କ୍ରିକେଟ ଠାରୁ ନେଇ ବ୍ୟକ୍ତିଗତ ଜୀବନ ପର୍ଯ୍ୟନ୍ତ ସବୁକୁ ନେଇ ଚର୍ଚ୍ଚାରେ ରୁହନ୍ତି କିଙ୍ଗ କୋହଲି । ସୋସିଆଲ ମିଡିଆରେ ତାଙ୍କର କୋଟି କୋଟି ଫ୍ୟାନ ଫଲୋଇଂ ମଧ୍ୟ ଅଛନ୍ତି । ଆଜିଠାରୁ IPL ସିଜିନ-16 ଆରମ୍ଭ ହେବାକୁ ଯାଉଥିବା ବେଳେ ବିରାଟ କୋହଲିଙ୍କ ଏକ ପୋଷ୍ଟକୁ ନେଇ କ୍ରିକେଟପ୍ରେମୀଙ୍କ ମନରେ ଚର୍ଚ୍ଚା ଜୋର ଧରିଛି । ନିଜ ମାଟ୍ରିକ ପରୀକ୍ଷା ମାର୍କସିଟ୍ କୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି ବିରାଟ କୋହଲି । ଯାହାକି ଦ୍ରୁତଗତିରେ ଭାଇରାଲ ହେବାରେ ଲାଗିଛି ।
କୋହଲିଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ସବୁବେଳେ ଚର୍ଚ୍ଚା ଲାଗିରୁହେ । ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବେଶ ସକ୍ରିୟ ରୁହନ୍ତି ବିରାଟ କୋହଲି । ବିରାଟ ନିଜ ଦଶମ ଶ୍ରେଣୀ ମାର୍କସିଟ୍ ସୋସିଆଲ ମିଡିଆରେ ଶେୟାର କରି ଲେଖିଛନ୍ତି , ମାର୍କସିଟ୍ ରେ କମ୍ ଦେଖା ଯାଉଥିବା ମାର୍କ କେମିତି ନିଜ ଚରିତ୍ର ପାଇଁ ସବୁଠାରୁ ଅଧିକ ହୋଇଥାଏ ଏହା ସବୁଠୁ ମଜାଦାର । ବିରାଟ 2004 ରେ ଦିଲ୍ଲୀ ପଶ୍ଚିମ ବିହାର ସେଫର୍ଡ କନଭେଣ୍ଟ ମାଧ୍ଯମିକ ବିଦ୍ୟାଳୟରୁ ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ ।
ସେ ଶେୟାର କରିଥିବା ମାର୍କସିଟ୍ ରୁ ଜଣାପଡିଛି କି ଦଶମ ଶ୍ରେଣୀରେ ବିରାଟ 69 ପ୍ରତିଶତ ମାର୍କ ମିଳିଥିଲା । ଏଥିରେ ମୋଟ 6 ଟି ବିଷୟ ରହିଥିବା ବେଳେ ବିରାଟ ଇଂରାଜୀରେ 83 ନମ୍ବର, ହିନ୍ଦୀରେ 75, ଗଣିତରେ 51, ବିଜ୍ଞାନରେ 55, ସାମାଜିକ ବିଜ୍ଞାନରେ 81 ଓ ଇଣ୍ଟ୍ରୋଡକ୍ଟରୀ ବିଜ୍ଞାନରେ 58 ମାର୍କ ରଖିଛନ୍ତି ।
ବିରାଟ ଏହି ପୋଷ୍ଟ କରିବା ବେଳେ କ୍ୟାପ୍ସନରେ ଦର୍ଶାଇବାକୁ ଚାହିଁଛନ୍ତି ଯେ, ସେ ଯେଉଁଥିରେ ପାରଙ୍ଗମ ତାହା କିନ୍ତୁ ତାଙ୍କ ମାର୍କସିଟ୍ ରେ ନାହିଁ । କାହିଁକି ନା ତାଙ୍କ ହିସାବରେ ମାର୍କସିଟ୍ ରେ ସ୍ପୋର୍ଟ ବିଷୟଟି ରହିବାର ଥିଲା । ତେବେ ବିରାଟ କୋହଲିଙ୍କ ଏହି ପୋଷ୍ଟ ଏବେ ଖୁବ ଜୋରରେ ଭାଇରାଲ ହେଉଛି । ଏହାକୁ ନେଇ ୟୁଜର୍ସ ମାନେ ବିଭିନ୍ନ ପ୍ରକାର କମେଣ୍ଟ ଦେବା ସହ ଅତ୍ୟଧିକ ମାତ୍ରାରେ ଶେୟାର ମଧ୍ୟ କରୁଛନ୍ତି ।
ବିରାଟ ଛୋଟବେଳୁ ହିଁ ଇଂରାଜୀରେ ବେଶ ପାରଙ୍ଗମ ଥିଲେ ବୋଲି ଅନେକ ୟୁଜର୍ସ କହୁଛନ୍ତି । ବିରାଟ ଆନ୍ତର୍ଜାତୀୟ କ୍ରିକେଟରେ ବହୁ କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ଟେଷ୍ଟ କ୍ରିକେଟ ଠାରୁ ଆରମ୍ଭ କରି ଦିନିକିଆ ଏବଂ ଟି20 ମ୍ଯାଚରେ ସେ ସବୁଥିରେ ନିଜକୁ ସଫଳ ସାବ୍ୟସ୍ତ କରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।