କେବଳ ଗୋଟିଏ ମାସ ବ୍ୟବହାର ଦ୍ଵାରା ଏହି ତେଲ କରିଥାଏ ଚମତ୍କାର, ବାଳ ଏତେ ଶୀଘ୍ର ବଢିବ କି ଆପଣ ନିଜେ କହିବେ କମାଲ

ଆଜିର ଦୁନିଆରେ ଝିଅ ହେଉ କି ପୁଅ ନିଜର ଦୁର୍ବଳ ବାଳ ପାଇଁ ବହୁତ ଚିନ୍ତିତ ଅଟନ୍ତି । ଖାସ କରି ଝିଅମାନେ ବାଳ ପାଇଁ ଅଧିକ ଚିନ୍ତାରେ ରୁହନ୍ତି । ଯେଉଁ ଝିଅ ମାନଙ୍କର ବାଳ ଛୋଟ ଓ ପତଳା ଥାଏ ସେମାନେ ତାଙ୍କର ବାଳକୁ ମଝବୁତ ଓ ଲମ୍ବା କରିବା ପାଇଁ ବହୁତ ଚେଷ୍ଟା କରିଥାନ୍ତି ହେଲେ ତାଙ୍କର କୌଣସି ଚେଷ୍ଟା ସଫଳ ହୁଏ ନାହିଁ । କିଛି ଝିଅଙ୍କର ବାଳର ଗ୍ରୋଥ୍ ମଧ୍ୟ ହୋଇନଥାଏ । ଏହା ଛଡା ଖାଦ୍ଯରେ ଅବହେଳା ଓ ଭୁଲ ଟ୍ରିଟମେଣ୍ଟ କରିବା ଯୋଗୁ ମଧ୍ୟ ବାଳ ଦୁର୍ବଳ ହୋଇଥାଏ ।

ପତଳା ଓ ଛୋଟ ବାଳରେ କିଛି ବି ହେୟାର ଷ୍ଟାଇଲ୍ ଭଲ ଲାଗେ ନାହିଁ ।ସେଥିପାଇଁ ଝିଅମାନେ ମାର୍କେଟରୁ ବିଭିନ୍ନ ସାମ୍ପୋ ଓ ତେଲ ଆଣି ବ୍ୟବହାର କରିଥାନ୍ତି, ହେଲେ ସେଥିରେ ବିଭିନ୍ନ ପ୍ରକାରର କେମିକାଲ ମିଶିଥାଏ, ଯାହାଫଳରେ ବାଳ ଅତ୍ୟଧିକ ଦୁର୍ବଳ ହୋଇ ଯାଇଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ତେଲ ବିଷୟରେ କହିବୁ ଯାହାଦ୍ୱାରା ଆପଣ ମଝବୁତ ଓ ଲମ୍ବା ବାଳ ପାଇପାରିବେ ।

ଆଜି ଆମେ ଆପଣଙ୍କୁ ଏମିତି ଏକ ଉପାୟ କହିବୁ ଯାହାକୁ ଆପଣ ଘରେ ବସି କରି ପାରିବେ । ପ୍ରଥମେ ଆପଣ ଫ୍ରେସ୍ ଲିମ୍ବପତ୍ର ଆଣି ପାଣିରେ ଧୋଇ ଦିଅନ୍ତୁ । ଏହା ପରେ ଏହାକୁ ଭଲ ଭାବରେ ପେଶି ପେଷ୍ଟ ତିଆରି କରନ୍ତୁ । ଗୋଟିଏ ବାଉଲ୍ ରେ ଗୋଟିଏ କପ୍ ନଡିଆ ତେଲ ପକାନ୍ତୁ ଓ ତାହାକୁ ଗରମ ପାଣିରେ ରଖନ୍ତୁ ।

ଯେତେବେଳେ ନଡିଆ ତେଲ ତରଳି ଯିବ ସେଥିରେ ୪-୫ ଚାମଚ ଲିମ୍ବ ପତ୍ର ପେଷ୍ଟ ମିଶାଇ ଦିଅନ୍ତୁ, ଏହାକୁ ଆପଣ ୧୦ ରୁ ୧୫ ମିନିଟ ପର୍ଯ୍ୟନ୍ତ ଆଞ୍ଚ ଉପରେ ରଖନ୍ତୁ, ଯେତେବେଳ ଯାଏଁ ଏହି ମିଶ୍ରଣର ରଙ୍ଗ ହାଲ୍କା ସବୁଜ ନ ହୋଇଛି । କିଛି ସମୟ ପରେ ତେଲ ଓ ପେଷ୍ଟକୁ ଛଣା ସାହାର୍ଯ୍ୟରେ ଅଲଗା କରିଦିଅନ୍ତୁ ଓ ତେଲକୁ କିଛି ସମୟ ପାଇଁ ଥଣ୍ଡା ହେବାପାଇଁ ଛାଡି ଦିଅନ୍ତୁ । ଏହା ପରେ ଏହି ତେଲକୁ କାଚ ବୋତଲରେ ରଖିଦିଅନ୍ତୁ । ଏହି ତେଲକୁ ଆପଣ ୭ ରୁ ୮ ମାସ ପର୍ଯ୍ୟନ୍ତ ରଖିପାରିବେ ।

ଆପଣ ବାଳ ଧୋଇବାର ଏକ ଘଣ୍ଟା ପୂର୍ବରୁ ଏହି ତେଲକୁ ଭଲ ଭାବରେ ବାଳରେ ମସାଜ୍ କରନ୍ତୁ । ଜାଣିପାରିବେ ଚୁତିରେ କେତେ ଫରକ ପଡିଛି । ଏହା ପରେ ସାମ୍ପୋ ଦ୍ଵାରା ବାଳକୁ ଧୋଇ ନିଅନ୍ତୁ । ଆରମ୍ଭରୁ ଆପଣ ଏହାକୁ ନିୟମିତ ରୂପରେ ବ୍ୟବହାର କରିପାରିବେ କିନ୍ତୁ ଦୁଇ ମାସ ପରେ ଆପଣ ଚାହିଁଲେ ସପ୍ତାହକୁ ଦୁଇ ଥର ଏହାର ବ୍ୟବହାର କରି ପାରିବେ ।