ବେସ୍ଟ ମାଇଲେଜ ବାଲା ଟପ ୧୦ ମୋଟରସାଇକେଲ, ୧ ଲିଟରରେ ୧୦୪ କି.ମି. ପର୍ଯ୍ୟନ୍ତ ଯାଇ ପାରିବେ

ଭାରତରେ କମ ଦାମରେ ଅଧିକ ମାଇଲେଜ ବାଲା ମୋଟରସାଇକେଲ ସମସ୍ତେ କ୍ରୟ କରିବାକୁ ଚାହାନ୍ତି । ପ୍ରାୟତଃ ଲୋକମାନେ ମୋଟରସାଇକେଲ କ୍ରୟ କରିବା ପୂର୍ବରୁ ଯେଉଁ ଜିନିଷ ପ୍ରତି ଅଧିକ ଧ୍ୟାନ ଦିଅନ୍ତି ତାହା ହେଉଛି ଗାଡିର ମାଇଲେଜ । ମାର୍କେଟରେ ଏମିତି ବହୁତ ଦମଦାର ମୋଟରସାଇକେଲ ଉପଲବ୍ଧ ଅଛି ଯାହା ଆପଣଙ୍କୁ ୧ ଲିଟର ପେଟ୍ରୋଲରେ ୧୦୦ କିଲୋମିଟର ଠାରୁ ବି ଅଧିକ ମାଇଲେଜ ଦେବ ।

ମାନେ ଆପଣ ୧ ଲିଟର ପେଟ୍ରୋଲରେ ୧୦୦ କି.ମି. ରୁ ବି ଅଧିକ ରାସ୍ତା ଯାଇ ପାରିବେ । ମାଇଲେଜ ଅଧିକ ହେବାର ସିଧା ପ୍ରଭାବ ଆପଣଙ୍କ ପକେଟ ଉପରେ ପଡିଥାଏ । ଆପଣଙ୍କ ମୋଟରସାଇକେଲ ଯେତିକି ଅଧିକ ମାଇଲେଜ ଦେବ ସେତିକି ହିଁ ଅଧିକ ଆପଣଙ୍କ ଟଙ୍କା ବଞ୍ଚିବ, କାରଣ ଆପଣଙ୍କୁ କମ ପେଟ୍ରୋଲ ଭର୍ତ୍ତି କରିବାକୁ ପଡିଥାଏ । ଯଦି ଆପଣ ବି ଦମଦାର ମାଇଲେଜ ବାଲା ମୋଟରସାଇକେଲ ଖୋଜୁଛନ୍ତି ତେବେ ଆମର ଏହି ଆର୍ଟିକିଲକୁ ପଢନ୍ତୁ ।

ଆଜି ଆମେ ଆପଣଙ୍କୁ ଭଲ ମାଇଲେଜ ବାଲା ଟପ ୧୦ଟି ମୋଟରସାଇକେଲ ବିଷୟରେ କହିବାକୁ ଯାଉଛୁ, ଯେଉଁଥିରେ ଆପଣ ୮୦ରୁ ୧୦୪ କିଲୋମିଟରର ମାଇଲେଜ ଦେଉଥିବା ଗାଡି ବିଷୟରେ ଜାଣି ପାରିବେ ।

ଏହି ମୋଟରସାଇକେଲ ଦେବ ୮୬ ରୁ ୧୦୪ କିଲୋମିଟର ମାଇଲେଜ :

·    ବଜାଜ ପ୍ଲାଟିନା – ୧୧୦ ରୁ ୧୧୫.୪୫ ସିସି ଓ ୫୦,୭୫୨ ଦାମ ବାଲା ଏହି ମୋଟରସାଇକେଲ ଆପଣଙ୍କୁ ୧ ଲିଟର ପେଟ୍ରୋଲରେ ୧୦୪ କିଲୋମିଟର ପର୍ଯ୍ୟନ୍ତ ମାଇଲେଜ ଦେବ ।

·    ବଜାଜ ସିଟି ୧୦୦ – ବହୁତ କମ ଦାମ ମାନେ ୩୩,୪୦୨ ଟଙ୍କାର ୯୯.୨୭ ସିସି ବାଲା ଏହି ମୋଟରସାଇକେଲ ୯୯ କିଲୋମିଟର ପର୍ଯ୍ୟନ୍ତ ମାଇଲେଜ ଦେଇଥାଏ ।

·    ଟିଭିଏସ ସ୍ପୋର୍ଟ – ୩୯,୯୦୦ ଟଙ୍କା ବାଲା ଏହି ମୋଟରସାଇକେଲ ୯୫ କିଲୋମିଟର ପର୍ଯ୍ୟନ୍ତ ମାଇଲେଜ ଦେଇଥାଏ ।

·    ଟିଭିଏସ ଷ୍ଟାର ସିଟି ପ୍ଲସ – ୧୦୯.୭ ସିସି ବାଲା ଏହି ମୋଟରସାଇକେଲ ୮୬ କିଲୋମିଟର ପର୍ଯ୍ୟନ୍ତ ମାଇଲେଜ ଦେଇଥାଏ । ଏହାର ଦାମ ୪୬,୦୮୮ ଟଙ୍କା ଅଟେ ।

ଏହା ଛଡା ମହିନ୍ଦ୍ରା ସେଂଚୁରୋରେ ଆପଣଙ୍କୁ ୮୫ କିଲୋମିଟର ପ୍ରତି ଲିଟର ମାଇଲେଜ ମିଳିବ । ୧୦୬.୭ ସିସି ବାଲା ଏହି ମୋଟରସାଇକେଲର ଦାମ ୪୮,୯୩୫ ଟଙ୍କା ଅଟେ । ହିରୋର ଲୋକପ୍ରିୟ ଗାଡି ପ୍ୟାଶନ ପ୍ରୋରେ ଆପଣଙ୍କୁ ୮୪ କିଲୋମିଟର ମାଇଲଜେ ମିଳିବ । ୯୭.୨ ସିସି ବାଲା ପ୍ୟାଶନ ପ୍ରୋ ୫୩,୪୨୫ ଟଙ୍କା ଅଟେ । ଅନ୍ୟ ପଟେ ବହୁତ କମ ଦାମ ୩୭,୬୨୫ ଦାମ ବାଲା ହିରୋ ଏଚଏଫ ଡନ ୮୨ କିଲୋମିଟର ଦମଦାର ମାଇଲେଜ ଦେଇଥାଏ । ହିରୋ ସ୍ପ୍ଲେଂଡର ପ୍ରୋ ୯୦ କିଲୋମିଟର ମାଇଲେଜ ଦେଇଥାଏ । ୯୭.୨ ସିସି ବାଲା ଏହି ମୋଟରସାଇକେଲ ୪୯,୫୯୮ ଟଙ୍କାରେ ମିଳିଥାଏ ।

ହିରୋର ଅନ୍ୟ ଏକ ମୋଟରସାଇକେଲ ଆପଣଙ୍କୁ ୪୦୦୦୦ ଟଙ୍କାରେ ମିଳିଯିବ, ଯାହାକି ୮୨ କିଲୋମିଟର ପ୍ରତି ଲିଟର ମାଇଲେଜ ଦେଇଥାଏ । ଏହି ବାଇକର କ୍ଷମତା ୯୭.୨ ସିସିର ଅଟେ । ଯଦି ଆପଣ ଅଳ୍ପ ଟଙ୍କା ଖର୍ଚ୍ଚ କରିବେ ତେବେ ୫୩,୨୧୩ ଟଙ୍କାରେ ଆପଣଙ୍କୁ ୮୨ କିଲୋମିଟର ପ୍ରତି ଲିଟର ଇଞ୍ଜିନର ହିଁ ୧୧୫.୪୫ ବଜାଜ ଡିସ୍କବର ମିଳିବ । ବଜାଜ ଡିସ୍କବର ଆରମ୍ଭରୁ ହିଁ ଭାରତରେ ବହୁତ ଲୋକପ୍ରିୟ ମୋଟର ସାଇକେଲ ହୋଇଛି ।