ଜୀବନରେ ସଫଳତା ପାଇବା ପାଇଁ ନିଶ୍ଚୟ ଆପଣାନ୍ତୁ ଦେବଗୁରୁ ବୃହସ୍ପତିଙ୍କର ଏହି ତିନୋଟି ନୀତି

ଗୁରୁ ବୃହସ୍ପତି ମହର୍ଷି ଅଂଗିରାଙ୍କର ପୁତ୍ର ଥିଲେ ଓ ଗୁରୁ ବୃହସ୍ପତି ସମସ୍ତ ସମସ୍ୟାର ସମଧାନ ବି କରି ଦେଉଥିଲେ । ଏମିତି କୁହାଯାଏ କି ଯେତେବେଳେ ଦେବରାଜ ଇନ୍ଦ୍ରଙ୍କ ଠାରୁ ତାଙ୍କର ରାଜ୍ୟ ଅସୁରମାନେ ନେଇ ଯାଇଥିଲେ ତେବେ ସେ ଗୁରୁ ବୃହସ୍ପତିଙ୍କ ପାଖକୁ ଆସି ସାହାର୍ଯ୍ୟ ମାଗିଥିଲେ ଓ ଗୁରୁ ବୃହସ୍ପତି ବି ତାଙ୍କୁ ସାହାର୍ଯ୍ୟ କରିଥିଲେ । ଗୁରୁ ବୃହସ୍ପତି ବହୁତ ହିଁ ବୁଦ୍ଧିମାନ ଥିଲେ । ଜୀବନରେ ଯଦି କୌଣସି ବି ଅସୁବିଧା ଆସୁଥିଲା

ତେବେ ଦେବତାମାନେ ବି ଗୁରୁ ବୃହସ୍ପତିଙ୍କର ସାହାର୍ଯ୍ୟ ନେଉଥିଲେ । ଏମିତିରେ ଗୁରୁ ବୃହସ୍ପତି ଜୀବନରେ ସଫଳ ହେବା ପାଇଁ ବିଭିନ୍ନ ନୀତି ବିଷୟରେ କହିଛନ୍ତି । ଯଦି ଏହି ନିୟମକୁ ମନୁଷ୍ୟ ନିଜ ଜୀବନରେ ପାଳନ କରେ ତେବେ ତାକୁ ନିଶ୍ଚିତ ରୂପରେ ସଫଳତା ମିଳିବ ।

ଗୁରୁ ବୃହସ୍ପତି ଶ୍ଳୋକ ଜରିଆରେ ତିନୋଟି ମହତ୍ୱପୂର୍ଣ ନୀତି ବିଷୟରେ କହିଛନ୍ତି ଓ ଏହି ନୀତି ଗୁଡିକ ଏହି ପ୍ରକାରର ଅଟେ –

ଗୁରୁ ବୃହସ୍ପତିଙ୍କ ଦ୍ଵାରା କୁହାଯାଇଥିବା ପ୍ରଥମ ନୀତି

ଶ୍ଲୋକ: ସକୃଦୁଚ୍ଚରିତଂ ଯେନ ହରିରିତ୍ୟକ୍ଷରଦ୍ୱୟମ୍ । ବଦ୍ଧଃ ପରିକରସ୍ତେନ ମୋକ୍ଷାୟ ଗମନଂ ପ୍ରତି ।।

ଏହି ଶ୍ଲୋକର ଅର୍ଥ – ଯେଉଁ ମନୁଷ୍ୟ ଭଗବାନକୁ ସବୁବେଳେ ମନେ ପକାଇ ଥାଏ ତାକୁ ନିଜ ଜୀବନରେ ସଫଳତା ନିଶ୍ଚିତ ମିଳିଥାଏ । ଭଗବାନଙ୍କୁ ସ୍ମରଣ କରିବା ସବୁଠୁ ଉତ୍ତମ କାର୍ଯ୍ୟ ହୋଇଥାଏ ଓ ତାଙ୍କୁ ମୋକ୍ଷର ପ୍ରାପ୍ତି ବି ହୋଇଥାଏ ।

ଗୁରୁ ବୃହସ୍ପତିଙ୍କ ଦ୍ଵାରା କୁହାଯାଇଥିବା ଦ୍ଵିତୀୟ ନୀତି

ଶ୍ଲୋକ: ତ୍ୟଜ ଦୁର୍ଜନସଂସର୍ଗ ଭଜ ସାଧୁସମାଗମମ୍ । କୁରୁ ପୂଣ୍ୟମହୋରାତ୍ରଂ ସ୍ମର ନିତ୍ୟମନିତ୍ୟତାମ୍ ।।

ଏହି ଶ୍ଳୋକର ଅର୍ଥ – ମନୁଷ୍ୟକୁ କେବଳ ଭଲ ବନ୍ଧୁମାନଙ୍କ ସହିତ ହିଁ ବନ୍ଧୁତ୍ତ୍ଵ କରିବା ଉଚିତ । ଯେଉଁମାନଙ୍କର ଚିନ୍ତାଧାରା ଭଲ ହୋଇଥାଏ ସେହି ଲୋକମାନଙ୍କ ସହିତ ରହିବା ଦ୍ଵାରା ଆପଣଙ୍କର ଚିନ୍ତାଧାରା ବି ଭଲ ହୋଇଥାଏ । ଯେତେବେଳେ କି ଯେଉଁ ଲୋକମାନଙ୍କର ମନରେ ଖରାପ ଚିନ୍ତାଧାରା ଥାଏ ସେହି ଲୋକମାନଙ୍କ ସହିତ ରହିବା ଦ୍ଵାରା ଆପଣଙ୍କର ଚିନ୍ତାଧାର ବି ନିମ୍ନ ଧରଣର ହୋଇଯାଏ । ସେଥିପାଇଁ ଆପଣ ଜୀବନରେ ଦୁର୍ଜନ ବ୍ୟକ୍ତିଙ୍କ ଠାରୁ ଦୂରେଇ ରୁହନ୍ତୁ ଓ କେବଳ ବୁଦ୍ଧିମାନ ଓ ସଜ୍ଜନ ବ୍ୟକ୍ତିଙ୍କ ସହ ହିଁ ବନ୍ଧୁତା କରନ୍ତୁ ।

ଗୁରୁ ବୃହସ୍ପତିଙ୍କ ଦ୍ଵାରା କୁହାଯାଇଥିବା ତୃତୀୟ ନୀତି

ଶ୍ଲୋକ: ତୈସ୍ତଚ୍ଛରୀରମୁତ୍ସୃଷ୍ଟଂ ଧର୍ମ ଏକୋନୁଗଚ୍ଛତି । ତସ୍ତାଦ୍ଧର୍ମଃ ସହାୟଶ୍ଚ ସେବିତବ୍ୟ ସଦା ନୃଭିଃ ।।

ଏହି ଶ୍ଲୋକର ଅର୍ଥ : ଜୀବନରେ ସମସ୍ତ ଜିନିଷ ଆପଣଙ୍କ ସାଥ ଛାଡି ପାରିବ, କିନ୍ତୁ ଧର୍ମ କେବେ ବି ସାଥ ଛାଡେ ନାହିଁ । ସେଥିପାଇଁ ସମସ୍ତ ମନୁଷ୍ୟକୁ ନିଜର ଧର୍ମର ପାଳନ କରିବା ଉଚିତ । ଧର୍ମ ପାଳନ କରୁଥିବା ଲୋକମାନେ ପୂଣ୍ୟ ପ୍ରାପ୍ତି କରିଥାନ୍ତି ଓ ସେମାନଙ୍କୁ ଭଗବାନ ରକ୍ଷା କରିଥାନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।