ଗୋଟେ ସେଲଫି ମାଧ୍ୟମରେ କେମିତି ମିଳିଲା ଟ୍ୟାକ୍ସିରେ ଭୁଲିଯାଇଥିବା ଜିନିଷ, ଆସନ୍ତୁ ଜାଣିବା

ଆଜିକାଲି ଯୁଗରେ ସେଲଫି ନେବା ଏକ ସାମାନ୍ୟ କଥା ହେଇଗଲାଣି । ସମସ୍ତେ ନିଜର ମୁହଁ ପାଖରେ ଫୋନ ରଖି ସେଲଫି ନେଉଥିବାର ନଜର ଆସୁଛନ୍ତି । ଏହି ସେଲଫି କିଛି କାମରେ ଆସିନଥାଏ କେବଳ ଏକ ସ୍ମୃତି ହୋଇ ରହିଯାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ କଥା କହିବୁ ଯେଉଁଠି ସେଲଫି ଜରିଆରେ ଏକ ଭୁଲିଯାଇଥିବା ଜିନିଷ ମିଳିଛି । ତେବେ ଆସନ୍ତୁ ଜାଣିବା ଏହି ପୁରା ଘଟଣା ବିଷୟରେ ।

ଏହି ଘଟଣାଟି ଉତ୍ତରପ୍ରଦେଶର ନୋଏଡା-ଗ୍ରେଟର ନୋଏଡା ଅଞ୍ଚଳର ଅଟେ । ମାନସ ନାମକ ଜଣେ ବ୍ୟକ୍ତି ନିଜ ସାଙ୍ଗ ସହ ଗ୍ରେଟର ନୋଏଡା ରୁ ନୋଏଡା ଆସୁଥିଲେ । ସେ ଆସୁଥିବା ସମୟରେ ଏକ ଟ୍ୟାକ୍ସି ବୁକ୍ କରିଥିଲେ । ଟ୍ୟାକ୍ସିର ଡିକିରେ ସେ ତାଙ୍କର ବ୍ୟାଗ ରଖିଥିଲେ ଯେଉଁଥିରେ କପଡା ଛଡା କିଛି ଦାମିକା ଜିନିଷ ଥିଲା । ଏହା ପରେ ଟ୍ୟାକ୍ସିରେ ଗୀତ ଶୁଣି ଦୁଇ ଜଣ ନୋଏଡା ଯାଇଥିଲେ ।

ସେ ନିଜ ଗନ୍ତବ୍ୟ ସ୍ଥାନରେ ପହଞ୍ଚି ଟ୍ୟାକ୍ସିରୁ ଓଲ୍ହାଇ ଯାଇଥିଲେ । ପାଖା ପାଖି ଅଧ ଘଣ୍ଟା ପରେ ତାଙ୍କର ମନେ ପଡିଲା କି ସେ ତାଙ୍କର ବ୍ୟାଗ ଟ୍ୟାକ୍ସିର ଡିକିରେ ଛାଡିଦେଇଛନ୍ତି । ଏହା ପରେ ସେମାନେ ଚିନ୍ତାରେ ପଡିଯାଇଥିଲେ । ମାନସ କୌଣସି ଆପ୍ ରେ ଟ୍ୟାକ୍ସି ବୁକ କରିନଥିଲେ । ସେଥିପାଇଁ ସେମାନଙ୍କ ପାଖରେ କାର ଓ ଡ୍ରାଇଭରର କୌଣସି ତଥ୍ୟ ନଥିଲା । ଏହା ପରେ ଯାହା ହେଲା ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଏହି ପୁରା ମାମଲାରେ ସେଲଫି ତାଙ୍କୁ ସାହାର୍ଯ୍ୟ କରିଥିଲା । ଟ୍ୟାକ୍ସିରେ ଯାଉଥିବା ସମୟରେ ସେମାନେ ଏକ ସେଲଫି ନେଇଥିଲେ । ଯେଉଁଥିରେ ଗାଡିର ଡୋରର ସେହି ଅଂଶ ଫଟୋରେ ରହିଯାଇଥିଲା, ଯେଉଁଥିରୁ ଗାଡିର ନମ୍ବର ସହ ସମସ୍ତ ତଥ୍ୟ ଜଣା ପଡିଥିଲା । ସେଲଫିକୁ ଜୁମ କରି ସେମାନେ ଗାଡି ବିଷୟରେ ଜାଣିପାରିଲେ । ଯାହାଫଳରେ ସେମାନେ ଟ୍ୟାକ୍ସି ମାଲିକ ସହ ସମ୍ପର୍କ କରି ନିଜର ବ୍ୟାଗ ପାଇପାରିଲେ ।