ମଣିଷ ଭେଶ ଛାଡି ମାଙ୍କଡ ବନିବାକୁ କାହିଁକି ନିଷ୍ପତ୍ତି ନେଲେ ଏହି ଯୁବକ ? କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ, ଦେଖନ୍ତୁ ଏହି ମଙ୍କି ମ୍ୟାନଙ୍କ କମାଲ୍

ମଣିଷ ଭେଶଭୂଷା ଛାଡି ଗୋଟେ ମାଙ୍କଡର ଭେଶ ଧରି ବୁଲୁଛନ୍ତି ଏହି ଯୁବକ । କାରଣ ଜାଣିଲେ ଆପଣ ବି ପ୍ରଶଂସା କରିବେ । ଗୁଜୁରାଟ ରାଜକୋଟର ଏହି ଯୁବକଙ୍କ ନାଁ ହେଉଛି ହିତେଶ ବାଘବାନୀ । ହିତେଶଙ୍କ ପରିବାରର ଆର୍ଥିକ ଅବସ୍ଥା ସେତେ ସ୍ବଚ୍ଛଳ ନୁହେଁ ଓ ସେ ଯାହା ରୋଜଗାର କରନ୍ତି ସେଥିରେ ତାଙ୍କ ପରିବାର ଚଳେ । ଆଜି ତାଙ୍କ ପରିଶ୍ରମ ବଳରେ ସେ ଗୁଜୁରାଟ ରାଜକୋଟରେ “ମଙ୍କି ମ୍ୟାନ” ନାମରେ ବେଶ ଜଣାଶୁଣା ।

ହିତେଶ ଗରିବ ପରିବାରର ହୋଇଥିବାରୁ ମାତ୍ର ଅଷ୍ଟମ ଶ୍ରେଣୀ ଯାଏଁ ପାଠ ପଢି ପାରିଥିଲେ । ଘରର ଖରାପ ଆର୍ଥିକ ସ୍ଥିତି ଯୋଗୁଁ ତାଙ୍କୁ ପାଠପଢା ଛାଡିବାକୁ ପଡିଥିଲା । ଏହାପରେ ସେ ଦିନ ମଜୁରିଆ ଭାବେ କାମ କରୁଥିଲେ । କିନ୍ତୁ ଦିନକୁ ମାତ୍ର 300 ଟଙ୍କାରୁ ଅଧିକ ରୋଜଗାର କରି ପାରୁ ନଥିଲେ । ଯେଉଁଥି ପାଇଁ ତାଙ୍କ ପରିବାର ପୋଷିବା ମୁସ୍କିଲ ହୋଇ ପଡୁଥିଲା । ପରେ ସେ ଏକ ଫଳ ଗାଡି ଧରି ବିକ୍ରି କରୁଥିଲେ ଓ ସେଥିରେ ପରିବାର ପୋଷିବାକୁ ଚେଷ୍ଟା କରିଥିଲେ ।

କିନ୍ତୁ ସେଥିରୁ ମଧ୍ୟ ସେ ଖାସ ରୋଜଗାର କରି ପାଉ ନଥିଲେ । କେବେ କେବେ 200 ଟଙ୍କା ଲାଭ ବାହାରିବା ମଧ୍ୟ ମୁସ୍କିଲ ହୋଇ ପଡୁଥିଲା । ହିତେଶଙ୍କ ଏଭଳି ଅବସ୍ଥା ଦେଖି ତାଙ୍କ ବନ୍ଧୁ ରବି ପୋପଟ ତାଙ୍କୁ ମଙ୍କି ମ୍ୟାନ ବା ମାଙ୍କଡ ଭେଶ ଧାରଣ କରିବାର ପରାମର୍ଶ ଦେଇଥିଲେ । ରବି ହିତେଶଙ୍କୁ କହିଥିଲେ କି, ତୁମ ପାଖେ ଲୋକଙ୍କୁ ହସେଇବା କଳା ଅଛି । ଏହି କାମ ପାଇଁ ଯାହାବି ସାମଗ୍ରୀ ଆବଶ୍ୟକ ମୁଁ ତୁମକୁ ଆଣିଦେବି ।

ଏହାପରେ ସେମାନେ ବଜାର ଯାଇ ମଙ୍କି ମ୍ୟାନ ବନିବାର ସମସ୍ତ ଜିନିଷ କିଣି ଆଣିଥିଲେ । 5 ଦିନ ପରେ ଭାବନଗରରେ ରଥଯାତ୍ରା ଥିଲା । ସେଠାରେ ପ୍ରଥମ ଥର ପାଇଁ ମଙ୍କି ମ୍ୟାନ ଭାବେ ଦର୍ଶକଙ୍କ ମନୋରଞ୍ଜନ କରିଥିଲେ ହିତେଶ । ହିତେଶଙ୍କ ପରିବାର ପ୍ରଥମେ ତାଙ୍କର ଏଭଳି କାମ ପାଇଁ ରାଜି ହେଉ ନଥିଲେ ।

ହେଲେ ପରେ ସେମାନେ ମଧ୍ୟ ମାନି ନେଇଥିଲେ । ପ୍ରଥମେ ଲୋକ ତାଙ୍କୁ ଜ୍ୟାକି ବୋଲି କହୁଥିଲେ । ହେଲେ ଆଜି ସେ ମଙ୍କି ମ୍ୟାନ ନାମରେ ସାରା ଭାରତରେ ନିଜ ପରିଚୟ ସୃଷ୍ଟି କରି ପାରିଛନ୍ତି । ହିତେଶ ପିଲାଙ୍କ ଜନ୍ମଦିନ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ଗୁଡିକରେ ମଙ୍କି ମ୍ୟାନ ହୋଇ ସମସ୍ତଙ୍କ ମନୋରଞ୍ଜନ କରନ୍ତି ।

ଏଥିପାଇଁ ସେ ଗୁଜୁରାଟ ମଧ୍ୟରେ ଗୋଟିଏ କାମ ପିଛା 5 ରୁ 6 ହଜାର ଟଙ୍କା ଲେଖାଏଁ ଚାର୍ଜ କରୁଥିବା ବେଳେ ଗୁଜୁରାଟ ବାହାରେ ଏହାର ଦ୍ଵିଗୁଣ ଅର୍ଥ ଚାର୍ଜ କରନ୍ତି । ସେ ଯେତେବେଳେ କାମ କରିବା ଆରମ୍ଭ କଲେ ପିଲାମାନେ ତାଙ୍କୁ ଦେଖି ଡରି ଯାଉଥିଲେ । କିନ୍ତୁ ଧୀରେ ଧୀରେ ପିଲାମାନେ ତାଙ୍କୁ ପସନ୍ଦ କରିବା ଆରମ୍ଭ କରିଦେଲେଣି ।

ତାଙ୍କ କଳା ସମସ୍ତଙ୍କ ମୁହଁରେ ହସ ଫୁଟେଇ ଦିଏ । ହିତେଶ ଏହି କାମ କରି ବଡ ସୁରୁଖୁରୁରେ ନିଜ ପରିବାର ପୋଷୁଛନ୍ତି ଓ ସେ ଜଣେ କଳାକାର ଭାବେ ସାରା ଭାରତରେ ନିଜ ନାଁ କମେଇବାକୁ ଚାହୁଁଛନ୍ତି ବୋଲି ସେ କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।