ଓଲିଉଡରେ ଶୋକର ଛାୟା ! ଚାଲିଗଲେ ଓଲିଉଡ ଜଗତର ଗୌରା ଓରଫ Pintu Nanda, ହାଇଦ୍ରାବାଦ ଡାକ୍ତର ବି ବଞ୍ଚେଇ ପାରିଲେଣି ଜୀବନ !

ଗୌରା ଆଉ ମାଉଁସ ଖାଇବନି କି ଆଉ ଗୋରସ ପିଇବନି । କାରଣ ସବୁଦିନ ପାଇଁ ଅଫେରା ରାଇଜର ରାଜକୁମାର ହୋଇ ଯାଇଛନ୍ତି ଓଲିଉଡ ଜଗତର ଗୌରା ଓରଫ ପିଣ୍ଟୁ ନନ୍ଦ । ପୁଣି ଥରେ ଓଲିଉଡ ସମେତ ପୁରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି । ହାଇଦ୍ରାବାଦର ଯଶୋଦା ସୁପର ସ୍ପେଶାଲିଟି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ପିଣ୍ଟୁଙ୍କ ଦେହାନ୍ତ ହୋଇଯାଇଛି । ପିଣ୍ଟୁ ନନ୍ଦଙ୍କୁ ନେଇ ରାଜ୍ୟରେ ବେଶ କିଛିଦିନ ହେବ ଚର୍ଚ୍ଚା ଲାଗି ରହିଥିଲା ।

ଲିଭର ସିରୋସିସ ରୋଗରେ ପୀଡିତ ଥିବା ପିଣ୍ଟୁ ନନ୍ଦ ଲିଭର ଡୋନରଙ୍କ ଅପେକ୍ଷାରେ ଥିଲେ ଓ ଚିକିତ୍ସିତ ହେଉଥିଲେ । ଚିକିତ୍ସା ପାଇଁ ଅର୍ଥର ଆବଶ୍ୟକତା ଥିବାରୁ ସେ ଓଡିଶାବାସୀ ଓ ତାଙ୍କ ପ୍ରଶଂସକ ମାନଙ୍କୁ ଆର୍ଥିକ ସାହାଯ୍ୟ ପାଇଁ ଅନୁରୋଧ କରିଥିଲେ । ଅନେକ ସହୃଦୟ ବ୍ୟକ୍ତି ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ ମଧ୍ୟ । ଭଲ ଚିକିତ୍ସା ପାଇଁ ପିଣ୍ଟୁ ନନ୍ଦଙ୍କୁ ଭୁବନେଶ୍ବରରୁ ଦିଲ୍ଲୀ ଯିବାକୁ ପରାମର୍ଶ ଦେଇଥିଲେ ଡାକ୍ତର ।

ହେଲେ ଗତ ଚାରିଦିନ ତଳେ ଦିଲ୍ଲୀ ଡାକ୍ତର ତାଙ୍କୁ ହାତଯୋଡି କ୍ଷମା ମାଗିବା ସହ ହାଇଦ୍ରାବାଦ ପଠାଇ ଦେଇଥିଲେ । ପିଣ୍ଟୁ ନନ୍ଦ ଡୋନର ଅପେକ୍ଷୟାରେ ଥିବାବେଳେ ତାଙ୍କ ସ୍ଵାସ୍ଥ୍ୟାବସ୍ଥା ଦିନକୁ ଦିନ ବିଗିଡିବାରେ ଲାଗିଥିଲା । ପୂର୍ବରୁ ତାଙ୍କ ଲିଭର ପ୍ରାୟ 80 ପ୍ରତିଶତ ଖରାପ ହୋଇ ଯାଇଥିବା ସୂଚନା ଦେଇଥିଲେ ତାଙ୍କର ଚିକିତ୍ସା କରୁଥିବା ଡାକ୍ତର । ମାତ୍ର 20 ପ୍ରତିଶତ ଲିଭରରେ ପିଣ୍ଟୁ ନନ୍ଦ ବଞ୍ଚିଥିଲେ ଓ ବଞ୍ଚିବାର ଆଶା ନେଇ ଚିକିତ୍ସ ମଧ୍ୟ ହେଉଥିଲେ ।

ଠିକ ସମୟରେ ପିଣ୍ଟୁ ନନ୍ଦଙ୍କ ଲିଭର ଟ୍ରାନ୍ସପ୍ଳାଣ୍ଟ ହେଲେ ସେ ବଞ୍ଚିଯିବେ ବୋଲି ଡାକ୍ତର କଥା ଦେଇଥିଲେ । ହେଲେ ଦୁର୍ଭାଗ୍ୟକୁ ଉଚିତ ସମୟରେ ଡୋନର ପାଇଲେନି ପିଣ୍ଟୁ ନନ୍ଦ । ଆଉ ଗତକାଲି ରାତିରେ ହାଇଦ୍ରାବାଦର ଯଶୋଦା ହସ୍ପିଟାଲରେ ସେ ତାଙ୍କ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି । ତାଙ୍କ ମୃ-ତ୍ୟୁ ଖବର ପ୍ରସାର ହେବା ପରେ ସମଗ୍ର ଓଲିଉଡ ତାଙ୍କ ପାଇଁ କାନ୍ଦୁଛି । ପିଣ୍ଟୁ ନନ୍ଦ ତାଙ୍କ ଅଭିନୟ ମାଧ୍ୟମରେ ଦର୍ଶକଙ୍କୁ ହସେଇଛନ୍ତି ଓ କନ୍ଦେଇଛନ୍ତି ।

କେତେବେଳେ କମେଡି ତ ଆଉ କେତେବେଳେ ଖଳନାୟକ ଚରିତ୍ରରେ ଅଭିନୟ କରି ସେ ଲୋକଙ୍କ ମନରେ ସ୍ଵତନ୍ତ୍ର ଛାପ ଛାଡି ଯାଇଛନ୍ତି । ଲିଭର ଟ୍ରାନ୍ସପ୍ଳାଣ୍ଟ ପରେ ବଞ୍ଚିବାକୁ ଓ ପୁଣି ଥରେ ଓଲିଉଡକୁ ଫେରି ଆସିବାକୁ ତାଙ୍କ ଆଶାର ଦୀପ ଆଜି ଧୀରଦିନ ପାଇଁ ଲିଭିଯାଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।