ଶନି ଦେବ ବଦଳେଇଲେ ନିଜ ଗତି, କେଉଁ ରାଶିକୁ କରିବେ ଧନୀ ଓ କାହାକୁ କରିବେ ଗରିବ, ଜାଣନ୍ତୁ ନିଜ ରାଶି ଅନୁସାରେ

ସମସ୍ତ ଦେବତାଙ୍କ ମଧ୍ୟରେ ଶନି ଦେବତାଙ୍କୁ ରାଗି ଦେବତା ବୋଲି କୁହାଯାଏ । ଶନି ଦେବତାଙ୍କୁ ନ୍ୟାୟର ଦେବତା ମଧ୍ୟ କୁହାଯାଏ । ଶନି ଦେବତା ବ୍ୟକ୍ତିଙ୍କୁ ନିଜ କର୍ମ ଅନୁସାରେ ଫଳ ପ୍ରଦାନ କରିଥାନ୍ତି । ଯେଉଁ ବ୍ୟକ୍ତି ଖରାପ କାର୍ଯ୍ୟ କରିଥାଏ, ତାଙ୍କୁ ଶନି ଦେବତାଙ୍କ ପ୍ରକୋପର ସାମ୍ନା କରିବାକୁ ପଡିଥାଏ । ଯେଉଁ ବ୍ୟକ୍ତି ଭଲ କାର୍ଯ୍ୟ କରିଥାଏ, ତାଙ୍କୁ ଶନି ଦେବତାଙ୍କ କୃପା ମିଳିଥାଏ । ଶନି ଦେବତା ଭଲ କାର୍ଯ୍ୟ କରୁଥିବା ଲୋକଙ୍କ ଉପରେ ସର୍ବଦା ନିଜ ଆଶୀର୍ବାଦ ରଖିଥାନ୍ତି ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ଦେବତା ନିଜର ଗତି  ପରିବର୍ତନ କରୁଛନ୍ତି ଓ ଏହାର ପ୍ରଭାବ ସମସ୍ତ ରାଶି ଉପରେ ପଡିବ । ଆସନ୍ତୁ ଜାଣିବା କେଉଁ ରାଶି ଉପରେ କେଉଁ ପ୍ରଭାବ ପଡୁଛି ।

ଆସନ୍ତୁ ଜାଣିବା ଆପଣ ମାନଙ୍କ ରାଶି ଉପରେ ଶନି ଦେବତାଙ୍କ ଗତି ପରିବର୍ତନର କିପରି ରହିବ ପ୍ରଭାବ

ମେଷ

ମେଷ ରାଶିର ଲୋକମାନେ ନିଜ ଅନୁଭବରୁ କାର୍ଯ୍ୟରେ ଉନ୍ନତି ଲାଭ କରିବେ । ଆପଣଙ୍କ କାର୍ଯ୍ୟରେ ବାଧା ଉତ୍ପନ ହୋଇପାରେ । ଆପଣ ନିଜ ପରିଶ୍ରମ ଦ୍ଵାରା ସବୁ କାର୍ଯ୍ୟରେ ସଫଳତା ଲାଭ କରିବେ । ବେରୋଜଗାରି ମାନଙ୍କୁ କାର୍ଯ୍ୟ ପ୍ରାପ୍ତି ହେବ । ବେପାରୀ ମାନଙ୍କୁ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି ।

 

ବୃଷ

ବୃଷ ରାଶି ବ୍ୟକ୍ତି ମାନଙ୍କର ଆସୁଥିବା ସମୟ ବହୁତ ଭଲ ରହିବ । ଘର ପରିବାରରେ ଖୁସିର ପରିବେଶ ରହିବ । ସନ୍ତାନ ତରଫରୁ କିଛି ଭଲ ଖବର ଶୁଣିବାକୁ ପାଇବେ । ଆପଣ କୌଣସି ଅସହାୟ ବ୍ୟକ୍ତିର ସାହାଯ୍ୟ କରିବେ । ଏହା ଦ୍ଵାରା ଆପଣଙ୍କ ମନକୁ ଶାନ୍ତି ମିଳିବ । ଶନି ଦେବତାଙ୍କ କୃପାରୁ ଆପଣଙ୍କୁ ସବୁ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ ।

ମିଥୁନ

ମିଥୁନ ରାଶିର ଲୋକମାନଙ୍କ ସମୟ ଶୁଭ ରହିବ । ସମାଜରେ ଆପଣଙ୍କର ମାନ ସମ୍ମାନ ଓ ପ୍ରତିଷ୍ଠାରେ ବୃଦ୍ଧି ଘଟିବ । କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ମିଳିବ । ବିଦ୍ୟାର୍ଥୀମାନଙ୍କୁ ବିଦ୍ୟା କ୍ଷେତ୍ରରେ ସଫଳତା ମିଳିବ । ବେରୋଜଗାରି ମାନଙ୍କୁ ଚାକିରି ମିଳିବାର ସମ୍ଭାବନା ରହିଛି ।

କର୍କଟ

କର୍କଟ ରାଶିର ବ୍ୟକ୍ତିଙ୍କ ପାଇଁ ଆସୁଥିବା ସମୟ ବହୁତ ଉତ୍ତମ ରହିବ । ଆପଣ ଅଧିକରୁ ଅଧିକ ସମୟ ନିଜ ଘର ଲୋକଙ୍କ ସହ ଅତିବାହିତ କରିବେ । ବେପାରୀ ମାନେ ନିଜ ବେପାର ବାଣିଜ୍ୟରେ ଅଧିକ ଲାଭ କରିପାରିବେ । ଆପଣ ନୂଆ କାର୍ଯ୍ୟରେ ସଫଳତା ଲାଭ କରିବେ । ଘର କିମ୍ବା ପ୍ରପର୍ଟି କାର୍ଯ୍ୟରେ ଲାଭ ଜନକ ଫଳ ମିଳିବ ।

ସିଂହ

ସିଂହ ରାଶିର ବ୍ୟକ୍ତିଙ୍କ ପାଇଁ ସମୟ ବହୁତ ସୁଖଦାୟକ ରହିବ । ଆପଣଙ୍କ ମଧ୍ୟରେ ସକରାତ୍ମକ ପରିବର୍ତ୍ତନ ଘଟିପାରେ । ଆପଣଙ୍କୁ ବନ୍ଧୁମାନଙ୍କ ସହାୟତା ମିଳିବ । ଆପଣ ନିଜ କାର୍ଯ୍ୟରେ ସଫଳତା ଲାଭ କରିବେ । ପରିବାରରେ ଘଟୁଥିବା ବିବାଦର ସମାଧାନ ଘଟିବ । ଆପଣ କୌଣସି କାର୍ଯ୍ୟ ପାଇଁ ଦୂର ସ୍ଥାନକୁ ଯାତ୍ରା କରିବେ ଓ ସଫଳ ମଧ୍ୟ ହେବେ ।

କନ୍ୟା

କନ୍ୟା ରାଶିର ବ୍ୟକ୍ତିଙ୍କ ପାଇଁ ଆସୁଥିବା ସମୟ ସାମାନ୍ୟ ରହିବ । ଆପଣ ନିଜ ବେପାର କ୍ଷେତ୍ରରେ ନୂଆ ଯୋଜନା ତିଆରି କରିବେ । ଚାକିରି କ୍ଷେତ୍ରରେ ମଧ୍ୟ ଉନ୍ନତି ହେବ । ଆପଣଙ୍କ ଉପରେ କାର୍ଯ୍ୟ ଭାର ଅଧିକ ରହିବ । ବେପାର କ୍ଷେତ୍ରରେ ପ୍ରଗତି ଘଟିବ ।

ତୁଳା

ତୁଳା ରାଶିର ବ୍ୟକ୍ତିମାନଙ୍କୁ ବେପାରରେ ଅଧିକ ଲାଭ ମିଳିବ । ସାଙ୍ଗସାଥି ମାନଙ୍କର ସହଯୋଗ ମିଳିବ । ଆପଣଙ୍କ ଧ୍ୟାନ ପରିବାର ଲୋକଙ୍କ ଉପରେ ରହିବ । ପ୍ରତିଷ୍ଠିତ ଲୋକଙ୍କ ସହ ସମ୍ପର୍କ ବଢିବ । ଆପଣଙ୍କୁ ଆପଣଙ୍କ ଖାଦ୍ୟ ପେୟ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ ।

 

ବିଛା

ବିଛା ରାଶି ପାଇଁ ଆସୁଥିବା ସମୟ ଭଲ ରହିବ । ବିଦ୍ୟାର୍ଥୀମାନଙ୍କ ପାଇଁ ସମୟ ଅନୁକୂଳ ରହିବ । ବିଦ୍ୟାର୍ଥୀମାନଙ୍କୁ ନିଜ ପରିଶ୍ରମ ଅନୁସାରେ ଫଳ ମିଳିବ । ଆପଣ ଆପଣଙ୍କ ଜୀବନ ସାଥି ସହ ବାହାରକୁ ବୁଲିବାକୁ ଯିବାର ପ୍ଲାନ କରିପାରନ୍ତି । ଧନ ସମ୍ବନ୍ଧୀୟ କାର୍ଯ୍ୟ ସାବଧାନ ସହ କରନ୍ତୁ ।

ଧନୁ

ଧନୁ ରାଶି ପାଇଁ ଆସୁଥିବା ସମୟ ମିଶ୍ରିତ ରହିବ । ଆପଣ କିଛି ବ୍ୟବସାୟ କରିବାକୁ ଚାହୁଁଥିଲେ, ଭାବି ଚିନ୍ତି ନିସ୍ପତି ନିଅନ୍ତୁ । ପ୍ରପର୍ଟି କିଣିବା ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ । ସମାଜରେ ଆପଣଙ୍କ ମାନ ସମ୍ମାନ ଓ ପ୍ରତିଷ୍ଠାର ବୃଦ୍ଧି ଘଟିବ ।

ମକର

 

ମକର ରାଶିର ବ୍ୟକ୍ତି ମାନଙ୍କ ପାଇଁ ଆସୁଥିବା ସମୟ ଭଲ ରହିବ । ଆପଣଙ୍କ ଆୟ ବୃଦ୍ଧି ଘଟିବ । ଆସୁଥିବା ସମୟରେ ଆପଣଙ୍କୁ ଅଧିକ ସଫଳତା ମିଳିପାରେ । ମାନସମ୍ମାନ ମଧ୍ୟ ପ୍ରାପ୍ତ ହେବ । ଚାକିରିଆମାନଙ୍କ ପାଇଁ ପଦ ଉନ୍ନତିର ସମ୍ଭାବନା ଅଛି ।

କୁମ୍ଭ

କୁମ୍ଭ ରାଶିର ବ୍ୟକ୍ତି ମାନଙ୍କ ପାଇଁ ଆସୁଥିବା ସମୟ ବହୁତ ଲାଭ ଦାୟକ ରହିବ । ଆପଣଙ୍କ ପରିବାରର ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆସିବ । ଆପଣଙ୍କ ଘରକୁ ଅତିଥି ଆସିପାରନ୍ତି, ଯାହାଦ୍ଵାରା ଘରର ପରିବେଶ ଭଲ ରହିବ । ଏହି ରାଶିର ବ୍ୟକ୍ତିଙ୍କୁ କିଛି ନୂଆ ଅଫର ମିଳିବ ।

ମୀନ

ମୀନ ରାଶିର ଲୋକମାନଙ୍କୁ ପରିଶ୍ରମର ସହ କାର୍ଯ୍ୟ କରିବାକୁ ପଡିବ । ଆପଣଙ୍କୁ ଆପଣଙ୍କ କାର୍ଯ୍ୟରେ ସଫଳତା ନିଶ୍ଚୟ ମିଳିବ । ଆପଣଙ୍କ ଆତ୍ମବିଶ୍ଵାସରେ ବୃଦ୍ଧି ଘଟିବ । ଆପଣ ଧୈର୍ଯ୍ୟର ସହ କାର୍ଯ୍ୟ କଲେ ସବୁ ପରିସ୍ଥିତିର ସାମ୍ନା କରିପାରିବେ । ଚାକିରି କ୍ଷେତ୍ରରେ ଉପର ଅଧିକାରୀଙ୍କର ସହାୟତା ମିଳିବ । ପ୍ରେମ ସମ୍ପର୍କରେ ମଧୁରତା ଆସିବ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।