ସାମ୍ନାକୁ ଆସିଲା Pintu Nanda ଙ୍କ ଶେଷ ସମୟର ଭିଜୁଆଲ, ଚିକିତ୍ସିତ ଅବସ୍ଥାରେ ଏମିତି ଚାଲିଗଲା ଜୀବନ, ଦେଖିଲେ କାନ୍ଦି ପକେଇବେ… ଦେଖନ୍ତୁ video

ଓଲିଉଡ ଇଣ୍ଡଷ୍ଟ୍ରି ସମେତ ସାରା ଓଡିଶାରେ ବର୍ତ୍ତମାନ ଶୋକର ଲହରୀ ଖେଳିଯାଇଛି । ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ ଆଉ ଆମ ଗହଣରେ ନାହାନ୍ତି । ବଞ୍ଚିବାର ଆଶା ନେଇ ଚିକିତ୍ସିତ ହେଉଥିବା ପିଣ୍ଟୁ ସମସ୍ତଙ୍କୁ ପର କରି ସବୁଦିନ ପାଇଁ ଦୁନିଆ ଛାଡି ଚାଲି ଯାଇଛନ୍ତି । ଆଉ ତାଙ୍କ ମୃ-ତ୍ୟୁ-ରେ ସାରା ଓଡିଶାରେ ଶୋକର ଲହରୀ ଖେଳିଯାଇଛି । ଗତ ଏକ ମାସ ଧରି ପିଣ୍ଟୁ ନନ୍ଦଙ୍କ ସ୍ଵାସ୍ଥ୍ୟାବସ୍ଥା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା ।

ପିଣ୍ଟୁ ନନ୍ଦ ଲିଭର ସିରୋସିସ ରୋଗରେ ପୀଡତି ହେବା ଖବର ସାମ୍ନାକୁ ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । କାରଣ ନିକଟରେ ହିଁ ପିଣ୍ଟୁ ଅନେକ ଫିଲ୍ମ କରି ଦର୍ଶକଙ୍କୁ ମନୋରଞ୍ଜନ କରାଇଥିଲେ । ହେଲେ ଅଚାନକ ତାଙ୍କ ଅସୁସ୍ଥତା ଖବର ସମସ୍ତଙ୍କୁ ବିଚଳିତ କରି ଦେଇଥିଲା । ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ଓଲିଉଡ ଜଗତରେ ଅନେକ ବଡ ବଡ କଳାକାରମାନେ ପିଣ୍ଟୁ ନନ୍ଦଙ୍କ ଚିକିତ୍ସା ପାଇଁ ଆର୍ଥିକ ସାହାଯ୍ୟ ପାଇଁ ହାତ ବଢାଇଥିଲେ ।

ପିଣ୍ଟୁ ପ୍ରଥମେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ଯିବାକୁ ପରାମର୍ଶ ଦେଇଥିଲେ ଡାକ୍ତର । ଗତ ଫେବୃୟାରୀ 7 ତାରିଖରେ ପିଣ୍ଟୁ ନନ୍ଦ ଦିଲ୍ଲୀ ଯାଇଥିଲେ ଓ ସେଠାରେ ଚିକିତ୍ସିତ ହେଉଥିଲେ । ଏପରିକି ଜଣେ ଲିଭର ଡୋନରଙ୍କ ଅପେକ୍ଷାରେ ମଧ୍ୟ ରହିଥିଲେ ପିଣ୍ଟୁ ନନ୍ଦ । କିନ୍ତୁ ଉଚିତ ସମୟରେ ତାଙ୍କ ପାଇଁ ଡୋନର ମିଳିଲେନି ଓ ଅନ୍ୟପଟେ ତାଙ୍କ ସ୍ୱାସ୍ଥ୍ୟ ଦିନକୁ ଦିନ ଜଟିଳ ହେବାରେ ଲାଗିଥିଲା ।

ଦିଲ୍ଲୀ ଡାକ୍ତର ମଧ୍ୟ ତାଙ୍କୁ ହାଇଦ୍ରାବାଦ ଯିବା ପାଇଁ ପରାମର୍ଶ ଦେଇଥିଲେ । ହାଇଦ୍ରାବାଦ ର ଯଶୋଦା ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଗତକାଲି ରାତିରେ ପିଣ୍ଟୁ ଶେଷ ନିଃଶ୍ଵାସ ତ୍ୟାଗ କରିଥିଲେ । ଆଉ ସେହି ସମୟର ଏକ ଭିଡିଓ ବର୍ତ୍ତମାନ ସାମ୍ନାକୁ ଆସିଛି । ଯେଉଁଥିରେ ଡାକ୍ତର ତାଙ୍କର ଶେଷ ଚିକିତ୍ସା କରୁଥିବା ବେଳେ ଜଣେ ବନ୍ଧୁ ତାଙ୍କୁ ଉଠିବାକୁ କହୁଛନ୍ତି । ହେଲେ କାହା କଥା ଶୁଣୁ ନାହାନ୍ତି ପିଣ୍ଟୁ ନନ୍ଦ । ଏକଦମ ନିଶବ୍ଦ ଓ ଅବାକ ହୋଇ ପଡି ରହିଛନ୍ତି ।

ପିଣ୍ଟୁ ନନ୍ଦଙ୍କ ଶେଷ ସମୟର ଏହି ଭିଡିଓ ସମସ୍ତଙ୍କୁ ବେଶ ଭାବବିହ୍ଵଳ କରି ଦେଉଛି । ତାଙ୍କ ହାତ ଏବଂ ପେଟ ଖୁବ ଜୋରରେ ଫୁଲି ଯାଇଥିବା ମଧ୍ୟ ଦେଖିବାକୁ ମିଳିଛି । ସମସ୍ତଙ୍କୁ କନ୍ଦେଇ ଶେଷରେ ଅଫେରା ରାଇଜକୁ ଚାଲି ଯାଇଛନ୍ତି ପିଣ୍ଟୁ ନନ୍ଦ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।