ଯଦି ଆପଣଙ୍କ ସ୍ଵପ୍ନରେ ଦେଖାଯାଏ ଏହି ଚାରୋଟି ଜିନିଷ ତେବେ ଜାଣିନିଅନ୍ତୁ କି ଆପଣଙ୍କର ଭଲ ସମୟ ଆରମ୍ଭ ହେବାକୁ ଯାଉଛି

ରାତିରେ ସ୍ଵପ୍ନ ସମସ୍ତେ ଦେଖନ୍ତି । ସ୍ଵପ୍ନ ଦୁଇ ପ୍ରକାରର ହୋଇଥାଏ ପ୍ରଥମଟି ହେଲା ଯାହା ଆମେ ଖୋଲା ଆଖିରେ ଦେଖିଥାଉ ଓ ଦ୍ଵିତୀୟଟି ଯାହା ଆମେ ବନ୍ଦ ଆଖରେ ଦେଖିଥାଉ । ଆପଣ ଦିନରେ ଶୁଅନ୍ତୁ ବା ରାତିରେ ଦିନ ସାରାର ପରିଶ୍ରମରୁ ଶାନ୍ତି ପାଇବା ପାଇଁ ମଣିଷ ଘରକୁ ଆସିଥାଏ ଓ ଖାଇକି ଶୋଇଥାଏ । ଏହା ପରେ ତାକୁ ବିଭିନ୍ନ ପ୍ରକାରର ସ୍ଵପ୍ନ ଦେଖା ଯାଇଥାଏ । କିନ୍ତୁ ସକାଳେ ଉଠିବା ପରେ ଆମେ ଦେଖିଥିବା ସ୍ଵପ୍ନକୁ ଭୁଲି ଯାଇଥାଉ । କିନ୍ତୁ ରାତିରେ ଓ ସକାଳେ ଦେଖିଥିବା ସ୍ଵପ୍ନ ଆପଣଙ୍କ ଜୀବନରେ ବହୁତ ପ୍ରଭାବ ପକାଇଥାଏ ।

ସ୍ଵପ୍ନରେ ଏମିତି କିଛି ଜିନିଷ ଅଛି ଯାହାକୁ ଦେଖିଲେ ଆପଣଙ୍କ ଆସୁଥିବା ସମୟ ବହୁତ ଭଲ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହି ସବୁ ସ୍ଵପ୍ନ ବିଷୟରେ ।

ଶଙ୍ଖର ଶବ୍ଦ ଶୁଣାଯିବା

ପ୍ରାୟ ଲୋକମାନେ ତାଙ୍କ ସ୍ଵପ୍ନରେ ମନ୍ଦିର ବା ଦେବା ଦେବୀଙ୍କର ଦର୍ଶନ କରିଥାନ୍ତି । ଯଦି ଆପଣଙ୍କ ସ୍ଵପ୍ନରେ ଆପଣଙ୍କୁ ଶଙ୍ଖର ଧ୍ୱନି ଶୁଣାଯାଉଛି ତେବେ ଭାବି ନିଅନ୍ତୁ ଆପଣଙ୍କ ଘରେ ମା’ ଲକ୍ଷ୍ମୀଙ୍କ ବାସ ହେବାକୁ ଯାଉଛି ।

ମୂଷା ଦେଖାଯିବା

ସ୍ଵପ୍ନରେ ଯଦି କୌଣସି ପ୍ରାଣୀ ଦେଖାଯାଇଥାଏ ତେବେ ଆମେ ଡରି ଯାଇଥାଉ । କିନ୍ତୁ ଯଦି ଆପଣଙ୍କ ସ୍ଵପ୍ନରେ ମୂଷା ଦେଖାଯାଏ, ତେବେ ଏହା ଏକ ଶୁଭ ସଙ୍କେତ ଥାଏ ଓ ଆପଣ ବହୁତ ଶୀଘ୍ର ଧନବାନ ହେବାକୁ ଯାଉଛନ୍ତି ।

ବିବାହିତ ମହିଳାକୁ ଦେଖିବା

ଯଦି ଆପଣ ସ୍ଵପ୍ନରେ ଏମିତି ଏକ ମହିଳାକୁ ଦେଖୁଛନ୍ତି ଯିଏ ଲାଲ ଶାଢୀ ପିନ୍ଧିଛି ଓ ତା’ର ମଥାରେ ସିନ୍ଦୁର ଅଛି ତେବେ ଜାଣିବେ ଆପଣଙ୍କୁ ମା’ ଲକ୍ଷ୍ମୀ ଦର୍ଶନ ଦେଇଛନ୍ତି । ଏହା ଦ୍ଵାରା ଆପଣଙ୍କ ଜୀବନରେ ଖୁବ ଶୀଘ୍ର ଧନର ବର୍ଷା ହେବ ।

ଗାଈର ଦର୍ଶନ

ସ୍ଵପ୍ନରେ ଯଦି ଆପଣ ଗାଈର ଦର୍ଶନ କରନ୍ତି ତେବେ ଏହା ବହୁତ ଶୁଭ ହୋଇଥାଏ । ଗାଈର ଦର୍ଶନ କରିବା ମାନେ ସାକ୍ଷାତ ଲକ୍ଷ୍ମୀଙ୍କର ଆଗମନ ଆପଣଙ୍କ ଜୀବନରେ ହେବାକୁ ଯାଉଛି । ଆପଣଙ୍କ ଘରେ ଧନର ବର୍ଷା ହୋଇପାରେ । ଗାଈ ମଧ୍ୟରେ ୩୬ କୋଟି ଦେବୀ ଦେବତା ବାସ କରନ୍ତି । ଗାଈର ପୂଜା ମଧ୍ୟ କରାଯାଇଥାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।