ସର୍ଚ୍ଚ ଅପରେସନ ବହୁତ ଚ୍ୟାଲେଜିଂ ଥିଲା, 20 ଫୁଟରୁ ଅଧିକ ଗଭୀର ସାଙ୍ଗକୁ ପାଣିରେ କରେଣ୍ଟ ଅଛି… ଦେଖନ୍ତୁ video

ଚାରିଜଣ ସାଙ୍ଗ ମିଶି ଆକ୍ଵାରିୟମ ପାଇଁ ମାଛ ଆଣିବାକୁ ଦୟାନଦୀକୁ ଯାଇଥିଲେ । ହେଲେ ମାଛ ଧରିବାକୁ ଚେଷ୍ଟା କରିବା ବେଳେ ଘଟି ଯାଇଥିଲା ବଡ ଅଘଟଣ । ଚାରିଜଣ ନାବାଳକଙ୍କ ମଧ୍ୟରୁ ଜଣେ ହଠାତ ଦୟାନଦୀର ଗଭୀର ଜଳରେ ବୁଡି ଯାଇଥିଲେ । ଉକ୍ତ ନାବାଳକଙ୍କ ନାଁ ସୁମିତେନ୍ଦୁ ସାହୁ ବୋଲି ଜଣାପଡିଛି । ତେବେ ପ୍ରତ୍ଯକ୍ଷଦର୍ଶୀ ଏହା ଦେଖିବା ପରେ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ସନ୍ଧ୍ୟା ପ୍ରାୟ 5ଟା 30 ମିନିଟ ପାଖାପାଖି ଅଗ୍ନିଶମ ବିଭାଗ ସେଠାରେ ଆସି ପହଞ୍ଚିଥିଲା ।

ନଦୀର ସେହି ସ୍ଥାନ 20 ଫୁଟ୍ ରୁ ଅଧିକ ଗଭୀର ବୋଲି କୁହାଯାଉଛି । ଅଗ୍ନିଶମ ବିଭାଗର ସ୍କୁବା ଡ୍ରାଇଭର ଆସିଥିଲେ ଓ ସେମାନେ ନିଜ କୌଶଳ ବଳରେ ନାବାଳକଙ୍କୁ ଖୋଜିବାକୁ ଚେଷ୍ଟା କରିଥିଲେ । ରାତି ପ୍ରାୟ 11ଟା ଯାଏଁ ସେମାନେ ସର୍ଚ୍ଚ ଅପରେସନ ଜାରି ରଖିଥିଲେ ହେଲେ ବି ନାବାଳକଙ୍କୁ ପାଇ ନଥିଲେ । ସ୍ଥାନୀୟ ଲୋକେ ମଧ୍ୟ ଅଗ୍ନିଶମ ବିଭାଗକୁ ସର୍ଚ୍ଚ ଅପରେସନରେ ସାହାଯ୍ୟ କରିଥିଲେ ।

ହେଲେ ଅନ୍ଧାର ଅଧିକ ବଢିବାରୁ ସର୍ଚ୍ଚ ଅପରେସନ ବନ୍ଦ କରିବାକୁ ପଡିଥିଲା । ପୁଅକୁ ନପାଇ ବାପାମା’ ଅତ୍ୟନ୍ତ ବ୍ୟସ୍ତବିବ୍ରତ ହୋଇ ପଡିଥିଲେ । ଲାଇଟ ଲଗେଇ କିଛି ବି ଅଲଗା ବ୍ୟବସ୍ଥା କରି ତାଙ୍କ ପିଲାକୁ ଖୋଜିବା ପାଇଁ ସେ ଅନୁରୋଧ କରିଥିଲେ । ହେଲେ ସେତେବେଳେ ଆଉ ସର୍ଚ୍ଚ ଅପରେସନ ଜାରି ରଖିବା ସମ୍ଭବ ନଥିଲା ।

ତେବେ ଆଜି ସକାଳୁ ପୁଣି ଥରେ ଅଗ୍ନିଶମ ବାହିନୀର ସ୍କୁବା ଡ୍ରାଇଭର ନିଖୋଜ ନାବାଳକଙ୍କୁ ଖୋଜିବାରେ ଲାଗି ପଡିଥିଲେ । ନାବାଳକ ଜଣକ ଶେଷରେ ମିଲିଛନ୍ତି ସତ କିନ୍ତୁ ତାଙ୍କ ଦେହରେ ଆଉ ଜୀବନ ନାହିଁ । ତେବେ ମେଡିକାଲ ନେବା ପରେ ସେଠାରେ ଡାକ୍ତର ତାଙ୍କୁ ଯାଞ୍ଚ କରିବେ । ନାବାଳକ ଜଣକ ଦୟାନଦୀରେ ବୁଡିବାର ପ୍ରାୟ 14 ଘଣ୍ଟା ପରେ ଉଦ୍ଧାର ହେଲେ । ଏନେଇ ଅଗ୍ନିଶମ ବାହିନୀର କର୍ମକର୍ତ୍ତା କହିଛନ୍ତି କି, ସେହି ସ୍ଥାନରେ ସର୍ଚ୍ଚ ଅପରେସନ ଜାରି ରଖିବା ସେତେ ସହଜ ନଥିଲା ।

କାରଣ ଗଭୀର ସାଙ୍ଗକୁ ପାଣିରେ ବହୁତ କରେଣ୍ଟ ରହିଛି । ଏହାସହ ପାଣି ତଳେ ପଥର, କାଚ ଏବଂ ଅନେକ ପ୍ରକାରର ପ୍ରତିବନ୍ଧକ ମଧ୍ୟ ରହିଛି । ତେବେ ସେ ଯାହା ହେଉ ଖୋଜାଖୋଜି କରିବା ପରେ ସର୍ଚ୍ଚ ଅପରେସନ ସଫଳ ହୋଇଛି । କିନ୍ତୁ ପୁଅକୁ ହରାଇ ଦୁଃଖରେ ଭାଙ୍ଗି ପଡିଛନ୍ତି ବାପାମା’ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।