କ୍ରିକେଟର ମାନେ ଆଇପିଏଲ ଖେଳି କୋଟିପତି ହେବା ଆପଣ ଜାଣିଥିବେ । ତେବେ ଆଜି ଯାଏଁ କେଉଁ ଖେଳାଳି ଆଇପିଏଲ ରୁ ସବୁଠୁ ଅଧିକ ଆୟ କରିଥିବେ କେବେ ଚିନ୍ତା କରିଛନ୍ତି । ତେବେ ଆଜି ଆମେ ଆପଣଙ୍କୁ ଆଇପିଏଲ ରେ ସବୁଠୁ ଅଧିକ ଆଯ କରିଥିବା କିଛି ଖେଳାଳିଙ୍କ ତାଲିକା କହିବୁ । ଆଇପିଏଲ ରୁ ସବୁଠୁ ଅଧିକ ଇନକମ୍ କରିଥିବା ଖେଳାଳି ହେଉଛନ୍ତି ମୁମ୍ବାଇ ଇଣ୍ଡିଆନ୍ସର କ୍ଯାପଟେନ ରୋହିତ ଶର୍ମା । 2008 ରୁ 2023 ମଧ୍ୟରେ ସେ ଆଇପିଏଲ ରୁ ମୋଟ 178 କୋଟି ଟଙ୍କା ଆୟ କରିଛନ୍ତି ।
ଏହି ତାଲିକାରେ ଦୁଇ ନମ୍ବରରେ ଅଛନ୍ତି ମହେନ୍ଦ୍ର ସିଂ ଧୋନୀ । ଚେନ୍ନାଇ ସୁପରକିଙ୍ଗସ୍ ର ଅଧିନାୟକ ଧୋନୀ ଆଇପିଏଲ ରୁ ଏପର୍ଯ୍ୟନ୍ତ ମୋଟ 176 କୋଟି ଟଙ୍କା ଇନକମ୍ କରିଛନ୍ତି । ପ୍ରଥମ ସିଜିନରେ ମାତ୍ର 6 କୋଟି ଟଙ୍କାରେ ନିଲାମ ହୋଇଥିବା ଧୋନୀ ଏବେ 12 କୋଟି ଟଙ୍କାରେ ଚେନ୍ନାଇ ସହ ଅଛନ୍ତି । ସେହିପରି ଆରସିବି ର ପୂର୍ବତନ ଅଧିନାୟକ ବିରାଟ କୋହଲି ଆଇପିଏଲରୁ ଏପର୍ଯ୍ୟନ୍ତ ମୋଟ 173 କୋଟି ଟଙ୍କା ଆୟ କରିଛନ୍ତି ।
କୋହଲି ଆଇପିଏଲ ଇତିହାସରେ ସବୁଠୁ ଅଧିକ ରନ୍ କରିବାର ରେକର୍ଡ ହାସଲ କରିଛନ୍ତି । କୋହଲିଙ୍କ ପରେ ଏହି ତାଲିକାରେ ଅଛନ୍ତି ମିଷ୍ଟର ଆଇପିଏଲ ସୁରେଶ ରାଇନା । ଚେନ୍ନାଇ ସୁପରକିଙ୍ଗସ୍ ତରଫରୁ ମ୍ଯାଚ ଖେଳୁଥିବା ରାୟଣା ଏପର୍ଯ୍ୟନ୍ତ ଆଇପିଏଲ ରୁ ମୋଟ 110 କୋଟି ଟଙ୍କା ଆୟ କରିଛନ୍ତି ।
ସେହିପରି ସିଏସକେ ର ଅନ୍ଯତମ ଖେଳାଳି ରବୀନ୍ଦ୍ର ଜାଡେଜା ଏହି ଲିଷ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି । ସାର୍ ଜାଡେଜା ଏବେ ଯାଏଁ ଆଇପିଏଲରୁ 109 କୋଟି ଟଙ୍କା ଇନକମ କରିଛନ୍ତି । ତେବେ ଆଇପିଏଲରୁ ଅଧିକ ଆୟ କରିଥିବା କ୍ରିକେଟରଙ୍କ ଏହି ଲିଷ୍ଟରେ ଟପ୍-10 ରେ କ୍ୟାରାବିୟାନ ଖେଳାଳି ସୁନିଲ ନାରନଙ୍କ ସହ ଦକ୍ଷିଣ ଆଫ୍ରିକାର ଦୁର୍ଦ୍ଦଶ ଖେଳାଳି ଏବି ଡେଭିଲିୟର୍ସ ମଧ୍ୟ ଅଛନ୍ତି ।
ଭାରତୀୟ ଖେଳାଳି ଗୌତମ ଗମ୍ଭୀର, ଶିଖର ଧାବନ ଓ ଦିନେଶ କାର୍ତ୍ତିକ ମଧ୍ୟ ଆଇପିଏଲ ର ସବୁଠୁ ଅଧିକ ଆୟ କରିଥିବା 10 ଜଣ ଖେଳାଳିଙ୍କ ତାଲିକାରେ ଅଛନ୍ତି । ସୁନିଲ ନାରିନ 107 କୋଟି, ଡେଭିଲିୟର୍ସ 102 କୋଟି, ଗମ୍ଭୀର 94 କୋଟି, ଧାବନ 91 କୋଟି ଓ ଦିନେଶ କାର୍ତ୍ତିକ 86 କୋଟି ଟଙ୍କା ଆୟ କରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।