ଦିବ୍ୟାଙ୍ଗ ଅଟନ୍ତି କିନ୍ତୁ ବେଚାରୀ କି ମଜବୁର ନୁହନ୍ତି, ଭଲ ପେଣ୍ଟର, ସୁରିଲି ସିଙ୍ଗର ଓ ଭଲ ଭାୟୋଲିନ ବାଦକ ଅଟନ୍ତି ନୁର, ଆସନ୍ତୁ ଜାଣିବା ତାଙ୍କ ବିଷୟରେ

ଆଜି ଆମେ ଆପଣଙ୍କୁ କେରଳର କୋଝିକୋଡରେ ରହୁଥିବା ୧୭ ବର୍ଷୀୟ ନୁର ବିଷୟରେ କହିବୁ, ଯିଏକି ଏକ ଦିବ୍ୟାଙ୍ଗ ଝିଅ ଅଟେ । ଜନ୍ମରୁ ହିଁ ତାଙ୍କର ହାତ ବାହୁରୁ ଆଗକୁ ଓ ଗୋଡ ଆଣ୍ଠୁରୁ ତଳକୁ ବିକଶିତ ହେଲା ନାହିଁ । ଆପଣମାନେ ତାଙ୍କୁ ଦେଖି ଦୁଃଖ ପ୍ରକାଶ କରୁଥିବେ ଓ ଚିନ୍ତା କରୁଥିବେ କି ବିଚାରି ଝିଅଟି । କିନ୍ତୁ ଏହା ବିଲକୁଲ ବି ନୁହେଁ । ନୁର ନିଜକୁ ନା ହିଁ ମଜବୁର ମାନନ୍ତି ଓ ନା ହିଁ ବିଚାରୀ ମାନନ୍ତି ।

ସେ ନିଜର ଜୀବନକୁ ପୁରା ଏନଜୟ କରୁଛନ୍ତି । କହିବାକୁ ଗଲେ ନୁରଙ୍କ ପାଇଁ କୌଣସି ବି କାମ ଅସମ୍ଭବ ନୁହେଁ । ନିଜ ଅବସ୍ଥାର ବାହାନା କରି ସେ ଗୋଟିଏ ଜାଗାରେ ଫାଲତୁରେ ବସି ରୁହନ୍ତି ନାହିଁ ।

ନୁରଙ୍କ ଭିତରେ ବହୁତ ପ୍ରତିଭା ଅଛି । ଯେମିତି କି ସେ ପେଣ୍ଟିଙ୍ଗ କରି ପାରିବେ, ଭାୟୋଲିନ ବଜାଇ ପାରିବେ, ଭଲ ଗୀତ ବି ଗାଇ ପାରିବେ ଓ ବିନା କାହା ସାହାର୍ଯ୍ୟରେ ନିଜର ସବୁଦିନର କାର୍ଯ୍ୟ ବି କରି ପାରିବେ । ନୁର ସବୁବେଳେ ଏନର୍ଜିରେ ଭରପୂର ରହିଥାନ୍ତି । ସେ ଜଣେ ଭଲ ସ୍ପିକର ବି ଅଟନ୍ତି । ସେ ଲୋକମାନଙ୍କୁ ମୋଟିବେଶନଲ ସ୍ପିଚ ବି ଦିଅନ୍ତି ।

ଏହା ଅତିରିକ୍ତ ସେ ‘ଡ୍ରୀମ ଅଫ ଅସ’ ନାମକ ଏକ ଏନଜିଓ ର ଅଂଶ ବି ଅଟନ୍ତି । ଏହି ଏନଜିଓ ଦିବ୍ୟାଙ୍ଗ ପିଲାମାନଙ୍କ ପାଇଁ କାମ କରିଥାଏ । ନୁରଙ୍କର ସ୍ଵପ୍ନ ଅଛି କି ସେ ବଡ ହୋଇ ଇଂଗ୍ଲିଶ ପ୍ରଫେସର କିମ୍ବା ଆଈଏଏସ ଅଫିସର ହେବେ ।

ଭାୟୋଲିନ ବଜାଇବା ସେ ସ୍କୁଲରେ ୭ମ କ୍ଳାସରୁ ଶିଖିଲେ । ଯେତେବେଳେ କି ପେଣ୍ଟିଙ୍ଗ କରିବା ପଛରେ ଏକ ବଡ କାହାଣୀ ଅଛି । କହିବାକୁ ଗଲେ ଦିନେ ନୁରଙ୍କର ଭଉଣୀ ଆୟଶା ଘରେ ଏକ ରେକର୍ଡ ବହି ଭୁଲି ଯାଇଥିଲେ । ଏମିତିରେ ନୁର ତାହାକୁ କଲର ବହି ଭାବି ସେଥିରେ ରଙ୍ଗ ଭରିବାକୁ ଲାଗିଲେ । ଏହାକୁ ଦେଖିବା ପରେ ପିତା ମାତା ତାଙ୍କୁ ଗାଳି କରିଲେ ନାହିଁ ବରଂ ନୁରକୁ ଏକ ସ୍କେଚ ବହି ଓ କିଛି କଲର ଆଣିଦେଲେ ।

ଏହା ପରେ ନୁର ସବୁଦିନ କଲର ଓ ପେଣ୍ଟିଙ୍ଗ କରିବାର ଅଭ୍ୟାସ କରିବାକୁ ଲାଗିଲେ ଓ ଆଜି ସେ ଏକ ଭଲ ପେଣ୍ଟର ହୋଇ ଯାଇଛନ୍ତି । ତାଙ୍କ ଦ୍ଵାରା ପ୍ରସ୍ତୁତ କିଛି ପେଣ୍ଟିଙ୍ଗସ ଆର୍ଟ ଏଗ୍ଜିବିଶନରେ ବି ଲାଗିସାରିଛି । କହିବାକୁ ଗଲେ ନୁର ଆମ ସମସ୍ତଙ୍କ ପାଇଁ ଓ ଦିବ୍ୟାଙ୍ଗମାନଙ୍କ ପାଇଁ ଏକ ପ୍ରେରଣା ଅଟନ୍ତି ।

ଆଶାକରୁଛୁ ନୁରଙ୍କର ଏହି ସବୁ କାମ ଆପଣଙ୍କୁ ନିଶ୍ଚିତ ପ୍ରେରିତ କରିବ । ତାଙ୍କ ପାଇଁ ଗୋଟେ ସେଆର କରନ୍ତୁ । ଆଗକୁ ଏମିତି ଅନେକ ପ୍ରେରଣାଦାୟକ ଲେଖାଗୁଡିକ ପାଇଁ ଓଡିଆ ଫାଷ୍ଟ ପେଜକୁ ଏବେହିଁ ଲାଇକ କରନ୍ତୁ । ଧନ୍ୟବାଦ ।