ମୋ ଭାଇ ଆଉ ନାହିଁ ଲୋ… ଆମକୁ ଛାଡି ଚାଲିଗଲା, ତୁମେମାନେ କାଇଁ… ଭୋ ଭୋ ହୋଇ କାନ୍ଦି ପକାଇଲେ Pintu Nanda ଙ୍କ ବନ୍ଧୁ, ଶୁଣିଲେ ଛାତି ଫାଟିଯିବ !

ସମସ୍ତଙ୍କୁ ପର କରି ଅଫେରା ରାଇଜକୁ ଚାଲି ଯାଇଛନ୍ତି ଲୋକପ୍ରିୟ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ । ତାଙ୍କ ମୃତ୍ୟୁଖବରରେ ଆଜି ସାରା ଓଡିଶା କାନ୍ଦୁଛି । ଆଉ ଏଥିରୁ ବାଦ୍ ପଡି ନାହାନ୍ତି ପିଣ୍ଟୁଙ୍କ ଏହି ବନ୍ଧୁ ତଥା ସହ ଅଭିନେତା ବିକାଶ । ଖବର ଜାଣିବା ପାଇଁ ଯେତେବେଳେ ତାଙ୍କୁ କଲ୍ କରା ଯାଇଥିଲା, ସେ କଇଁ କଇଁ କାନ୍ଦି ପକାଇଥିଲେ । ଆଉ କାନ୍ଦି କାନ୍ଦି କହିଥିଲେ, ଏବେ ଆଉ କାଇଁ ଫୋନ କରୁଛ । ମୋ ଭାଇ ଚାଲିଗଲା, ମୋ ଭାଇ ନାହିଁ । ପିଣ୍ଟୁଙ୍କ ସହ ତାଙ୍କ ସମ୍ପର୍କ ଅତି ଘନିଷ୍ଠ ଥିଲା ।

ପିଣ୍ଟୁ ସୁସ୍ଥ ହୋଇ ପୁଣି ଥରେ ଅଭିନୟ ଜଗତକୁ ଫେରି ଆସିବେ ବୋଲି ସମସ୍ତେ ଆଶା ବାନ୍ଧି ବସିଥିଲେ । ହେଲେ ଉଚିତ ସମୟରେ ପିଣ୍ଟୁଙ୍କୁ ଡୋନର ମିଳିଲେ ନାହିଁ । ଅନ୍ୟପଟେ ତାଙ୍କ ସ୍ଵାସ୍ଥ୍ୟାବସ୍ଥା ଦିନକୁ ଦିନ ଗୁରୁତର ହୋଇ ଚାଲିଥିଲା । ଆଉ କେତେ ବା କଷ୍ଟ ସହିଥାନ୍ତେ ! ଶେଷରେ ଜୀବନ ଯୁଦ୍ଧରେ ବଞ୍ଚିବାର ଆଶା ଛାଡି ଦେଲେ ଆଉ ସମସ୍ତଙ୍କୁ ପର କରି ପରଲୋକକୁ ଚାଲିଗଲେ ।

ଆଉ ପିଣ୍ଟୁ ନନ୍ଦଙ୍କ ମୃ-ତ୍ୟୁ-ଖ-ବ-ର-ର ସତ୍ୟାସତ୍ୟ ଜାଣିବା ପାଇଁ ଯେତେବେଳେ ତାଙ୍କ ବନ୍ଧୁ ବିକାଶଙ୍କୁ ଯୋଗାଯୋଗ କରା ଯାଇଥିଲା ସେ କାନ୍ଦି କାନ୍ଦି ଯାହା ସବୁ କହିଥିଲେ ଶୁଣିଲେ ଆପଣଙ୍କ ଛାତି ଫାଟିଯିବ । ଡାକ୍ତର ମାନଙ୍କ ଅହରହ ଚେଷ୍ଟା ଓ ସାଢେ ଚାରିକୋଟି ଓଡିଆଙ୍କ ପ୍ରାର୍ଥନା ଓ ଭଲପାଇବା ସତ୍ତ୍ୱେ ସୁସ୍ଥ ହୋଇ ପାରିଲେନି ପିଣ୍ଟୁ ନନ୍ଦ । ତାଙ୍କ ଚିକିତ୍ସାରେ ଅନେକ ଅର୍ଥ ଖର୍ଚ୍ଚ ହେଉଥିବା ବେଳେ ସେ ଡୋନର ଅପେକ୍ଷାରେ ରହିଥିଲେ । ହେଲେ ଗତକାଲି ରାତି ସାଢେ 11ଟା ସମୟରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଥିଲେ ।

କେତେବେଳେ କମେଡି ତ ଆଉ କେତେବେଳେ ଭୟଙ୍କର ଖଳନାୟକ, ସବୁ ଭୂମିକାରେ ବେଶ ନିଖୁଣ ଭାବେ ଅଭିନୟ କରି ଦର୍ଶକଙ୍କୁ ପ୍ରଭାବିତ କରୁଥିଲେ ପିଣ୍ଟୁ ନନ୍ଦ । ପିଣ୍ଟୁ ନନ୍ଦଙ୍କୁ ମୃ-ତ୍ଯୁ ବେଳକୁ ମାତ୍ର 47 ବର୍ଷ ବୟସ ହୋଇଥିଲା । ସେ ପ୍ରଥମେ ଭୁବନେଶ୍ବରରେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଲିଭର ଟ୍ରାନ୍ସପ୍ଳାଣ୍ଟ ହେଲେ ସେ ବଞ୍ଚିବେ ବୋଲି ଡାକ୍ତର ଭରସା ଦେଇଥିଲେ । ସେଥିପାଇଁ ତାଙ୍କୁ ଦିଲ୍ଲୀ ନିଆ ଯାଇଥିଲା ।

ହେଲେ ଶେଷ ବେଳକୁ ଫେରାଇ ଦେଇଥିଲେ ଦିଲ୍ଲୀ ଡାକ୍ତର । ମୃ-ତ୍ୟୁ ବେଳକୁ ହାଇଦ୍ରାବାଦର ଯଶୋଦା ସୁପର ସ୍ପେଶାଲିଟି ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ । ହେଲେ ସବୁକିଛି ବିଫଳ ହୋଇଥିଲା । ସମସ୍ତଙ୍କ ଆଖିରେ ଲୁହ ଦେଇ ପିଣ୍ଟୁ ଆଜି ଦୁନିଆ ଛାଡି ଚାଲି ଯାଇଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।