ଆପଣ ଶୋଇ ପଡିଲା ପରେ କଣ ଘଟିଥାଏ ଆପଣଙ୍କ ସାଥିରେ, ଜାଣନ୍ତୁ ଏହା ପଛରେ ଥିବା ବୈଜ୍ଞାନିକ କାରଣ

ଦୁନିଆରେ ବହୁତ ଲୋକ ଅଛନ୍ତି ଯେଉଁମାନଙ୍କୁ ଶୋଇବାକୁ ଭଲ ଲାଗେ ଓ ଏମିତି କିଛି ଲୋକ ମଧ୍ୟ ଅଛନ୍ତି ଯେଉଁ ମାନଙ୍କୁ ଶୋଇବାକୁ ଭଲ ଲାଗେ ନାହିଁ । ଆପଣମାନେ ଶୋଇଲା ପରେ କଣ କଣ ହୁଏ ଆଜି ଆମେ ଆପଣଙ୍କୁ କହିବୁ । ଏହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆପଣ କେବେ ବେହୋସ ମଣିଷକୁ ଦେଖିଛନ୍ତି ? ସେମାନେ ବେହୋସ ଅବସ୍ଥାରେ ନିଜ ହାତ ଗୋଡ ହଲେଇ ପାରନ୍ତିନି । ଠିକ ସେହିପରି ଶୋଇଲା ପରେ ଆପଣଙ୍କ ଶରୀର ପାରାଲିସ ହୋଇଯାଏ ଓ ଆପଣ ହାତ ଗୋଡ ହଲେଇ ପାରନ୍ତିନି ।

ଆପଣ ଭାବୁଥିବେ ଶୋଇଲାପରେ ଆପଣଙ୍କ ଆଖି ବନ୍ଦ ରହେ, କିନ୍ତୁ ତାହା ହୋଇ ନଥାଏ । ବିଜ୍ଞାନର ଅନୁସନ୍ଧାନରୁ ଜଣାପଡିଛି କି ଆପଣ ଶୋଇଲା ପରେ ଆପଣଙ୍କ ଆଖି ଅଦ୍ଭୁତ ଧରଣର ବ୍ୟବହାର କରିଥାଏ । ଆପଣଙ୍କ ଆଖି ଶୋଇବା ସମୟରେ ମଧ୍ୟ କାର୍ଯ୍ୟ କରିଥାଏ । ଏହା ରାତିସାରା ଉପର ତଳ ହୋଇଥାଏ ।

କଣ ଆପଣ ଜାଣିଛନ୍ତି ଆପଣଙ୍କ ଶରୀରରେ ଥିବା ହ୍ୟୁମାନ ଗ୍ରୋଥ ହରମୋନ ପାଇଁ ଆପଣଙ୍କର ଶରୀର, ହାଇଟ ଓ ଆପଣ କିପରି ଦେଖାଯିବେ ତାହା ନିର୍ଭର କରେ । HGH ଆପଣଙ୍କ ଶରୀରର ଏକ ଜରୁରୀ କେମିକାଲ ଅଟେ । ଏହି କେମିକାଲ ଦିନରେ ମଧ୍ୟ ଆପଣଙ୍କ ଶରୀରରୁ ବାହାରି ଥାଏ । କିନ୍ତୁ ଏହି କେମିକାଲ ଶୋଇଥିବା ସମୟରେ ଅଧିକ ଉତ୍ପନ ହୋଇଥାଏ, କାରଣ ଆପଣଙ୍କ ଶରୀର ରିଲାକ୍ସ କରୁଥାଏ ।

ଆପଣ ଯେତେବେଳେ ଶୁଅନ୍ତି ଆପଣଙ୍କ ଶରୀରକୁ ଯାଉଥିବା ବାହାର ବାୟୁ ରାସ୍ତା ମଧ୍ୟ ଆରାମ କରିଥାଏ । ସେହି ସମୟରେ ଆପଣଙ୍କ ଗଳା ମଧ୍ୟ ଆରାମ କରିଥାଏ । ସେଥିପାଇଁ ଗଳାଟି ଶୋଇଥିବା ସମୟରେ ଛୋଟ ହୋଇଯାଏ ଓ ଆପଣ ଆପଣଙ୍କ ପିଲା ଦିନକୁ ଫେରିଯାନ୍ତି । ଏହି ସମୟରେ ଆପଣ ଘୁଙ୍ଗୁଡି ମାରିଥାନ୍ତି । ସମସ୍ତଙ୍କ ଘରେ ଏମିତି ଜଣେ ଜଣେ ଥାଆନ୍ତି ଯିଏ ବହୁତ ଜୋରରେ ଘୁଙ୍ଗୁଡି ମାରନ୍ତି ।

ମଣିଷ ବେଳେ ବେଳେ ଗୋଟେ ସ୍ଵପ୍ନ ବାରମ୍ବାର ଦେଖିଥାଏ । ଏହାର କାରଣ ହେଉଛି ମଣିଷ ଜୀବନରେ ଥିବା ସମସ୍ୟା । ମଣିଷ ଜୀବନରେ ବହୁତ ସମସ୍ୟା ରହିଥାଏ କିନ୍ତୁ ବ୍ୟସ୍ତପୂର୍ଣ୍ଣ ଜୀବନରେ ମଣିଷ ସେ ସବୁକୁ ଭୁଲିଯାଏ । ମଣିଷର ମସ୍ତିକ ସବୁ କାର୍ଯ୍ୟ ମନେ ରଖିଥାଏ । ସେଥିପାଇଁ ମଣିଷକୁ ତାର ସମସ୍ୟା ଜନିତ ସ୍ଵପ୍ନ ବାରମ୍ବାର ଦେଖାଯାଇଥାଏ । ଏହାକୁ ରେକରିଙ୍ଗ ଡ୍ରୀମ୍ସ କୁହାଯାଏ ।

ଯେତେବେଳେ କିଏ ଜୋରରେ ପାଟି କରେ କିମ୍ବା ମୁହଁରେ ପାଣି ଛାଟେ ଆପଣ ସେହି ସମୟରେ ଉଠିଯାନ୍ତି । ଏହି ସମୟରେ ଶରୀରର ସମସ୍ତ ଅଙ୍ଗ ପ୍ରତିକ୍ରିୟା କରିଥାଏ କିନ୍ତୁ ଆପଣଙ୍କ ନାକ ଟିକେ ଡେରିରେ ପ୍ରତିକିୟା ପ୍ରକାଶ କରେ । ଏହା ଏକ ଖରାପ ଅଭ୍ୟାସ ଅଟେ । ଆପଣ ଶୋଇଥିବା ସମୟରେ ଗନ୍ଧ ଜାଣିପାରନ୍ତିନି । ଯାହାଦ୍ୱାରା ବେଳେ ବେଳେ ଏହା ମୃତ୍ୟୁର କାରଣ ହୋଇଥାଏ । ପ୍ରତି ବର୍ଷ ୫ ପ୍ରତିଶତ ଲୋକ ନିଆଁ ଲାଗିବା ଦ୍ଵାରା ମୁର୍ତୁ ବରଣ କରିଥାନ୍ତି । ଏହାର କାରଣ ହେଉଛି ଶୋଇଥିବା ସମୟରେ ଶରୀର ଗନ୍ଧ ଜାଣିପାରେ ନାହିଁ ।

ଅଧିକ ସମୟ ଶୋଉଥିବା ମଣିଷର ବୟସ କେହି କହିପାରିବେ ନାହିଁ । ଶୋଇବା ସମୟରେ ଶରୀରର ତାପମାତ୍ରା ଓ ବ୍ଲଡପ୍ରେସର କମ ଥାଏ ଓ ହୃଦୟ ଆରାମ କରେ । ଏହା ଦ୍ଵାରା ଶରୀର ରିଚାର୍ଜ ହୋଇଥାଏ । ଆପଣଙ୍କ ଟିସୁ ରିପେୟାର ହୁଏ ଓ ନୂଆ ସେଲ ମଧ୍ୟ ତିଆରି ହୋଇଥାଏ । ଏହା ଦ୍ଵାରା ତ୍ଵଚ୍ଚା ମଧ୍ୟ ଭଲ ରହିଥାଏ । ଆଉ ଏକ କଥା ଶୋଇଥିବା ସମୟରେ ଆପଣ ନିଜକୁ ଦେଖିପାରିବେ, ଏହା କେବଳ ମେଡିଟେସନ ଦ୍ଵାରା ସମ୍ଭବ ହୋଇଥାଏ ।