ଆଚାର୍ଯ୍ୟ ଚାଣକ୍ୟ ଏକ ମହାନ ବିଦ୍ଵାନ ଥିଲେ । ସେ ଚାଣକ୍ୟ ନୀତିରେ କିଛି ଏମିତି କଥା କହିଛନ୍ତି ଯଦି ବ୍ୟକ୍ତି ସେହି କଥା ଗୁଡିକ ପାଳନ କରିବ ତେବେ ତାକୁ ସଫଳ ହେବାରୁ କେହି ବି ଅଟକାଇ ପାରିବ ନାହିଁ । ଏହା ଛଡା ଚାଣକ୍ୟ ନୀତିରେ ଚାଣକ୍ୟ ଏକ ଏମିତି ଜାଗା ବିଷୟରେ କହିଛନ୍ତି ଯେଉଁଠି ରହିଲେ ବ୍ୟକ୍ତି ବର୍ବାଦ ହୋଇଯାଏ । ଚାଣକ୍ୟଙ୍କ ଅନୁସାରେ ନିଜର ଉପଲବ୍ଧି ଓ ଉନ୍ନତି ପାଇଁ ସବୁବେଳେ ଭଗବାନଙ୍କୁ ଧନ୍ୟବାଦ ଦେବା ଉଚିତ । ଏମିତିରେ ଚାଣକ୍ୟ କିଛି ଏମିତି କଥା କହିଛନ୍ତି ଯାହାକୁ ମଣିଷକୁ ସବୁବେଳେ ମନେ ରଖିବା ଉଚିତ । ଏହି କଥା ଗୁଡିକ ମନେ ରଖିଲେ ହିଁ ସେ ଜୀବନରେ ସଫଳ ହୋଇ ପାରିବ ।
ଏହି ୨ ଟି କଥାକୁ ସବୁବେଳେ ମନେ ରଖିବା ଉଚିତ
ଅନ୍ୟ ବ୍ୟକ୍ତିଙ୍କ ସହ ନିଜର ତୁଳନା କରନ୍ତୁ ନାହିଁ
କିଛି ବ୍ୟକ୍ତି ନିଜର ତୁଳନା ଅନ୍ୟ ବ୍ୟକ୍ତିଙ୍କ ସହ କରିଥାନ୍ତି । ଏହି କାରଣରୁ ବିନା କୌଣସି କାରଣରେ ତାଙ୍କ ମନରେ ଈର୍ଷା ଜନ୍ମ ହୋଇଥାଏ । ଯେଉଁ ବ୍ୟକ୍ତି ନିଜେ ସଠିକ କାମ କରି ନ ଥାଏ ଓ ବିନା କାରଣରେ ଅନ୍ୟ ବ୍ୟକ୍ତିକୁ ଦେଖି ଈର୍ଷା କରିଥାଏ ସେମାନେ ଜୀବନରେ କେବେ ବି ସଫଳ ହୋଇ ପାରନ୍ତି ନାହିଁ । ମନେ ରଖନ୍ତୁ ସବୁବେଳେ ପ୍ରତିସ୍ପର୍ଧା କେବଳ ନିଜ ଉପରେ ହିଁ ରହିବା ଦରକାର ।
ରାଗ ଉପରେ କାବୁ ପାଇବା
କିଛି ଲୋକମାନେ ଛୋଟ ଛୋଟ କଥାରେ ରାଗି ଯାଆନ୍ତି । ଅଧିକ ରାଗିବା ଭଲ ହୋଇ ନ ଥାଏ କାରଣ ଯେତେବେଳ ବ୍ୟକ୍ତି ରାଗିଥାଏ ସେତେବେଳେ ତାହାର ମସ୍ତିସ୍କ ଠିକ ରୂପରେ କାମ କରିବା ବନ୍ଦ କରିଦିଏ । ରାଗିବା ଦ୍ଵାରା ଆପଣଙ୍କର ମସ୍ତିଷ୍କକୁ ହାନି ପହଞ୍ଚିଥାଏ । ଏହିଭଳି ବ୍ୟକ୍ତିମାନେ କେବେ ବି ଶାନ୍ତିରେ ରହି ପାରନ୍ତି ନାହିଁ । ସେଥିପାଇଁ ନିଜ ରାଗକୁ ନିୟନ୍ତ୍ରଣ କରୁଥିବା ବ୍ୟକ୍ତି ହିଁ ବୁଦ୍ଧିମାନ ହୋଇଥାଏ ।
ଏହି ଜାଗାଋ ଗୋଟିଏ ମିନିଟ ବି ରହିବା ଉଚିତ ନୁହେଁ
- ଚାଣକ୍ୟ ନୀତିରେ କୁହାଯାଇଛି କି ଯଦି ଆପଣଙ୍କ ଆଖପାଖରେ ଗଣ୍ଡଗୋଳ ଚାଲିଛି ତେବେ ସେହି ଜାଗାକୁ ତୁରନ୍ତ ଛାଡି ଦେବା ଉଚିତ ।
- ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି କି ଯଦି କୌଣସି ରାଜା ନିଜର ପୁରା ସେନା ସହ କୌଣସି ରାଜ୍ୟ ଉପରେ ଆକ୍ରମଣ କରୁଛନ୍ତି ତେବେ ନିଜର ପ୍ରାଣ ରକ୍ଷା ନିମନ୍ତେ ସେହି ଜାଗାରୁ ବାହାରି ଯିବା ଉଚିତ ଅଟେ ।
- ଏହା ଛଡା ଚାଣକ୍ୟ କହିଛନ୍ତି କି ଯଦି କୌଣସି ରାଜ୍ୟର ଜମି ଶୁଖି ଯାଉଛି ତେବେ ସେହି ଜାଗାକୁ ବି ତୁରନ୍ତ ଛାଡି ଦେବା ଉଚିତ ।
ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।