ସଚିନଙ୍କ ଝିଅ ସାରା ତେନ୍ଦୁଲକର ସୋସିଆଲ ମିଡିଆରେ ପୋଷ୍ଟ କଲେ ତାଙ୍କର ସୁନ୍ଦର ଫଟୋ, ଯାହାକୁ ଦେଖି ଫ୍ୟାନ୍ସ ହେଲେ ପାଗଳ

କ୍ରିକେଟରେ ବହୁତ ନାମ କମେଇଥିବା ସଚିନ ତେନ୍ଦୁଲକର କ୍ରିକେଟରୁ ସନ୍ୟାସ ନେବା ପରେ ମଧ୍ୟ ଚର୍ଚାରେ ଅଛନ୍ତି । ସେ ଚର୍ଚାରେ ରହିବାର ଅନ୍ୟ ଏକ କାରଣ ହେଉଛି, ଭାରତୀୟ କ୍ରିକେଟ ଟିମରେ ସେ ଇତିହାସ ରଚିଛନ୍ତି । ହେଲେ ସଚିନ ତେନ୍ଦୁଲକରଙ୍କ ସହ ତାଙ୍କ ପରିବାର ଲୋକମାନେ ମଧ୍ୟ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ଆମେ ଯାହା ବିଷୟରେ କହୁଛୁ ସେ ଆଉ କେହି ନୁହଁନ୍ତି, ସେ ହେଉଛନ୍ତି ସଚିନଙ୍କ ଝିଅ ସାରା ତେନ୍ଦୁଲକର । ତେବେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ ।

ସୋସିଆଲ ମିଡିଆରେ ସକ୍ରିୟ

ସୋସିଆଲ ମିଡିଆରେ ସାରା ବହୁତ ସକ୍ରିୟ ରୁହନ୍ତି । କିଛି ଦିନ ହେବ ସାରା ତେନ୍ଦୁଲକର ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଅଛନ୍ତି । ସୋସିଆଲ ମିଡିଆରେ ତାଙ୍କ ଫଟୋ ଲଗାତାର ସାମ୍ନାକୁ ଆସୁଛି । ସେହି ଫଟୋରେ ସାରା ବହୁତ ସୁନ୍ଦର ଓ ଆକର୍ଷକ ଦେଖାଯାଉଛନ୍ତି । ଏହି ସବୁ ଫଟୋ ଗୁଡିକୁ ସାରା ଇଂଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏହି ସବୁ ଫଟୋକୁ ଦେଖି ତାଙ୍କ ଫ୍ୟାନ୍ସମାନେ ବହୁତ ପ୍ରଭାବିତ ହୋଇଛନ୍ତି ।

ବଲିଉଡ୍ ରେ ଯିବା ପାଇଁ ଚର୍ଚା

କିଛି ଦିନ ପୂର୍ବରୁ ଶୁଣିବାକୁ ମିଳିଥିଲା କି, ସାରା ବହୁତ ଶୀଘ୍ର ବଲିଉଡ୍ ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ଏହି ଖବର ବିଷୟରେ ସଚିନ ତେନ୍ଦୁଲକର ଓ ତାଙ୍କ ପତ୍ନୀ ଅଞ୍ଜଲି ତେନ୍ଦୁଲକର ଠିକ ଭାବରେ କିଛି କହି ନାହାନ୍ତି । ସାରା ତେନ୍ଦୁଲକରଙ୍କ ଜନ୍ମ ବମ୍ବେରେ ୧୯୯୭ ମସିହା ୧୨ ଅକ୍ଟୋବରରେ ହୋଇଥିଲା । ସେ ଧିରୁଭାଇ ଅମ୍ବାନୀ ଇଣ୍ଟରନାସନାଲ ସ୍କୁଲରେ ପାଠ ପଢୁଥିଲେ । ଏହା ପରେ ତାଙ୍କର ବଲିଉଡ୍ ରେ ଏଣ୍ଟ୍ରି କରିବାର ବହୁତ ସମ୍ଭାବନା ରହିଛି, ହେଲେ ଏହା ସମୟ ଆସିଲେ ଜଣା ପଡିବ ।

ଏହା ସବୁ ତାଙ୍କର ସଉକ

ସଉକ କଥା ଆସିଲେ ସାରାଙ୍କୁ ଫିଲ୍ମ ଦେଖିବା ଓ ସଙ୍ଗୀତ ଶୁଣିବାକୁ ବହୁତ ଭଲ ଲାଗେ । ଏହା ସହିତ ତାଙ୍କୁ କୌଣସି ନୂଆ ସ୍ଥାନକୁ ଯାତ୍ରା ଓ ଭ୍ରମଣ କରିବାକୁ ବହୁତ ଭଲ ଲାଗିଥାଏ । ସାରା ତାଙ୍କର ଆଗାମୀ ଜୀବନରେ କଣ କରିବେ, ଏହା ସ୍ପଷ୍ଟ ହୋଇନାହିଁ । ହେଲେ ତାଙ୍କର ଏଣ୍ଟ୍ରି ବଲିଉଡ୍ ରେ ହୋଇପାରେ, ଏହାର ସମ୍ଭାବନା ଅଛି ।