି କଫି ୱିଥ କରନର ବିବାଦ ପରେ ତାଙ୍କ ସମୟ ବହୁତ କଷ୍ଟକର ହୋଇଥିଲା । ହେଲେ କେହି ଦେଖିନଥିଲେ କି ଏହି ଭୁଲ ଏକ ଯୁବ ଖେଳାଳି ଦ୍ଵାରା ହୋଇଥିଲା । ସେ କହିଥିଲେ, ବିବାଦ ପୂର୍ବରୁ ଡିସେମ୍ବର ୨୦୧୮- ଜାନୁୟାରୀ ୨୦୧୯ରେ ଅଷ୍ଟ୍ରେଲିଆ ବିପକ୍ଷରେ ସେ ଭଲ ପଦର୍ଶନ କରିପାରି ନଥିଲେ । ତା’ ପରେ ପୁଣି କଫି ୱିଥ କରନ ସୋ ରେ ଏମିତି ହୋଇଗଲା । ଏଥିପାଇଁ ସେ ବହୁତ ନିରାଶ ହୋଇଥିଲେ ଓ ସେହି ସମୟ ତାଙ୍କ ପରିବାର ପାଇଁ ବହୁତ କଷ୍ଟକର ଥିଲା । ମାତା ପିତା ଏହି କଥା ପାଇଁ ଚିନ୍ତିତ ଥିଲେ କି ସମାଜ କଣ କହିବ ।

ରାହୁଲ କହିଲେ ସେ ମଧ୍ୟ ଦୁଃଖିତ ଥିଲେ

କେଏଲ ରାହୁଲ କହିଲେ ଯେ ସେ ମିଛ କହିବେ ନାହିଁ । ସେହି ଘଟଣା ପରେ ସେ ବହୁତ ଦୁଃଖିତ ଥିଲେ । ତାଙ୍କୁ କୌଣସି କାର୍ଯ୍ୟ କରିବା ପାଇଁ ମନ ଲାଗୁନଥିଲା । ସେହି ଘଟଣାକୁ ଭୁଲିବା ପାଇଁ ସେ ଟ୍ରେନିଂ, କ୍ରିକେଟ ଓ ଗଲ୍ଫର ସାହାରା ନେଇଥିଲେ । ବର୍ତ୍ତମାନ କିଛି ବର୍ଷ ପରେ ଯେମିତି ଲୋକେ କୁହନ୍ତି କି ସମୟ ସବୁ ଘା କୁ ଭରିଦିଏ ବା ସବୁକିଛି ଭଲ ପାଇଁ ହିଁ ହୋଇଥାଏ । ବର୍ତ୍ତମାନ ତାଙ୍କର ସବୁ କଥା ତାଙ୍କୁ ଠିକ ଲାଗୁଛି ।

ସେହି ଘଟଣା ଅନୁଶାସିତ କରିଛି

ରାହୁଲ କହିଲେ କି ତାଙ୍କୁ ଏକ ଏମିତି ଝଟକା ଦରକାର ଥିଲା, ଯାହା ଦ୍ଵାରା ସେ ଆଗକୁ ବଢିପାରିବେ । ତାଙ୍କ ମତରେ ସେ କ୍ରିକେଟ ଛଡା ଅନ୍ୟ କେଉଁଥିରେ ଆଗକୁ ଯାଇପାରି ନଥାନ୍ତେ । ସେ କହିଲେ କି, ସେ କେବଳ କ୍ରିକେଟ ଭଲ ଖେଳିପାରିବେ । ସେହି ଘଟଣା ପରେ ତାଙ୍କର ପୁରା ଧ୍ୟାନ କ୍ରିକେଟରେ କେନ୍ଦ୍ରିତ ହୋଇଥିଲା । ଯାହା ତାଙ୍କୁ ବହୁତ ମଝବୁତ ଓ ଅନୁଶାସିତ କରିଥିଲା । ଯାହାଫଳରେ ସେ ଏକ ଭଲ ବ୍ୟାଟ୍ସମ୍ୟାନ ଓ ଭଲ ୱିକେଟ କିପର ହୋଇ ଲୋକମାନଙ୍କ ମନ ଜିତିନେଲେ ।