ସାଢେ ସାତୀ ୨୦୨୦ : ଜାଣନ୍ତୁ ସାଢେସାତୀ ସମୟରେ କେଉଁ ଅଙ୍ଗ ଉପରେ ଶନିଙ୍କର ପଡିଥାଏ ସବୁଠୁ ଅଧିକ ପ୍ରଭାବ

ଜାତକରେ ସାଢେ ସାତୀ ଆସିବା ପରେ ବ୍ୟକ୍ତିର ଶରୀରକୁ କଷ୍ଟ ପହଞ୍ଚିଥାଏ ଓ ଜାତକକୁ ସମୟ ସମୟରେ ଆଘାତ ଲାଗିଥାଏ । ଜାତକରେ ସାଢେସାତୀ ଆସିବାର ମାନେ ଆପଣଙ୍କୁ ସାଢେ ସାତ ବର୍ଷ ପର୍ଯ୍ୟନ୍ତ ଶନିଙ୍କ ପ୍ରକୋପର ସାମ୍ନା କରିବାକୁ ପଡିବ । ଏହି ସାଢେ ସାତ ବର୍ଷ ଶନି ବ୍ୟକ୍ତିର ଶରୀରର ଭିନ୍ନ ଭିନ୍ନ ଅଂଶରେ ରହିଥାଏ । ଏହା ଜରୁରୀ ନୁହେଁ କି ସାଢେ ସାତ ବର୍ଷ ପର୍ଯ୍ୟନ୍ତ ଶନି ଜାତକକୁ କେବଳ ଦୁଃଖ ହିଁ ଦେବ ବେଳେ ବେଳେ ଶନି ସାଢେସାତୀ ଶୁଭ ଫଳ ବି ଦେଇଥାଏ । ସାଢେସାତୀ ସମୟରେ ଏହି ଗ୍ରହ ବ୍ୟକ୍ତିର କେଉଁ ଅଙ୍ଗକୁ କେତେ ସମୟ ପର୍ଯ୍ୟନ୍ତ ପ୍ରଭାବିତ କରିଥାଏ, ଏହା ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

ଏହି ଅଂଶ ଗୁଡିକୁ ପ୍ରଭାବିତ କରିଥାଏ ଶନିଗ୍ରହ

ମସ୍ତିଷ୍କ, ମୁହଁ, ଆଖି, ହୃଦୟ, ହାତ, ଗୋଡ ଓ ମଳଦ୍ଵାର

କେଉଁ ଅଙ୍ଗକୁ କେତେ ଅବଧି ପର୍ଯ୍ୟନ୍ତ କରିଥାଏ ପ୍ରଭାବିତ –

ମସ୍ତିଷ୍କ

ଜାତକରେ ଶନିଙ୍କର ସାଢେସାତୀ ଆରମ୍ଭ ହେବା ମାତ୍ରେ ହିଁ ସର୍ବ ପ୍ରଥମେ ବ୍ୟକ୍ତିର ମସ୍ତିଷ୍କ ଉପରେ ଏହି ଗ୍ରହର ପ୍ରଭାବ ପଡିଥାଏ । ଜ୍ୟୋତିଷଙ୍କ ଅନୁସାରେ ଶନି ଆରମ୍ଭରୁ ୧୦ ମାସ ପର୍ଯ୍ୟନ୍ତ ମସ୍ତିଷ୍କକୁ ପ୍ରଭାବିତ କରିଥାଏ । କିନ୍ତୁ ଏହି ପ୍ରଭାବ ବହୁତ ଅଧିକ ଭୟାନକ ହୋଇ ନ ଥାଏ ।

ମୁହଁ

୧୦ ମାସ ପରେ ଶନି ଗ୍ରହ ମୁହଁକୁ ପ୍ରଭାବିତ କରିଥାଏ ଓ ୩ ମାସ ୧୦ ଦିନ ପର୍ଯ୍ୟନ୍ତ ବ୍ୟକ୍ତିର ମୁହଁ ସମ୍ବନ୍ଧିତ ସମସ୍ୟା ରହିଥାଏ । ଜ୍ୟୋତିଷଙ୍କ ଅନୁସାରେ ଶନି ମୁହଁ ଉପରେ ଖରାପ ପ୍ରଭାବ ପକାଇ ଥାଏ ।

ଆଖି

ମୁହଁ ଉପରେ ପ୍ରଭାବ ପକାଇବା ପରେ ଶନିର ପ୍ରଭାବ ଡାହାଣ ଆଖି ଉପରେ ପଡିଥାଏ ଓ ଏହି ପ୍ରଭାବ ଭଲ ହୋଇଥାଏ । ଏହା ପରେ ବାମ ଆଖି ଉପରେ ପ୍ରଭାବ ପକାଇଥାଏ । ଶନି ୩ ମାସ ୧୦ ଦିନ ଡାହାଣ ଆଖି ଓ ଏହା ପରେ ବାମ ଆଖି ଉପରେ ପ୍ରଭାବ ପକାଇ ଥାଏ । ଏହି ପ୍ରଭାବ ଶୁଭ ହୋଇଥାଏ ।

ବାହୁ

ଆଖି ପରେ ଶନି ଗ୍ରହର ପ୍ରଭାବ ଡାହାଣ ବାହୁ ଉପରେ ପଡିଥାଏ ଓ ଏହା ୧ ବର୍ଷ ୧ ମାସ ୧୦ ଦିନ ପର୍ଯ୍ୟନ୍ତ ରହିଥାଏ । ଡାହାଣ ବାହୁ ପରେ ଏହାର ପ୍ରଭାବ ବାମ ବାହୁ ଉପରେ ପଡିଥାଏ । ସମୟ ସମାନ ଅଟେ ।

ହାର୍ଟ

୨ ବର୍ଷ ୨ ମାସ ୨୦ ଦିନ ପର୍ଯ୍ୟନ୍ତ ବାହୁକୁ ପ୍ରଭାବିତ କରିବା ପରେ ଶନି ହାର୍ଟ ଉପରେ ପ୍ରଭାବ ପକାଇ ଥାଏ ଓ ଏହି ପ୍ରଭାବ ଶୁଭ ହୋଇଥାଏ । ହାର୍ଟ ଉପରେ ଏହାର ପ୍ରଭାବ ୧ ବର୍ଷ ୪ ମାସ ୨୦ ଦିନ ପର୍ଯ୍ୟନ୍ତ ରହିଥାଏ ।

ଗୋଡ

ହାର୍ଟ ପରେ ଶନି ଡାହାଣ ଗୋଡ ଉପରେ ୧୦ ମାସ ପର୍ଯ୍ୟନ୍ତ ପ୍ରଭାବ ପକାଇଥାଏ  ଓ ଏହି ସମୟରେ ବ୍ୟକ୍ତିକୁ ବହୁତ ଯାତ୍ରା କରିବାକୁ ପଡିଥାଏ । ୧୦ ମାସ ପରେ ପୁଣି ୧୦ ମାସ ପର୍ଯ୍ୟନ୍ତ ବାମ ଗୋଡ ଉପରେ ପ୍ରଭାବ ପକାଇଥାଏ । ଏହି ସମୟରେ ବ୍ୟକ୍ତିକୁ ବହୁତ ସଂଘର୍ଷ କରିବାକୁ ପଡିଥାଏ ।

ମଳଦ୍ଵାର

ସାଢେସାତୀ ର ଅନ୍ତିମ ୬ ମାସ ୨୦ ଦିନ ଶନି ମଳଦ୍ଵାର କୁ ପ୍ରଭାବିତ କରିଥାଏ ଓ ଏହି ସମୟରେ ବ୍ୟକ୍ତିକୁ ମାନସିକ ଚିନ୍ତା ଓ କଷ୍ଟର ସାମ୍ନା କରିବାକୁ ପଡିଥାଏ ।

କରନ୍ତୁ ଏହି ଉପାୟ

ସାଢେସାତୀ ଆରମ୍ଭ ହେଲେ ଆପଣ ଶନିବାର ଦିନ ଶନିଦେବଙ୍କର ପୂଜା କରନ୍ତୁ ଓ ତାଙ୍କୁ କଳା ରାଶି, ସୋରିଷ ତେଲ ଅର୍ପଣ କରନ୍ତୁ । ଏହିଭଳି କରିବା ଦ୍ଵାରା ସାଢେ ସାତୀ ସମୟରେ ଶନି ଗ୍ରହର ପ୍ରକୋପ ଆପଣଙ୍କ ଉପରେ ଅଧିକ ପଡିବ ନାହିଁ ଓ ଆପଣଙ୍କ ଶରୀରକୁ ଅଧିକ କଷ୍ଟ ପହଞ୍ଚିବ ନାହିଁ ।