ଚିନ୍ ବିଜ୍ଞାନ ଓ କାରିଗରୀ କ୍ଷେତ୍ରରେ ଆମେରିକା, ରୁଷ ଓ ଜାପାନ ପରି ବିକଶିତ ଦେଶ ସହ ଲଗାତାର ଟକ୍କର ଦେଉଛି । ଏହି ଦିଗରେ ସେ ଆଉ ଗୋଟିଏ ବଡ ପଦକ୍ଷେପ ନେଇଛି । ଖବର ଆସୁଛି କି ଚିନ୍ ଏକ କୃତ୍ରିମ ସୂର୍ଯ୍ୟ ତିଆରି କରିଛି । ଏହି କୃତ୍ରିମ ସୂର୍ଯ୍ୟ ଅସଲି ସୂର୍ଯ୍ୟ ପରି ଶୁଦ୍ଧ ଊର୍ଜା ଦେବ । ଏହାକୁ ନ୍ୟୁକ୍ଲିୟର ଫ୍ୟୁଜନ ଦ୍ଵାରା ନିୟନ୍ତ୍ରଣ କରାଯାଇପାରିବ । ଚିନ ର ବୈଜ୍ଞାନିକ ଏହି ପ୍ରୋଜେକ୍ଟ କୁ ୨୦୨୦ ମଧ୍ୟରେ ଶେଷ କରିଦେବେ ।
ଚିନ୍ ର ସମାଚାର ଏଜେନ୍ସୀ ସିନ୍ହୁଆ ନ୍ୟୁଜ୍ ର ଏକ ରିପୋର୍ଟ ଅନୁସାରେ କୃତ୍ରିମ ସୂର୍ଯ୍ୟ HL 2M ୨୦୨୦ ରେ କାମ କରିବା ଆରମ୍ଭ କରିଦେବ ଓ ଆସନ୍ତା ଦିନରେ ଏହାର ଇଂଷ୍ଟାଲେସନ କାମ ଆରମ୍ଭ ହେବ ।
ଚିନ୍ ମତରେ କୃତ୍ରିମ ସୂର୍ଯ୍ୟ ନ୍ୟୁକ୍ଲିୟର ଫ୍ୟୁଜନ୍ ର ସାହାର୍ଯ୍ୟରେ ୧୦ ଗୁଣ ଅଧିକ ସ୍ଵଚ୍ଛ ଊର୍ଜା ଉତ୍ପନ୍ନ କରିବ । ଅର୍ଥାତ ଏହି କୃତ୍ରିମ ସୂର୍ଯ ୧୦ ଟି ସୂର୍ଯ୍ୟ ହିସାବରେ ଊର୍ଜା ଦେବ । ଏହା ଆରମ୍ଭ ହେଲେ ସୂର୍ଯ୍ୟ ତୁଳନାରେ ୧୨ ଗୁଣ ଅଧିକ ତାପମାନ ରେ ପହଞ୍ଚିବ । କୃତ୍ରିମ ସୂର୍ଯ୍ୟ ୨୦୦ ମିଲିୟନ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ପହଞ୍ଚିବ । ଏହି କୃତ୍ରିମ ସୂର୍ଯ୍ୟ ପୃଥିବୀ ପାଇଁ ଉପଯୋଗୀ ନା ଅନୁପଯୋଗୀ କିଛି ମାସ ପରେ ଜଣା ପଡିଯିବ ।