ଓଡିଆ ଅଭିନେତା ପିଣ୍ଟୁ ନନ୍ଦଙ୍କ ଦେହାନ୍ତ ଖବରରେ ଏବେ ସାରା ଓଡିଶା ମ୍ରିୟମାଣ ହୋଇପଡିଛି । ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ଓଲିଉଡ ଜଗତର ଅନେକ ଦିଗଜ କଳାକାର ମାନେ ଏନେଇ ଶୋକ ପ୍ରକାଶ କରୁଛନ୍ତି । ଗତ କିଛିଦିନ ଧରି ପିଣ୍ଟୁଙ୍କ ଲିଭର ଟ୍ରାନ୍ସପ୍ଳାଣ୍ଟ ଖବର ସାରା ରାଜ୍ୟରେ ଚର୍ଚ୍ଚାର ଶିରୋନାମା ପାଲଟିଥିଲା । ଲିଭର ଟ୍ରାନ୍ସପ୍ଳାଣ୍ଟ ପରେ ପିଣ୍ଟୁ ନନ୍ଦ ପୁଣି ଥରେ ସୁସ୍ଥ ହୋଇ ପରଦାକୁ ଫେରି ଆସିବେ ଓ ଦର୍ଶକଙ୍କ ମନୋରଞ୍ଜନ କରିବେ ବୋଲି ଅନେକ ଆଶା ରଖିଥିଲେ ।
ହେଲେ ସମସ୍ତଙ୍କ ଆଶା ଓ ପ୍ରାର୍ଥନା ଆଜି ବ୍ୟର୍ଥ ହୋଇଯାଇଛି । କାରଣ ହାଇଦ୍ରାବାଦରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତି ପ୍ରାୟ ସାଢେ 11ଟା ସମୟରେ ପିଣ୍ଟୁ ନନ୍ଦ ପରଲୋକ ଗମନ କରିଛନ୍ତି । ଏନେଇ ଓଲିଉଡର ଅନ୍ଯତମ ଲୋକପୀରୀ ଅଭିନେତା ଶ୍ରୀତମ ଦାସ ଶୋକ ପ୍ରକାଶ କରିଛନ୍ତି । ପିଣ୍ଟୁଙ୍କ ମୃତ୍ୟୁରେ ସେ ଏକ ପ୍ରକାର ଦୁଃଖରେ ଭାଙ୍ଗି ପଡିଛନ୍ତି । ଏନେଇ ଶ୍ରୀତମ କହିଛନ୍ତି କି, ପିଣ୍ଟୁଙ୍କ ସହ ତାଙ୍କର ଦୀର୍ଘ 25 ବର୍ଷର ସମ୍ପର୍କ ।
ସେମାନେ ଏକାଠି ଅନେକ ଫିଲ୍ମରେ କାମ କରିଛନ୍ତି । ଫିଲ୍ମ ‘ଜୟ ଜଗନ୍ନାଥ’ ରେ ପିଣ୍ଟୁ ବଳଭଦ୍ର ହୋଇଥିଲେ ଓ ଶ୍ରୀତମ ଜଗନ୍ନାଥ ହୋଇଥିଲେ । ସେହିପରି ‘ବାହୁଡିବେ ମୋ ଜଗାବଳିଆ’ ରେ ମଧ୍ୟ ସେମାନେ ଏକାଠି କାମ କରିଥିଲେ । ଶ୍ରୀତମଙ୍କ ନିର୍ଦ୍ଦେଶିତ ପ୍ରଥମ ଫିଲ୍ମରେ ତାଙ୍କୁ ପିଣ୍ଟୁ ସହଯୋଗ କରିଥିଲେ । ସେମାନଙ୍କ ମଧ୍ୟରେ ବେଶ ଭଲ ସମ୍ପର୍କ ଥିଲା । ଆଉ ପିଣ୍ଟୁ ଶୁଟିଙ୍ଗ ସେଟରେ ଥିବେ ମାନେ ସବୁବେଳେ ସମସ୍ତଙ୍କ ସହ ହସଗପ କରୁଥିବେ ।
କ୍ୟାମେରା ମ୍ୟାନଙ୍କ ଠାରୁ ଆରମ୍ଭ କରି କଳାକାରଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ସହ ଲାଗନ୍ତି ଓ ସମସ୍ତଙ୍କ ମନୋରଞ୍ଜନ କରାନ୍ତି । ସେ ଯେଉଁଠି ଥିବେ ସେଠି କେହି କେବେ ବୋରିଂ ହୁଅନ୍ତିନି ଓ ତାଙ୍କ ବଡ ପାଟିରୁ ଜଣା ପଡିଯାଏ କି ପିଣ୍ଟୁ ଶୁଟିଙ୍ଗରେ ଅଛନ୍ତି । ହେଲେ ପିଣ୍ଟୁଙ୍କ ସ୍ଵାସ୍ଥ୍ୟାବସ୍ଥା ଯେ ଏତେ ଗୁରୁତର ହୋଇଯିବ ଓ ସେ ଏତେ ଶୀଘ୍ର ଦୁନିଆ ଛାଡି ଚାଲିଯିବେ ଏକଥା ସେ ଭାବି ନଥିଲେ ବୋଲି କହିଛନ୍ତି ଶ୍ରୀତମ । ଗତ ଚାରି ପାଞ୍ଚଦିନ ତଳେ ପିଣ୍ଟୁ ତାଙ୍କୁ ଏକ ଫଟୋ ଉଠେଇକି ପଠେଇଥିଲେ ।
ଶ୍ରୀତମ ତାଙ୍କୁ କହିଥିଲେ, କିଛି ହେଇନି ମିଛରେ ଖାଲି ଷ୍ଟାଇଲ ମାରୁଛି । ହେଲେ ଆଜି ପିଣ୍ଟୁଙ୍କ ମୃତ୍ୟୁ ଖବରରେ ଅତ୍ୟନ୍ତ ଦୁଃଖିତ ଥିବା କହିଛନ୍ତି, ଯାହା ତାଙ୍କ କଥାରୁ ସ୍ପଷ୍ଟ ବାରି ହେଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।