ଏହି ଚିହ୍ନ କହିବ ଆପଣଙ୍କ ଜୀବନର ସମସ୍ୟା ଓ ତାହାର ସମଧାନ, ଜାଣିବା ପାଇଁ ଏଥି ମଧ୍ୟରୁ ବାଛନ୍ତୁ ଗୋଟିଏ ଚିହ୍ନ

ଗୋଟିଏ ମନୁଷ୍ୟ ନିଜ ଜୀବନରେ ଅନେକ ସମସ୍ୟାର ସାମ୍ନା କରିଥାଏ । କିଛି କଷ୍ଟ ଏମିତି ହୋଇଥାଏ କି ତାହା ଅଳ୍ପ ସମୟ ପାଇଁ ହୋଇଥାଏ ଓ ଆସନ୍ତା ଦିନରେ ଠିକ ହୋଇଯାଏ । କିନ୍ତୁ କିଛି କଷ୍ଟ ଏମିତି ହୋଇଥାଏ ଯାହା ବର୍ଷ ବର୍ଷ ଧରି ଆପଣଙ୍କ ପଛରେ ପଡିଥାଏ । ଏହି ଆଧାରରେ ଆଜି ଆମେ ଆପଣଙ୍କୁ କିଛି ଚିହ୍ନ ବିଷୟରେ କହିବାକୁ ଯାଉଛୁ ଯାହା ମଧ୍ୟରୁ ଆପଣଙ୍କୁ ଗୋଟିଏ ଚିହ୍ନ ବାଛିବାର ଅଛି ଯାହା ଦ୍ଵାରା ଆପଣ ବର୍ତ୍ତମାନ ଓ ଭବିଷ୍ୟତ ବିଷୟରେ କିଛି ଖାସ କଥା ଜାଣି ପାରିବେ ।

ସିଂହ

ପ୍ରଥମ ଚିହ୍ନ ସିଂହର ଅଟେ । ଯାହା ଶକ୍ତିର ପ୍ରତୀକ ଅଟେ । ବୈଦିକ ଜ୍ୟୋତିଷରେ ଏହାର ତୁଳନା ସୂର୍ଯ୍ୟ ସହିତ କରାଯାଇଛି । ଯଦି ଆପଣ ସିଂହର ଏହି ଚିହ୍ନକୁ ବାଛିଛନ୍ତି ତେବେ ଆପଣଙ୍କୁ ଭବିଷ୍ୟତ ଓ ବର୍ତ୍ତମାନରେ ଏହି କଥା ଗୁଡିକ ପ୍ରତି ଧ୍ୟାନ ଦେବାକୁ ପଡିବ । ଭବିଷ୍ୟତରେ ଆପଣଙ୍କୁ ନିଜର ଭାଗ୍ୟ ସହିତ ଅଳ୍ପ ବୁଝାମଣା କରିବାକୁ ପଡି ପାରେ । ଏହା ଛଡା ଆପଣ ଯେଉଁ ରାସ୍ତାରେ ଯାଉଛନ୍ତି ତାହା ବିଷୟରେ ବି ଏହି ଚିହ୍ନ ବହୁତ କିଛି କହିଥାଏ ।

ଏହାର ଅର୍ଥ ହେଲା ଆପଣ ଯେଉଁ ରାସ୍ତାରେ ଯେଉଁ ଚିନ୍ତାଧାରା ସହ ଯାଉଛନ୍ତି, ସେଥିରେ ସୁଧାର ଆଣିବା ଦରକାର । ଏହା ବି ହୋଇପାରେ କି ଆପଣ ଯେଉଁ ରାସ୍ତାରେ ଯାଉଛନ୍ତି ସେହି ରାସ୍ତା ପୁରା ଭୁଲ ହୋଇପାରେ, ଯେଉଁ କାରଣରୁ ଭବିଷ୍ୟତରେ ଆପଣ କୌଣସି ସଙ୍କଟରେ ପଡି ପାରନ୍ତି । ସେଥିପାଇଁ ସମୟ ସହିତ ଆପଣ ସୁଧୁରି ଯାଆନ୍ତୁ ଓ ନିଜ ଉପରେ ବିଶ୍ଵାସ ରଖନ୍ତୁ ।

ସମୟ ଘଡି

କହିଦେଉଛୁ କି ଘଡିକୁ ବଦଳୁଥିବା ସମୟର ପ୍ରତୀକ ବୋଲି କୁହାଯାଇଛି । ଏହି ଘଡିର ବ୍ୟବହାର ବର୍ତ୍ତମାନ ସମୟରେ ହେଉ ନାହିଁ କିନ୍ତୁ ପୂର୍ବେ ହେଉଥିଲା । ଏହି ଚିହ୍ନ ଆପଣଙ୍କର ମାନସିକ ସ୍ଥିତି ବିଷୟରେ କହିଥାଏ । ଯଦି ଆପଣ ଏହି ଚିହ୍ନକୁ ବାଛିଛନ୍ତି ତେବେ ଏହାର ଅର୍ଥ ଆପଣ ଅତୀତର କୌଣସି କଡା ସତକୁ ଭୁଲି ଆଗକୁ ବଢିବାକୁ ଚାହୁଁଛନ୍ତି କିନ୍ତୁ ତାହା କରି ପାରୁ ନାହାଁନ୍ତି ।

କିନ୍ତୁ ଆପଣଙ୍କୁ କହିଦେଉଛୁ କି ଭଲ ଓ ଖରାପ ଜିନିଷ ସବୁଦିନ ପାଇଁ ଆପଣଙ୍କ ସହିତ ରହି ନ ଥାଏ ସେଥିପାଇଁ ନିଜର ଅତୀତକୁ ପୂରାପୂରି ଭୁଲି ବର୍ତ୍ତମାନରେ ବଞ୍ଚିବା ଓ ତାକୁ ଆପଣାଇବାକୁ ଚେଷ୍ଟା କରନ୍ତୁ । ଏହା ଆପଣଙ୍କର ଖୁସିର ମନ୍ତ୍ର ଅଟେ ।

ଚନ୍ଦ୍ରମା

କହିଦେଉଛୁ କି ଚନ୍ଦ୍ରମା ର ସମ୍ବନ୍ଧ ଭାବନା ସହିତ ବହୁତ ଘନିଷ୍ଠ ବୋଲି କୁହାଯାଇଛି । ଯଦି ଆପଣ ଏହି ଚିହ୍ନକୁ ବାଛିଛନ୍ତି ତେବେ ଏହା ଆପଣଙ୍କର ରହସ୍ୟମୟୀ ବ୍ୟବହାର ଆଡକୁ ସଂକେତ କରୁଛି । ଯଦି ଆପଣ ଏହି ଚିହ୍ନକୁ ବାଛିଛନ୍ତି ତେବେ ଏହାର ଅର୍ଥ ଆପଣ ନିଜ ମଧ୍ୟରେ କୌଣସି ନା କୌଣସି କଥା ପାଇଁ ଚିନ୍ତିତ ଅଛନ୍ତି । ସେଥିପାଇଁ ସବୁଠୁ ଅଧିକ ଆବଶ୍ୟକ ଏହା ଅଟେ କି ଆପଣ ନିଜ ମନର କଥାକୁ କାହା ସହିତ ଶେୟାର କରନ୍ତୁ । ଏହା ଦ୍ଵାରା ଆପଣଙ୍କ ମନ ଶାନ୍ତ ହୋଇଯିବ ।